• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଉଠିଲା ମାହାଙ୍ଗା ଡବଲ ମର୍ଡର ଘଟଣା । ଘଟଣାକୁ ବର୍ଷେ ପୂରିଲା ହେଲେ ମାମଲା ଯେଉଁଠି ଥିଲା ସେଇଠି ଅଛି । ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର  ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଆଜି ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୃତ କୁଳମଣି ବରାଳ ଓ ତାଙ୍କ ସାଥି ଦିବ୍ୟସିଂହ ବରାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । ତାଙ୍କୁ ବିଚ୍‌ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାରେ ଆଇନ୍‌ ମନ୍ତ୍ରୀଙ୍କ ନାଁ ଥିଲା । କିନ୍ତୁ ସ୍ଥାନୀୟ ପୋଲିସ ବେଆଇନ୍ ଭାବେ ତାଙ୍କ ନାଁକୁ ମାମଲାରୁ ହଟାଇଦେଲା । ସବୁ ଜାଣି ମଧ୍ୟ ମୁଖ୍ୟମନ୍ତ୍ରୀ ଚୁପ୍‌ ବସିଛନ୍ତି ।

କୁଳମଣିଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ ପୋଲିସ ଧରିଲା ନାହିଁ । ଶେଷରେ ମନ୍ତ୍ରୀଙ୍କ ବ୍ୟାବସାୟିକ ପେଣ୍ଠସ୍ଥଳ ନିକଟରେ ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ହେଲା । ତାକୁ ମଧ୍ୟ ପୋଲିସ ଗୁରୁତ୍ୱର ସହ ନେଲା ନାହିଁ । ଏମିତି ବିଭିନ୍ନ ଦିଗକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ହତ୍ୟାକାଣ୍ଡର ବର୍ଷକ ପରେ ଆଜି କେଉଁ ଅବସ୍ଥାରେ ଏହି ମାମଲା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏମିତିକି ତଳ କୋର୍ଟ ନିଷ୍ପତ୍ତିକୁ କାହିଁକି ନବୀନ ପଟ୍ଟନାୟକଙ୍କ ପୋଲିସ ମାନିଲାନି ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଲୋକଙ୍କ ଚିନ୍ତା ନାହିଁ କି ତାଙ୍କ ପାଇଁ ଦରଦ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Mahanga Double MurderMahanga Double Murder

ସେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରି ଆହୁରି କହିଛନ୍ତି, ‘ଜୋର ଜବରଦସ୍ତ ଶାସନ ଚଳାଇବା ଆପଣଙ୍କ ନୀତି ହୋଇଯାଇଛି । ଆପଣଙ୍କ ଅହଂକାର ପ୍ରଭୁ ଜଗନ୍ନାଥ ଦେଖୁଛନ୍ତି । ପ୍ରଭୁଙ୍କ ଉପରେ ଭରସା ଅଛି, ଆପଣଙ୍କ ଦିନ କାଳ ଧୀରେ ଧୀରେ ଶେଷ ହେବ ।’