Advertisment

ଜ୍ଞାନବାପୀ ମସଜିଦ ମାମଲା...ମୁସଲିମ୍ ପକ୍ଷକୁ ଶକ୍ତ ଝଟକା...ଜାରି ରହିବ ପୂଜାର୍ଚ୍ଚନା

ପୂର୍ବରୁ ହିନ୍ଦୁ ପକ୍ଷ ଏଠାରେ ପୂଜାର୍ଚ୍ଚନା ପାଇଁ ବାରଣାସୀ ଜିଲ୍ଲା ଜଜଙ୍କ କୋର୍ଟରେ ଅପିଲ କରିଥିଲେ। ଏହାର ଶୁଣାଣି କରି ଜାନୁଆରି ୩୧ରେ ପୂଜା ପାଇଁ ଅନୁମତି ଦେଇଥିଲେ କୋର୍ଟ।

author-image
Sonali Ojha
ଅଦ୍ୟତନ ହୋଇଛି
Gyanvapi Mosque Case

Gyanvapi cellar

ଜ୍ଞାନବାପୀ ମସ୍‌ଜିଦ ମାମଲା। ଆଲ୍ଲହାବାଦ ହାଇକୋର୍ଟରେ ଶୁଣାଣି ପରେ ମୁସ୍‌ଲିମ ପକ୍ଷକୁ ଶକ୍ତ ଝଟ୍‌କା ଲାଗିଛି । ମୁସଲିମ୍‌ ପକ୍ଷର ପିଟିସନ୍‌ ଖାରଜ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ। ବାରଣାସୀ କୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ। ଏବେ ଜ୍ଞାନବାପୀର ବ୍ୟାସ ତହଖାନାରେ ହିନ୍ଦୁମାନେ ପୂଜା କରିପାରିବେ।

Advertisment

ପୂର୍ବରୁ ହିନ୍ଦୁ ପକ୍ଷ ଏଠାରେ ପୂଜାର୍ଚ୍ଚନା ପାଇଁ ବାରଣାସୀ ଜିଲ୍ଲା ଜଜଙ୍କ କୋର୍ଟରେ ଅପିଲ କରିଥିଲେ। ଏହାର ଶୁଣାଣି କରି ଜାନୁଆରି ୩୧ରେ ପୂଜା ପାଇଁ ଅନୁମତି ଦେଇଥିଲେ କୋର୍ଟ। ଏହାପରେ ସେଠାରେ ପୂଜାର୍ଚ୍ଚନା ହୋଇଆସୁଛି । କିନ୍ତୁ ତଳ କୋର୍ଟଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ହାଇର୍କୋଟ ଯାଇଥିଲେ ଅନଜୁମନ ଇନ୍ତଜାମିଆ ମସଜିଦ କମିଟି।

ମସଜିଦରେ ପୂଜାର୍ଚ୍ଚନା ହେବ କି ନାହିଁ ଆଜି ଜଷ୍ଟିସ ରୋହିତ ରଂଜନ ଅଗ୍ରୱାଲଙ୍କ ଖଣ୍ଡପୀଠ ଏହାର ରାୟ ଶୁଣାଇଛନ୍ତି । ପୂର୍ବରୁ ଫେବୃଆରୀ ୧୫ରେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ତେବେ ଆଜି ସଂରକ୍ଷିତ ରାୟ ପ୍ରକାଶ ପାଇଛି।

Advertisment

ଜ୍ଞାନବାପୀ ବାହାରୁ ମସଜିଦ ଲାଗୁଥିଲେ ବି, ପୂର୍ବରୁ ଏଠାରେ ମନ୍ଦିର ଥିବା କୁହାଯାଉଛି। ସପ୍ତଦଶ ଶତାବ୍ଦୀରେ ଔରଙ୍ଗଜେବଙ୍କ ଦ୍ୱାରା କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ଥିବା ବିଶ୍ୱେଶ୍ୱର ମନ୍ଦିରକୁ ଭାଙ୍ଗି ମସଜିଦ୍ ନିର୍ମାଣ କରାଯାଇଥିବା ଦାବି କରାଯାଉଛି। ଜ୍ଞାନବାପୀ ପରିସରରରେ ଏବେ ବି ମନ୍ଦିରର ଭଗ୍ନାବଶେଷ ରହିଛି। କାନ୍ଥରେ ଶୃଙ୍ଗାର ଗୌରୀ, ଗଣେଶ, ହନୁମାନ, ନନ୍ଦି ଆଦି ଦେବଦେବୀଙ୍କର ମୂର୍ତ୍ତି ରହିଛି।

Gyanvapi Masjid Gyanvapi Masjid Case
Advertisment
Advertisment