ବୃଦ୍ଧ ଜଣକ ସେମାନଙ୍କ ହାତରୁ କିଛି ଟଙ୍କା ଧରିଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି । ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ସେପଟେ ଟଙ୍କା ବଣ୍ଟା ଘଟଣାକୁ ଅସ୍ୱୀକାର କରିବା ସହ ସେମିତି କିଛି ହୋଇନଥିବା ସଂପୃକ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀ କହିଛନ୍ତି ।
ପ୍ରାର୍ଥୀମାନେ ହାତ ଗଣତି ସମର୍ଥକଙ୍କୁ ଧରି ଘର ଘର ବୁଲି ପ୍ରଚାର କରୁଛନ୍ତି । କିନ୍ତୁ ପ୍ରାର୍ଥୀଙ୍କ ବେକରେ ଫୁଲମାଳ ନାହିଁ କି କୌଣସି କାନ୍ଥ ବାଡ଼ରେ ଲାଗିନି ପୋଷ୍ଟର ।
ପ୍ରଚାର ସମୟରେ ଆସି ଚୋର ମାରିନେଲେ ମୋବାଇଲ୍ । ଶାହାଜାହାନପୁରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କ୍ୟାମ୍ପେନ୍ ସମୟରେ ଏପରି ହୋଇଛି ।
ଏଥର ନିର୍ବାଚନରେ ଖାଲି ନେତାଙ୍କ ପୁଅ-ଝିଅ କି ପତ୍ନୀ ମଇଦାନକୁ ଓହ୍ଲାଇଛନ୍ତି। ତା ନୁହେଁ ପଞ୍ଚାୟତ ମଇଦାନରେ ରୋଚକ ଫାମିଲି ଫାଇଟ୍ ବି ଦେଖିବାକୁ ମିଳିଛି।
ଚିଲିକା ନିର୍ବାଚନ ମଂଡଳୀ ଚିଲିକା ବ୍ଲକର ଡୁଙ୍ଗମାଳ ପଞ୍ଚାୟତରେ ଦୁଇଭାଇ ଓହ୍ଲାଇଛନ୍ତି ନିର୍ବାଚନ ରଣାଙ୍ଗନକୁ । ଦୁଇଜଣଙ୍କ ମଧ୍ୟରେ ଆରମ୍ଭ ହୋଇଛି ଜୋରଦାର ଫାଇଟ୍ । ଉଭୟେ ସରପଞ୍ଚ ପ୍ରାର୍ଥୀ ପାଇଁ ଦୁଆର ଦୁଆର ବୁଲି ଭୋଟ ହାତେଇବାକୁ ଆରମ୍ଭ କରିସାରିଲେଣି କସରତ ।
ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ମୁଦ୍ଦା ଅନେକ ରହିଛି। ଏଠି ମୁଦ୍ଦାକୁ ନେଇ ରାଜନୀତି ବି ଭିନ୍ନ। ଯଦିଓ ପୂରା ଜିଲ୍ଲାରେ ଏବେ ବିଜେଡିର ଦବଦବା ରହିଛି, ତଥାପି ୨୨ର ପଞ୍ଚାୟତ ପୋଲ୍ ୨୦୧୨ ଓ ୨୦୧୭ ଠାରୁ ଭିନ୍ନ ହେବ ବୋଲି ବିରୋଧୀଙ୍କ ଦାବି
୨୫ ବର୍ଷ ଧରି ବିଜେଡି କବଜାରେ ରହିଛି ଭଦ୍ରକ ଜିଲ୍ଲା। ପ୍ରତି ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ସହ ହାତେଇ ଚାଲିଛି ଅଧ୍ୟକ୍ଷ ପଦ। ୨୦୨୨ରେ କଣ ହେବ ସମୀକରଣ? ପଲଟିବ କି ବାଜି ? ବିଜେଡି ଗଡ଼ରେ ଧସେଇ ପଶିବ କି ବିଜେପି? ନା ଏଥର ବି ଶଙ୍ଖନାଦ?
ଏବେ ପରିବାର ରାଜନୀତିରେ ଅଧିକ ବିଶ୍ୱାସ ରଖୁଛନ୍ତି କି ରାଜନେତା?
ଏହି ୩ ମଳହାନଗର ନିଗମ ତଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର ମେୟର ପଦବୀ ପାଇଁ ମଧ୍ୟ ସଂରକ୍ଷଣ ଚୂଡ଼ାନ୍ତ ହୋଇଛି । ନଗର ଓ ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପଞ୍ଚାୟତ ନିର୍ବାଚନାରେ ପଛୁଆ ବର୍ଗଙ୍କୁ କେଉଁ ଦଳ ଦେଇଛି କେତେ ଟିକଟ ? ଏହାକୁ ନେଇ ପୁଣି ତେଜିଛି ପଛୁଆ ବର୍ଗ ସଂରକ୍ଷଣ ପଲିଟିକ୍ସ । ବିଜେଡି କହୁଛି ୪୦ ପ୍ରତିଶତ ଆସନରେ ପଛୁଆବର୍ଗ ପ୍ରାର୍ଥୀଙ୍କୁ ଟିକଟ ଦେବାକୁ ଚିଠା ପ୍ରସ୍ତାବ ପାରିତ ହୋଇଥିଲେ ମଧ୍ୟ ଦେଇଛୁ ୪୮ପ୍ରତିଶତ ।
ଏଥରର ପଞ୍ଚାୟତ ନିର୍ବାଚନରେ ସଭା, ସମାବେଶ, ରାଲି, ରୋଡ୍ ସୋ ଉପରେ ଲାଗିଛି କଟକଣା । ତା ବଦଳରେ ଦେଖିବାକୁ ମିଳୁଛି ଡିିଜିଟାଲ କ୍ୟାମ୍ପେନିଂ ।
କେଉଁଠି ଟାୱାର ନାହିଁ ତ ଆଉ କେଉଁଠି ନେଟ୍ୱାର୍କ ଥିଲେ ବି ବାଲାନ୍ସ କିମ୍ବା ସ୍ମାର୍ଟଫୋନ୍ କିଣିବାକୁ ଲୋକଙ୍କ ପାଖରେ ଟଙ୍କା ନାହିଁ । ବିଶେଷ କରି ଉପାନ୍ତ ଇଲାକାରେ ଏହି ସମସ୍ୟା ଉତ୍କଟ ହୋଇଛି । କରୋନା ସଂକ୍ରମଣକୁ ଦେଖି ଡିଜିଟାଲ୍ କ୍ୟାମ୍ପେନ୍କୁ ସରକାର ପ୍ରାଧାନ୍ୟ ଦେଇଛନ୍ତି ସତ ।
ପ୍ରଚାର ମଇଦାନରେ ନେତା । ଗାଁକୁ ଗାଁ ବୁଲି, ଘରକୁ ଘର ଯାଇ ଭୋଟ୍ ଭିକ୍ଷା କାରୁଛନ୍ତି । ହେଲେ ଯେଉଁ ଗାଁକୁ ବି ନେତା ଯାଉଛନ୍ତି ସେଇଠି କେବଳ ଗୋଟିଏ ଚର୍ଚ୍ଚା ମୋବାଇଲ୍ ନେଟ୍ୱାର୍କ ।
ଗୀତରେ ଗୀତରେ ପ୍ରାର୍ଥୀଙ୍କ ନାଁ, କେଉଁ ପଞ୍ଚାୟତରୁ, କେଉଁ ପଦବୀ ପାଇଁ ଲଢୁଛନ୍ତି, ଏସବୁର ପ୍ରଚାର କରାଯାଉଛି । ନିର୍ବାଚନୀ ପ୍ରତିଶ୍ରୁତି ବି ରହିଛି ଏଥିରେ । ତେଣୁ ରେକର୍ଡିଂ ଷ୍ଟୁଡିଓରେ ଅନୁଭବ ହେଉଛି ପଞ୍ଚାୟତ ନିର୍ବାଚନୀ ଉଷ୍ଣତା ।
୫୮ ପ୍ରତିଶତ ଆସନରେ ପଛୁଆ ବର୍ଗଙ୍କୁ ଠିଆ କରାଇଥିବା କହିଛି କଂଗ୍ରେସ । ତେବେ ସଂରକ୍ଷଣ ନିୟମ ଅନୁସାରେ ଅନୂସଚିତ ଜନଜାତି ପାଇଁ ୨୨.୮୫ ପ୍ରତିଶତ ଏବଂ ଅନୁସୂଚିତଜାତି ପାଇଁ ୧୭.୧୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି ।
କୃଷି ପ୍ରଧାନ ଜିଲ୍ଲା ସମ୍ବଲପୁର। ଚାଷ ଏଠା ଗ୍ରାମ୍ୟ ଅର୍ଥନୀତିର ମେରୁଦଣ୍ଡ । ହେଲେ ଏଇ ଜିଲ୍ଲାରେ ବିଶ୍ୱର ଦୀର୍ଘତମ ନଦୀବନ୍ଧ ଥାଇ ବି ଏଠି ସମସ୍ୟାରେ ଚାଷୀ। କେତେବେଳେ ମରୁଡ଼ି ପାଇଁ ତ କେତେବେଳେ ବମ୍ପର କ୍ରପ୍ ପାଇଁ ହଇରାଣ ହେଉଛନ୍ତି ଚାଷୀ
୨୨ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୨୨ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୫୦୩ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ। ଆଉ ଓ୍ୱାର୍ଡ ସଂଖ୍ୟା ହେଲା-୭ ହଜାର ୯୯ ଅର୍ଥାତ୍ ୭ ହଜାର ୯୯ଟି ଓ୍ୱାର୍ଡର ନେତା ବା ଓ୍ୱାର୍ଡ ସଭ୍ୟ ପଦ ପାଇଁ ବି ହେବ ଭୋଟ୍।
ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୁରନ୍ଦେଶ୍ୱରୀ। କହିଲେ, ଓଡ଼ିଆ ଚାହାଁନ୍ତି ପରିବର୍ତ୍ତନ
ପ୍ରାର୍ଥୀ ଆସିଲେ ପ୍ରଥମେ ପ୍ରଶ୍ନ କରୁଛନ୍ତି, ‘କୁହ ୫ ବର୍ଷରେ ଆମ ପାଇଁ କଣ କରିଛ ? ଯାହା ଆଶା ଦେଖାଇଥିଲ ତାହା ପୂରଣ କରିଛ କି ? ଏଭଳି କିଛି ସିଧାସଳଖ ପ୍ରଶ୍ନ କରି ଭୋଟ୍ ମାଗିବାକୁ ଆସିଥିବା ନେତାଙ୍କୁ ଘାଇଲା କରୁଛନ୍ତି ମହିଳା ।
ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳଙ୍କ ବୋହୁ ହେଲେ ଲିଲି ଗୋଛାୟତ, ଆଉ ମିନତୀ ମଣ୍ଡଳ ହେଲେ ତାଙ୍କ ଝିଅ । ଝିଅ ମିନତୀ ମଣ୍ଡଳ ଗାଁରେ ବାହା ହୋଇଥିବା ବେଳେ ଏଥର ନିଜ ଭାଉଜ ବିପକ୍ଷରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ।
କରୋନା କଟକଣା ଥିବାରୁ ଏବେ ବଡ଼ ରାଲି ଓ ସଭା ଉପରେ କଟକଣା ଥିବାରୁ ଡୋର୍ ଟୁ ଡୋର୍ କ୍ୟାମ୍ପେନ୍କୁ ବିଶେଷ ଗୁରୁତ୍ୱ ଦେଇଛନ୍ତି ରାଜନୈତିକ ଦଳ । ବିଜେପିର ଷ୍ଟାର୍ ପ୍ରଚାରକ ଏବେ ନିର୍ବାଚନ ପ୍ରଚାର ମୈଦାନରେ ଓହ୍ଲାଇଛନ୍ତି ।
ଦିନେ ମାଓ ଭୟରେ ନିର୍ବାଚନ ଆସିଲେ ଲୁଚୁଥିଲେ, ଏବେ ଭୟକୁ ଖାତିର୍ ନକରି ଆଗକୁ ଆସିଛନ୍ତି ଲୋକେ। ମାଓ ଭୟ ଛା଼ଡ଼ି ଆଗକୁ ଆସିଛନ୍ତି ପ୍ରାର୍ଥୀ ଏବଂ ଭୋଟର।
ଗାଁରେ ସ୍କୁଲ ନାହିଁ ତ୍ ଭୋଟ୍ ନାହିଁ । ଏଭଳି କିଛି ଦୃଶ୍ୟ କେନ୍ଦ୍ରାପଡା ଗରଦପୁରର ବିଜିପୁର ଗ୍ରାମବାସୀ କହୁଥିବାର ଦେଖିବାକୁ ମିଳିଛି । ଏଥର ନିର୍ବାଚନ ପ୍ରକ୍ରିୟାକୁ ବର୍ଜନ କରିବେ ବୋଲି ମଧ୍ୟ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି ।
ମା’ଙ୍କ ପ୍ରଚାରରେ ପୁଅ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ଖୋଜ ଖବର ନମିଳିବାରୁ ପରିବାର ଲୋକେ ଥାନାରେ ଅପହରଣ ନେଇ ଅଭିଯୋଗ କରିଛନ୍ତି।
କଥାରେ ଅଛି; ଜିସ୍କା ବାପ୍ ଚଢ଼େ ଘୋଡ଼ା, ଉସ୍କା ବେଟା ଥୋଡ଼ା ଥୋଡ଼ା । ହେଲେ ଏଥର ପଞ୍ଚାୟତ ନିର୍ବାଚନରେ ଆଉ ଥୋଡ଼ା ଥୋଡ଼ା ନୁହେଁ ପୁରା ବଡ଼ା ବଡ଼ା କାମରେ ଲାଗିଛନ୍ତି ନେତାଙ୍କ ପୁଅ ।