• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ତେଲୁଗୁ ସଂପ୍ରଦାୟର ନବରାତ୍ରରେ କଣ୍ଢେଇ ମେଳା ଅନୁଷ୍ଠିତ ହୁଏ । ବ୍ରହ୍ନପୁରରେ ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ପାଳିତ ହୋଇ ଯାଇଛି କଣ୍ଢେଇ ମେଳା । ଦକ୍ଷିଣ ଭାରତର ଆନ୍ଧ୍ର ଓ ତେଲେଙ୍ଗାନା ଅଞ୍ଚଳରେ ବିଶେଷ କରି ଦଶହରା ଓ ଦୀପାବଳି ଅବସରରେ କଣ୍ଢେଇ ମେଳା ପାଳିତ ହୁଏ ।

ଘରର ବିବାହିତ ମହିଳାମାନେ ମିଶି ପୂଜା କରନ୍ତି । ପରବର୍ତ୍ତୀ ପିଢ଼ୀକୁ ନିଜର ପରମ୍ପରା ଓ ସଂସ୍କୃତି ବିଷୟରେ ଜାଣିବାକୁ ବର୍ତ୍ତମାନ ଏହି ମେଳା ପାଳନ କରା ଯାଉଛି । ଘର ଭିତରେ ସଜେଇ ହୋଇ ରହିଛି ବିଭିନ୍ନ ପ୍ରକାର କଣ୍ଢେଇ । ସତେ ଯେପରି କୌଣସି କଣ୍ଢେଇ ମେଳାର ଭ୍ରମ ସୃଷ୍ଟି କରୁଛି ଏହି କଣ୍ଢେଇ ।

ବିଭିନ୍ନ ପ୍ରକାର ଯେପରି ହଳଦୀ କୁଟିବା, ବେଶ ପୋଷାକ ତଥା ତେଲୁଗୁ ବିବାହ ଆଦି ସମସ୍ତ କଥା କଣ୍ଢେଇ ମାନଙ୍କ ଦ୍ବାରା ଦର୍ଶା ଯାଇଛି । ଶ୍ରୀକୃଷ୍ଣଙ୍କର ବାଲ୍ୟ ଲୀଳାଠାରୁ ଆରମ୍ଭ କରି ଶ୍ରୀରାମଙ୍କ ବନବାସ ପର୍ଯ୍ୟନ୍ତ ସମସ୍ତ ଲୀଳା ଖେଳା କଣ୍ଢେଇମାନଙ୍କ ଦ୍ବାରା ଦେଖା ଯାଏ ।

କର୍ତ୍ତାଙ୍କ ଘରେ ଏହି ପୂଜା ୧୦ ଦିନ ଧରି ଅନୁଷ୍ଠିତ ହୋଇଥାଏ । ପୂଜାର କର୍ତ୍ତା ଏମ୍. ଭେଙ୍ଗଟ ରାଓ ଓ ତାଙ୍କ ପତ୍ନୀ ବିଭିନ୍ନ ସମୟରେ କିଣିଛନ୍ତି । ଶତାଧିକ ବର୍ଷ ଧରି ଭେଙ୍କଟଙ୍କ ପରିବାର ଏହି ପୂଜା କରି ଆସୁଛନ୍ତି । ୧୦୦ ବର୍ଷ ତଳର କୃଷ୍ଣ ମୂର୍ତ୍ତୀଙ୍କୁ ସ୍ଥାପନ କରାଯାଇ ଏହି ପୂଜା କରା ଯାଇଥାଏ ।

ସଧବା ମହିଳାଙ୍କର ପାଦରେ ହଳଦୀ ଲଗା ଯାଇ ଅଳତା ଲେପନ କରା ଯାଇଥାଏ । ଲଳିତା ସହସ୍ର ନାମ ପାଠ ଶେଷ ହେବା ପରେ ଭୋଗ ଅର୍ପଣ କରା ଯାଇଥାଏ ।

କର୍ତ୍ତାଙ୍କ ଘରେ ଏହି ପୂଜା ୧୦ ଦିନ ଧରି ଅନୁଷ୍ଠିତ ହୋଇଥାଏ । ପୂଜାର କର୍ତ୍ତା ଏମ୍. ଭେଙ୍ଗଟ ରାଓ ଓ ତାଙ୍କ ପତ୍ନୀ ବିଭିନ୍ନ ସମୟରେ କିଣିଛନ୍ତି । ଶତାଧିକ ବର୍ଷ ଧରି ଭେଙ୍କଟଙ୍କ ପରିବାର ଏହି ପୂଜା କରି ଆସୁଛନ୍ତି ।

୧୦୦ ବର୍ଷ ତଳର କୃଷ୍ଣ ମୂର୍ତ୍ତୀଙ୍କୁ ସ୍ଥାପନ କରାଯାଇ ଏହି ପୂଜା କରା ଯାଇଥାଏ । ସଧବା ମହିଳାଙ୍କର ପାଦରେ ହଳଦୀ ଲଗା ଯାଇ ଅଳତା ଲେପନ କରା ଯାଇଥାଏ । ଲଳିତା ସହସ୍ର ନାମ ପାଠ ଶେଷ ହେବା ପରେ ଭୋଗ ଅର୍ପଣ କରା ଯାଇଥାଏ ।

ତେବେ ଏହି ମେଳାଟି ବର୍ତ୍ତମାନର ଯୁବ ସମାଜକୁ ନିଜ ସଂସ୍କୃତି ଓ ପରମ୍ପରା ବିଷୟରେ ଶିକ୍ଷା ଦେବାକୁ ପାଳିତ ହେଉଛି ।

  • Reported by:
  • Jagannath Sahu