/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697713178.jpg)
Barala balukeswar
କୁହାଯାଏ, ବିଶ୍ବାସେ ମିଳନ୍ତି ହରି, ତର୍କେ ବହୁ ଦୂର । ଇୟେ ସେମିତି ଏକ ବିଶ୍ବାସର କଥା । ଯୁଗ ଯୁଗରୁ ଏ ବିଶ୍ବାସରେ ଲୋକଙ୍କ ଆସ୍ଥା ରହି ଆସିଛି । ଲାଲି ଫର ଫର ନେତ ଉଡ଼ୁଛି । ପ୍ରଭୁଙ୍କର ନାମ ଉଚ୍ଚାରଣ ଚାଲିଛି । ମହାଦେବଙ୍କର ଅଭିଷେକ ମଧ୍ୟ କରାଯାଉଛି । ଘଣ୍ଟ, ଘଣ୍ଟାର ନାଦରେ ଗଗନ ପବନ ପ୍ରକମ୍ପିତ ହେଉଛି । ସୃଷ୍ଟି ହୋଇଚି ଆଧ୍ୟାତ୍ମିକ ପରିବେଶ ।
ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ବରାଳ ବାଲୁକେଶ୍ବରଙ୍କଠାରେ ଅନୁଷ୍ଠିତ ହୋଇ ଯାଇଛି ବିଭୂତି ତୋଳା ଉତ୍ସବ । ଏହି ଅବସରରେ ବିରାଟ ବିରାଟ ପଟୁଆରରେ ପ୍ରଭୁଙ୍କର ଆଜ୍ଞାମାଳ ନେଇ ବିଭୁତି ବାଟିକାରୁ ବିଭୂତି ସଂଗ୍ରହ କରା ଯାଇଥିଲା ।
ହାତରେ ବେତର ଟୋକେଇ, ଶାବଳକୁ ଧରି ସେବାୟତମାନେ ଏକତ୍ରିତ ହୋଇ ବିଭୂତି ବାଟିକାକୁ ବିଭୂତି ଆଣିବାକୁ ଯାଇ ଥାଆନ୍ତି । ସେଠାରେ ଏକ ବରଗଛ ମୂଳେ ଠାକୁରଙ୍କ କାଳେସୀ ଦ୍ବାରା ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରା ଯାଇଥାଏ ।
ପରେ କାଳେସୀ ଯେଉଁ ସ୍ଥାନକୁ ନିର୍ଦ୍ଦେଶ ଦେଇ ଥାଆନ୍ତି ସେହି ସ୍ଥାନରୁ ସେବାୟତମାନେ ମାଟି ସଂଗ୍ରହ କରି ଆଣିଥାଆନ୍ତି । ପରେ ଏହାକୁ ମନ୍ଦିର ପ୍ରାଙ୍ଗଣରେ ଶୁଖା ଯାଇ ବିଭୂତି ପ୍ରସ୍ତୁତ କରାଯାଏ । ପ୍ରଥମେ ଠାକୁରଙ୍କୁ ସମର୍ପଣ କରାଯିବା ପରେ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଏ ।
ତେବେ ଠାକୁରଙ୍କର ଏହି ବିଭୂତି ସଂଗ୍ରହ ବର୍ଷର ଗୋଟିଏ ଦିନରେ କରାଯାଏ । ଆଜି ବି ସମାଜରେ ବଞ୍ଚି ରହିଛି ପ୍ରଥା ଓ ପରମ୍ପରା । ମହାପ୍ରଭୁଙ୍କୁ ମନେ ପକାଇବା ପାଇଁ ଅନୁଷ୍ଠିତ ହେଉଥିବା ଏହି ଉତ୍ସବ ଆଗାମୀ ଦିନରେ ଯୁବପିଢ଼ୀଙ୍କ ମନରେ ଭଗବତ ବିଶ୍ବାସ ପାଇଁ ନିହାତି ଭାବେ ଆଗ୍ରହ ଜନ୍ମାଇବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)