• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କେମିତି ପ୍ରସନ୍ନ ହେବେ ମହାଦେବ ? ମହାଶିବରାତ୍ରୀରେ ଶିବଶଙ୍କରଙ୍କ ନିକଟରେ କ’ଣ ଲାଗୁ କରିବେ ? ଭଗବାନ ଶଙ୍କରଙ୍କୁ ପ୍ରସନ୍ନ କରିବାକୁ ବିଧିବିଧାନ ଅନୁଯାୟୀ ଭକ୍ତମାନେ ପୂଜାର୍ଚ୍ଚନା କରିଥାଆନ୍ତି । ଭକ୍ତ ମାନେ ଦିନ ତମାମ ଉପବାସ ରଖିବା ସହ ରାତିରେ ଜାଗର ଜାଳିଥାନ୍ତି । ହେଲେ ଜାଣିଛନ୍ତି କି ? ମହାଶିବରାତ୍ରୀ ଦିନ ବାବାଙ୍କ ନିକଟରେ କେଉଁ ପ୍ରସାଦ ଲାଗୁକଲେ ଶୁଭ ଫଳ ପ୍ରାପ୍ତି ହେବା ସହ ମନସ୍କାମନା ପୂର୍ଣ୍ଣ ହେବ ?

ମହାଶିବରାତ୍ରୀ ଦିନ ଭଗବାନ ଶଙ୍କରଙ୍କୁ ବେଲପତ୍ର, ଭାଙ୍ଗ, ଦୁର୍ଦୁରା ଫୁଲ, ମନ୍ଦାର ଫୁଲ, ଚନ୍ଦନ, ଧଳାଫୁଲ, ଗଙ୍ଗା ଜଳ ଓ ଗାଈ କ୍ଷୀର ବିଧି ଅନୁସାରେ ଅର୍ପଣ କରନ୍ତୁ । ମହାଶିବରାତ୍ରୀ ବ୍ରତ ରଖିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।

ଅଧିକ ପଢ଼ନ୍ତୁ: ମହାଶିବରାତ୍ରୀ ଦିନ ଆପଣାନ୍ତୁ ଏହି ଉପାୟ, ପାଇବେ ଶୁଭ ଫଳ

ମହାଦେବଙ୍କୁ ଗୋଟିଏ ନୋଟା ଜଳ ସହ ବେଲପତ୍ର ଅର୍ପଣ କଲେ ଭଗବାନ ଶିବ ପ୍ରସନ୍ନ ହୁଅନ୍ତି ବୋଲି କୁହାଯାଏ । ହେଲେ କିଛି ଏମିତି ପ୍ରସାଦ ରହିଛି ଯାହା ଅର୍ପଣ କଲେ ମହାଦେବଙ୍କ ବୃଷଭ ମଧ୍ୟ ସନ୍ତୁଷ୍ଟ ହୋଇଥାଆନ୍ତି । ଆସନ୍ତୁ ଜାଣିବା. . .

ଲସି:

ମହାଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ଥଣ୍ଡା ଭୋଗ ଲଗାନ୍ତୁ । କାରଣ ମହାଦେବଙ୍କୁ ଥଣ୍ଡା ଭୋଗ ପସନ୍ଦ । ଥଣ୍ଡା ଭୋଗ ଲଗାଇବା ଦ୍ୱାରା ମହାଦେବ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି ।

ପୂଜା ଶେଷରେ ବାବାଙ୍କ ନିକଟରେ ଥଣ୍ଡା ଲସି ଭୋଗ ଲଗାଇପାରିବେ । ଭୋଗ ଲାଗି ହେବାପରେ ଲସି ଭୋଗକୁ ଭକ୍ତଙ୍କ ଗହଣରେ ବାଣ୍ଟି ଦିଅନ୍ତୁ । ନିଶ୍ଚୟ ଆପଣଙ୍କୁ ମହାଦେବଙ୍କ କୃପା ଲାଭ ହେବ ।

ଭାଙ୍ଗ:

ଭାଙ୍ଗ ମହାଦେବଙ୍କ ପ୍ରିୟ ବୋଲି କୁହାଯାଏ । ପୂଜା ସମୟରେ ଶିବଶଙ୍କରଙ୍କ ନିକଟରେ ଭାଙ୍ଗ ଲାଗି କଲେ ମହାଦେବଙ୍କ କୃପା ମିଳିଥାଏ ବୋଲି ବିଶ୍ୱାସ ରହିଛି । 

ହଲୱା:

ମହାଶିବରାତ୍ରୀ ଦିନ ଶିବଶଙ୍କରଙ୍କ ନିକଟରେ ହଲୱା ଭୋଗ ଲାଗି କରନ୍ତୁ । ମହାଶିବରାତ୍ରୀ ଦିନ ମହାଦେବଙ୍କ ନିକଟରେ ହଲୱା ଲାଗି କଲେ ଶିବଶଙ୍କର ପ୍ରସନ୍ନ ହେବେ । ଆପଣଙ୍କ ମନସ୍କାମନା ପୂରଣ ହେବ ।

ମାଲପୁଆ:

କୁହାଯାଏ ବାବା ଶିବଶଙ୍କରଙ୍କୁ ମାଲପୁଆ ବହୁତ ପସନ୍ଦ । ଯଦି ଆପଣ ମହାଦେବଙ୍କ ନିକଟରେ ମାଲପୁଆ ଭୋଗ ଲାଗି କରିବାକୁ ଚାହୁଁଛନ୍ତି । ଆପଣ ପ୍ରସ୍ତୁତ କରିଥିବା ମାଲପୁଆରେ କିଛି ଭାଙ୍ଗ ଗୁଣ୍ଡ ମିଶାଇ ଦିଆନ୍ତୁ । ମହାଦେବ ପ୍ରସନ୍ନ ହେବେ ।