ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପୋଲିସ-ବିଜେପି କର୍ମୀ ଧସ୍ତାଧସ୍ତି। ଓବିସିଙ୍କୁ ସଂରକ୍ଷଣ ଦେବାରେ ସରକାରଙ୍କ ଚଞ୍ଚକତା ଅଭିଯୋଗରେ ବିଜେପି କର୍ମୀମାନେ ହୋହଲ୍ଲା କରିଛନ୍ତି।
ରାଜ୍ୟ ସରକାର ଓବିସି ସଂରକ୍ଷଣ ବିରୋଧୀ । ପଞ୍ଚାୟତ ନିର୍ବାଚନ ପାଇଁ ଓବିସି ବର୍ଗଙ୍କ ସ୍ଥାନ ସଂରକ୍ଷଣ ନେଇ ଯେଉଁ ପ୍ରକାର ଘଟଣା ଘଟୁଛି ସେଥିରୁ ଏହା ଅନୁମେୟ । ଏମିତି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।