ଅଣବସର ଏକାଦଶୀରେ ଅର୍ଥାତ ଗତ ୨୧ ତାରିଖ ରାତିରେ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ଦଶମୂଳ ମୋଦକ ଲାଗି ହେବାର ବିଧି ଥିବାବେଳେ ୭୦ଟି କମ୍ ଥିବା ଦେଖିବାକୁ ମିଳିଥିଲା।
ଜଗନ୍ନାଥ ସଂସ୍କୃତି ସହିତ ଖେଳ। ମନଇଚ୍ଛା, ଶାସ୍ତ୍ରୀୟ ତିଥିକୁ ଅଣଦେଖା କରି ରଥଯାତ୍ରା କରାଯାଉଛି। ଗତକାଲି ଦେଶର ରାଜଧାନୀ ଦିଲ୍ଲୀରେ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି।
ଆମେ_ରଜାଙ୍କ_ଘରକୁ_ଆସିଛୁ' 'ଆମେ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ରଜାଙ୍କ ପାଖକୁ ଆସିଛୁ। ଆମେ ପାଠ ପଢ଼ୁଛୁ। ମହାପ୍ରଭୁଙ୍କ ସେବା କରୁଛୁ।\' -କୁନି ସେବାୟତ
ହିନ୍ଦୁ ଧର୍ମରେ ମା’ ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ । ମାନ୍ୟତା ରହିଛି ମା’ ଲକ୍ଷ୍ମୀ କୌଣସି ଘରେ ପ୍ରବେଶ କରିବା ପୂର୍ବରୁ କିଛି ବିଶେଷ କଥାର ଧ୍ୟାନ ଦେଇଥାଆନ୍ତି । ଜାଣନ୍ତୁ ସେ ବିଷୟରେ
ଆମର ଆଚରଣ ଠିକ୍ ନରହିଲେ, ଆମ ଘରେ ଥିବା ଦେବୀଦେବତା ମଧ୍ୟ ଅସନ୍ତୁଷ୍ଟ ରୁହନ୍ତି। ହିନ୍ଦୁ ଧର୍ମରେ ବିଶ୍ୱାସ କରାଯାଏ, ଘରର ପରିବେଶ ହିଁ ଦିଅଁ ଦେବତାଙ୍କୁ ଘରକୁ ଆମନ୍ତ୍ରଣ କରିଥାଏ। ପଣ୍ଡିତମାନେ କୁହନ୍ତି, ଆମ ଘରେ ଥିବା ମାଆ ଲକ୍ଷ୍ମୀ ଯଦି ଅସନ୍ତୁଷ୍ଟ ହୁଅନ୍ତି, ତେବେ ସେ ଏହି ୫ଟି ସଙ୍କେତ ଦିଅନ୍ତି।
ପଶ୍ଚିମବଙ୍ଗର ୩୪୧ ବ୍ଲକର ପ୍ରତି ଘରେ ଘରେ ଯେମିତି ଏ ପ୍ରସାଦ ପହଞ୍ଚିବ, ସେଥିପାଇଁ ସରକାରୀ ଭାବେ ରାସନ୍ ଡିଲରଙ୍କୁ ଏ ଦାୟିତ୍ବ ମିଳିଛି। ସେମାନେ ଲୋକଙ୍କ ଦୁଆର ଦୁଆର ବୁଲି ଖୁଆରୁ ପ୍ରସ୍ତୁତ ପେଡ଼ା, ଗଜା ଓ ଦୀଘା ଜଗନ୍ନାଥ ମନ୍ଦିରର ଏକ ଫଟୋ ଦେଉଛନ୍ତି। ରାଜ୍ୟର ପ୍ରତି ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କର ତରଫରୁ ଏହାକୁ ଭେଟି ବୋଲି ଜଣାଇ ଦିଆଯାଉଛି।
#ଗଡ଼ିଲା_ରଥ, #ବସିଲେ_ଭଣ୍ଡ_ସାରଥୀ ସନ୍ତୋଷ ରାଉଳ ଓରଫ ସାରଥୀଙ୍କ ପୂଜାର୍ଚ୍ଚନା । କୌଣସି ପ୍ରବଚନ ଦେଇପାରିବେ ନାହିଁ କି ସତସଙ୍ଗ କରିପାରିବେ ନାହିଁ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ଥିବା ବେଳେ ଏବେ ସାରଥୀଙ୍କ ଭକ୍ତ ଭିନ୍ନ ତରିକାରେ ଚଳାଇଛନ୍ତି ପ୍ରଚାର ପ୍ରସାର ।
ଆଗେ ଅଦିନିଆ ରଥଯାତ୍ରା କରୁଥିଲା ଏବେ ସ୍ନାନଯାତ୍ରା ବି ତିଥି ବାହାରେ ଆୟୋଜନ କଲାଣି ଇସ୍କନ। ଯାହାକୁ ନେଇ ପୁଣି କ୍ଷୁବ୍ଧ ଗଜପତି ମହାରାଜା। ଏଥିରୁ ବିରତ ରହିବାକୁ ପୁଣି ମାୟାପୁର ଇସ୍କନ କର୍ତ୍ତୃପକ୍ଷଙ୍କୁ ଗତକାଲି ଲେଖିଛନ୍ତି କଡ଼ା ଚିଠି।
ଏମିତି କାହାଣୀ ଆପଣ କେବଳ ଭାରତୀୟ ହିନ୍ଦୁ ସଂସ୍କୃତିରେ ହିଁ ଦେଖିବାକୁ ପାଇବେ। ଜଗନ୍ନାଥ ସଂସ୍କୃତିର ବିଶେଷତ୍ୱ ହେଉଛି ଏହା ସାଧାରଣ ମଣିଷର କଥା କୁହେ। ମହାପ୍ରଭୁଙ୍କ ନୀତି ସହିତ ଜଡ଼ିତ ଏହି କାହାଣୀଟି ପଢ଼ନ୍ତୁ, ଜାଣିପାରିବେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁରୁତ୍ୱ।
ସମସ୍ତଙ୍କ ମନରେ ପ୍ରଶ୍ନ ଉଠେ, ସ୍ନାନବେଦିରୁ ଶ୍ରୀଜିଉମାନେ ଅଣସର ଘରକୁ ଯିବାପରେ ସେଠି କଣ ହୁଏ? ସେଠାରେ ସେବାୟତମାନେ କେଉଁସବୁ ଗୁପ୍ତନୀତି ସମ୍ପାଦନ କରନ୍ତି? ଏ ସଂପର୍କରେ ଜଗନ୍ନାଥ ସଂସ୍କୃତିର ଗବେଷକମାନେ ଯାହା ଉଲ୍ଲେଖ କରିଛନ୍ତି ପଢ଼ନ୍ତୁ ଏହା ଉପରେ ଏହି ଲେଖାଟି।
ସ୍ନାନବେଦୀରୁ ହାତୀବେଶରେ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ । ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରି କୃତ କୃତ ଲକ୍ଷାଧିକ ଭକ୍ତ । ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ କାହିଁକି ହୁଅନ୍ତି ଗଜାନନ ବେଶ, ଜାଣନ୍ତୁ...
୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଧ୍ୟାତ୍ମିକ ପରିବେଶରେ ଉଛୁଳି ପଡୁଛି ବଡଦାଣ୍ଡ । ସ୍ନାନବେଦୀରେ ବ୍ରହ୍ମାଣ୍ଡ ଗୋଷାଇଁଙ୍କୁ ଦେଖି ଭାବବିହ୍ୱଳ ହୋଇପଡୁଛି ଭକ୍ତ । ଗାଧୁଆ ପାଧୁଆ ସାରି ସ୍ନାନବେଦୀରେ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ ।
ସ୍ନାନଯାତ୍ରାଠାରୁ ଆରମ୍ଭ ହୋଇଯାଏ ରଥଯାତ୍ରାର ପ୍ରକୃତ ପ୍ରକ୍ରିୟା। ଶ୍ରୀଜିଉମାନେ କିଏ କେତେ ଗରା ପାଣିରେ ଗାଧାନ୍ତି ଏବଂ ଆଗରୁ ଯେତେବେଳେ ଏମିତି ସ୍ନାନବେଦି ନଥିଲା, ସେତେବେଳେ କେଉଁଥିରେ ତିଆରି ହେଉଥିଲା ସ୍ନାନବେଦି, ଆସନ୍ତୁ ଜାଣିବା ସ୍ନାନଯାତ୍ରାର କିଛି ବିଶେଷ କଥା।
ରାତି ପାହିଲେ ସ୍ନାନ ପୂର୍ଣ୍ଣିମା। ସ୍ନାନବେଦିକୁ ଯିବେ ଚତୁର୍ଦ୍ଧା ମୂରତି। ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଆସନ୍ତୁ ଜାଣିବା ମହାପ୍ରଭୁଙ୍କ ସ୍ନାନଯାତ୍ରା ପଛର କାହାଣୀ, ଆଉ ଜାଣିବା କେଉଁ ପୃଷ୍ଠଭୂମିରେ ହୋଇଥାଏ ମହାପ୍ରଭୁଙ୍କର ହାତୀବେଶ। ସ୍ନାନଯାତ୍ରା ପୂର୍ବରୁ ଓ ପରେ କ'ଣ ସବୁ ହୋଇଥାଏ ଆସନ୍ତୁ ଜାଣିବା।
ଆଜି ଅନୁଷ୍ଠିତ ହୋଇଛି ରାମ ଦରବାର ପ୍ରାଣ ପ୍ରତିଷ୍ଠା । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ରାଜା ବେଶ ସହ ମାତା ସୀତା, ୩ ଅନୁଜ ଓ ପରମ ଭକ୍ତ ହନୁମାନଙ୍କୁ ଦେଖି କୃତାର୍ଥ ହେଉଛନ୍ତି ଶ୍ରଦ୍ଧାଳୁ। ରାଜସ୍ଥାନ ଜୟପୁରର ଶଙ୍ଖ ମଲମଲ ସଫେଦ ମାର୍ବଲରେ ତିଆରି ନିଖୁଣ ବିଗ୍ରହ ଝଲସୁଛି, ହଜାରେ କ୍ୟାରେଟ୍ ହୀରା, ୩୦୦ ଗ୍ରାମ୍ ସୁନା ଓ ୩ଶହ କ୍ୟାରେଟ୍ ମାଣିକ ନିର୍ମିତ ଆଭୂଷଣରେ ।
ନାରାୟଣ ଭଗୀରଥଙ୍କୁ କହିଲେ, ତୁମେ ଶିବଙ୍କୁ ପୂଜା କର, ଗଙ୍ଗା ନିଶ୍ଚୟ ମିଳିବେ। ଭଗୀରଥ ପୁଣି ଶିବଙ୍କୁ କଠୋର ତପସ୍ୟା କଲେ। ପ୍ରଭୁ ଶିବ ତାଙ୍କୁ ହିମବନ୍ତ ନେଇଗଲେ। ସେଠାରୁ ମାତା ଗଙ୍ଗା ସ୍ଵର୍ଗରୁ ମର୍ତ୍ତ୍ୟକୁ ଆସିଲେ। କିନ୍ତୁ ତାଙ୍କ ଭୂମିପତନ ଆଘାତକୁ ରକ୍ଷା କରିବାକୁ, ଶିବ ନିଜ ଜଟା ଫିଟାଇ ଦେଲେ। ଶିବଙ୍କ ଜଟାରେ ପଡ଼ିବା ପରେ ଗଙ୍ଗା ଏକ ଛୋଟ ସ୍ରୋତ ହୋଇ ବହି ଚାଲିଲେ।
ସପ୍ତମ ଗୁପ୍ତ କୋଠରୀ ବିଷୟରେ ଅନେକ କିମ୍ବଦନ୍ତୀ ଅଛି। କୁହାଯାଏ ୧୯୦୮ ଏବଂ ୧୯୩୧ ମସିହାରେ ବ୍ରିଟିଶମାନେ ସପ୍ତମ ଗୁପ୍ତ କୋଠରୀ ଘେରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ହଠାତ୍ ହଜାର ହଜାର ସାପ ବାହାରିବାରୁ ସେମାନେ ସଫଳ ହୋଇପାରିଲେ ନାହିଁ।
ମାଆ ଲକ୍ଷ୍ମୀଙ୍କ ପୂଜା ପାଇଁ ଓଡ଼ିଆ ନାରୀ ପାଳନ କରେ ପବିତ୍ର ସୁଦଶା ବ୍ରତ। ମାଆ ଲକ୍ଷ୍ମୀଙ୍କ ପୂଜା ପଛରେ ରହିଛି ଏକ ସୁନ୍ଦର ପୌରାଣିକ କାହାଣୀ। ଇନ୍ଦ୍ର କେମିତି ଓ କାହିଁକି ହୋଇଥିଲେ ଲକ୍ଷ୍ମୀଛଡା ଜାଣନ୍ତୁ ଏହି କାହାଣୀରୁ।
ସମ୍ୱଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଐତିହାସିକ ପୃଷ୍ଠଭୂମି କଣ? ପୁରାଣରେ ଥିବା ସୁନ୍ଦର କାହାଣୀଟି କଣ? କେଉଁ ରାଜାଙ୍କ ସମୟରେ ସମ୍ବଲପୁରରେ ଆରମ୍ଭ ହୋଇଥିଲା ଏହି ପ୍ରସିଦ୍ଧ ଯାତ୍ରା? ଏଥିରେ କେଉଁ ଦେବତା ଓ ଦେବୀଙ୍କର ବିବାହ ସଂପନ୍ନ ହୋଇଥାଏ?
ଏକ ପ୍ରଶ୍ନ ଉଠେ ଯେ ତୁଳସୀ ପତ୍ରକୁ ସିଧାସଳଖ ଚୋବାଇବା ଉଚିତ କି? ପୁଣି ପ୍ରଶ୍ନ ଉଠୁଛି ଏପରି କାହିଁକି? ଯେତେବେଳେ ତୁଳସୀପତ୍ର ଏତେ ଲାଭଦାୟକ, ତେବେ ଏହାର ପତ୍ର ଚୋବାଇଲେ କ’ଣ କ୍ଷତି ହୋଇପାରେ? ଆସନ୍ତୁ ଏହାକୁ ବୈଜ୍ଞାନିକ ଏବଂ ଧାର୍ମିକ ଉଭୟ ଦିଗରୁ ବୁଝିବା।
ମାଟି ଫଟାଇ ଉଭାହେଲା ଶିବଲିଙ୍ଗ । ସମସ୍ତେ ତାଜୁବ, ପରିବାରର ଆଖି ସାମ୍ନାରେ ଘଟୁଥିଲା ଅଲୌକିକ ଘଟଣା ।
କାହିଁକି ପାଳନ ହୁଏ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ବ ଶୀତଳଷଷ୍ଠୀ ଯାତ୍ରା? କେଉଁ ପୌରାଣିକ ଘଟଣା ଉପରେ ପର୍ଯ୍ୟବେଶିତ ଏହି ଯାତ୍ରା। କେମିତି ହେଲା ଶିବ ପାର୍ବତୀଙ୍କର ଭେଟ। କିଏ ଏଥିପାଇଁ ତିଆରି କରିଥିଲେ ଯୋଜନା? ଶୀତଳଷଷ୍ଠୀ ଯାତ୍ରା ପଛରେ ଥିବା କୌତୁହଳପ୍ରଦ କାହାଣୀଟିକୁ ପଢ଼ନ୍ତୁ।
ହିନ୍ଦୁ ଧର୍ମରେ ଅଛି ଅନେକ ଆଶ୍ଚର୍ଯ୍ୟ ମନ୍ତ୍ର ଓ ଶ୍ଳୋକ। ଯାହା ବହୁତ ପୁରୁଣା ଓ ଶକ୍ତିଶାଳୀ। ହଜାର ହଜାର ବର୍ଷ ଧରି ଏହିସବୁ ମନ୍ତ୍ର ଓ ଶ୍ଳୋକ ଉଚ୍ଚାରଣ କରି ଏହାର ଆଶ୍ଚର୍ଯ୍ୟଜନକ ଦିଗକୁ ଆବିଷ୍କାର କରାଯାଇଛି। ଏହିପରି ୧୧ଟି ମନ୍ତ୍ର ପଢ଼ନ୍ତୁ, ଯାହା ଭାରତରେ ବହୁତ ଲୋକପ୍ରିୟ
ଏହା ଏମିତି ଏକ ମନ୍ତ୍ର ଯାହା ହିନ୍ଦୁ ଧର୍ମରେ ସବୁଠାରୁ ଅଧିକଥର ଉଚ୍ଚାରଣ ହୋଇଥାଏ। ଏହାର ଉଚ୍ଚାରଣ ଦ୍ୱାରା ଆମକୁ ଯେତେ ଅଧିକ ଫାଇଦା ମିଳିଥାଏ, ବୋଧହୁଏ ଅନ୍ୟ କୌଣସି ମନ୍ତ୍ର ଏପରି ଲାଭ ଦେଇନଥାଏ। ଜାଣନ୍ତୁ ଏହି ୧୫ଟି ଫାଇଦା।
ଅଳ୍ପ ଆୟୂଷ ଅଛି ବୋଲି ଜାଣିବା ପରେ ମଧ୍ୟ କାହିଁକି ସତ୍ୟବାନଙ୍କୁ ବିବାହ କଲେ ସାବିତ୍ରୀ। ତାଙ୍କର କେଉଁ ଗୁଣ ସାବିତ୍ରୀଙ୍କୁ ମୁଗ୍ଧ କରିଥିଲା। ସତ୍ୟବାନଙ୍କୁ କେଉଁଠି ଓ କେଉଁ ଅବସ୍ଥାରେ ଭେଟିଥିଲେ ସାବିତ୍ରୀ?