• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨୦୨୨ ମସିହା ପାଇଁ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଲା । ନୂଆ ଭୋଟର ତାଲିକା ପ୍ରକାଶ ପାଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା । ଭୋଟର ତାଲିକାରେ ୯ ଲକ୍ଷ ୫୦ ହଜାର ୭୮୯ ନୂଆ ଭୋଟର ସାମିଲ ହୋଇଥିବା ବେଳେ ଭୋଟର ତାଲିକାରୁ ୩ ଲକ୍ଷ ୪୪ ହଜାର ୯୪୪ ଜଣଙ୍କୁ ବାଦ୍ ଦିଆଯାଇଛି ।

ରାଜ୍ୟର ସମୁଦାୟ ଭୋଟର ସଂଖ୍ୟା ୩ କୋଟି ୨୯ ଲକ୍ଷ ୮୩ ହଜାର ୬୪୩ । ରାଜ୍ୟରେ ପୁରୁଷ ଭୋଟର ସଂଖ୍ୟା ୧ କୋଟି ୬୭ ଲକ୍ଷ ୯୬ ହଜାର ୬୦୩ ଥିବାବେଳେ ରାଜ୍ୟରେ ମହିଳା ଭୋଟର ସଂଖ୍ୟା ୧ କୋଟି ୬୧ ଲକ୍ଷ ୮୩ ହଜାର ୮୩୫ ।

ସେହିଭଳି ଚୂଡାନ୍ତ ତାଲିକାରେ ରାଜ୍ୟରେ ୩ୟ ଲିଙ୍ଗ ଭୋଟର ସଂଖ୍ୟା ୩୦୨୫ ଜଣ ରହିଥିବା ବେଳେ ୧୮-୧୯ ବର୍ଷ ବୟସ ବର୍ଗର ତାଲିକା ବୃଦ୍ଧି ପାଇ ୫,୨୩, ୭୪୪ ଛୁଇଁଲା ।

ପୂର୍ବବର୍ଷ ଭୋଟର ତାଲିକା ଅନୁସାରେ ୯୯.୧୪% ଭୋଟରଙ୍କୁ ଭୋଟ୍ ପରିଚୟ ପତ୍ର ପ୍ରଦାନ କରାଯାଇଛି ଓ ଚଳିତବର୍ଷ ତାହା ବୃଦ୍ଧି ପାଇ ୯୯.୭୭% ହୋଇଛି । ୨୦୨୧ ମସିହାର ଚୂଡ଼ାନ୍ତ ଭୋଟର ତାଲିକାରେ ୯୮.୬୬% ଭୋଟରଙ୍କ ଫଟୋ ଥିବାବେଳେ ଚଳିତବର୍ଷ ୨୦୨୨ ମସିହାର ଚୂଡ଼ାନ୍ତ ଭୋଟର ତାଲିକାରେ ଫଟୋ ଥିବା ଭୋଟରଙ୍କ ସଂଖ୍ୟା ମଧ୍ୟ ୯୯.୭୪% ରହିଛି । ଚଳିତବର୍ଷ ସମସ୍ତ ଭୋଟରଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଭୋଟର ପରିଚୟ ପତ୍ର ପଠାଇବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ସେହିପରି ଚୂଡ଼ାନ୍ତ ଭୋଟର ତାଲିକାରେ ଯଦି କିଛି ତ୍ରୁଟି ଥାଏ, ତା’ହେଲେ ଭୋଟରମାନେ ଚାହିଁଲେ ନିର୍ଦ୍ଧାରିତ ୱେବସାଇଟକୁ ଯାଇ ଆବଶ୍ୟକ ପ୍ରକ୍ରିୟାରେ ଏହି ସଂଶୋଧନ କରିପାରିବେ ।

ସୂଚନାଯୋଗ୍ୟ, ଭୋଟର ତାଲିକା ସଂଶୋଧନ ପାଇଁ ଗତ ନଭେମ୍ବର ୧ରେ ଚିଠା ତାଲିକା ପ୍ରକାଶ ପାଇଥିଲା । ଭୋଟରଙ୍କ ଆପତ୍ତି ଓ ଦାବି ନଭେମ୍ବର ୧ରୁ ୩୦ତାରିଖ ପର୍ଯ୍ୟନ୍ତ ଶୁଣିବା ପାଇଁ ଧାର୍ଯ୍ୟ ହୋଇଥିଲା । ଭୋଟ ୧୮ଲକ୍ଷ ୬୫ହଜାର ୫୭୦ଜଣଙ୍କ ଦାବି ଓ ଆପତ୍ତି ସଂକ୍ରାନ୍ତ ଫର୍ମ ଗ୍ରହଣ କରାଯାଇଥିଲା ।