Advertisment

"ଆମ ଘର କଳି ଖାଲି ସମସ୍ତଙ୍କୁ ଦେଖାଉଛି"

'ଖାଲି କଂଗ୍ରେସର ଗୋଷ୍ଠୀ କନ୍ଦଳ ସମସ୍ତଙ୍କୁ ଦେଖା ଯାଉଛି? ମୁଁ ସମସ୍ତଙ୍କୁ ଅନୁରୋଧ କରିଥିଲି ମତେ କେହି ଫୁଲ ତୋଡ଼ା ଦେବ ନାହିଁ। ସେଇ ପଇସା କଂଗ୍ରେସକୁ ଦାନ କରିଦେବ, ହେଲେ କେହି ତାହା କରିଲେ ନାହିଁ''

author-image
Sarbeswar
ଅଦ୍ୟତନ ହୋଇଛି
Niranjan Patnaik

Niranjan Patnaik

ନୂଆବର୍ଷରେ କଂଗ୍ରେସ କନ୍ଦଳ ସମ୍ପର୍କରେ ମୁହଁ ଖୋଲିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କହିଲେ, ସମସ୍ତଙ୍କୁ ଖାଲି ଆମ କନ୍ଦଳ ଦେଖାଯାଉଛି। ସମସ୍ତଙ୍କ ଘରେ ନିତିଦିନି କଳି ଲାଗୁଛି। ସେଗୁଡ଼ା କାହାକୁ ଦେଖାଯାଉନି ଖାଲି ଆମ କନ୍ଦଳ ସମସ୍ତଙ୍କୁ ଦେଖାଯାଉଛି। ଗଲା ଦୁଇ ବର୍ଷ ହେଲା ସାରା ଦେଶର ଲୋକ ଅନେକ ଅସୁବିଧାରେ ରହିଛନ୍ତି। ସେମାନଙ୍କର ସବୁ ଦୁଃଖ ଦୂର ହେଉ ସମସ୍ତେ ଭଲରେ ରୁହନ୍ତୁ ବୋଲି କଂଗ୍ରେସ ପିସିସି ସଭାପତି ନିରଞ୍ଜନ କହିଛନ୍ତି।

Advertisment

ଏହାସହ ସେ କହିଛନ୍ତି, ମୁଁ ସମସ୍ତଙ୍କୁ ଅନୁରୋଧ କରିଥିଲି ମତେ କେହି ନୂଆବର୍ଷରେ ଫୁଲତୋଡ଼ା ଦେବ ନାହିଁ କି କିଛି ଗିଫ୍ଟ ଦେବ ନାହିଁ। ସେହି ଟଙ୍କା କଂଗ୍ରେସ ଦଳକୁ ଦେବ। କିନ୍ତୁ କେହି ଶୁଣିଲେ ନାହିଁ। ଆମେ ଗାନ୍ଧିଜୀଙ୍କ ନୀତିକୁ ବିଶ୍ୱାସ କରୁ ଏବଂ ସେ ସମସ୍ତଙ୍କୁ ସମାନ ଦେଖୁଥିଲେ ବୋଲି ନିରଞ୍ଜନ କହିଛନ୍ତି। କେବଳ ଏତିକି ନୁହେଁ ବରଂ ୨୦୨୦ ଏବଂ ୨୦୨୧ ଭାରତବାସୀଙ୍କ ପାଇଁ ଭଲ ନଥିଲା। ତେଣୁ ଭଗବାନଙ୍କ ପାଖରେ ପ୍ରାର୍ଥନା ଏ ବର୍ଷ ଭଲରେ କଟୁ। ସମସ୍ତେ ଭଲରେ ରୁହନ୍ତୁ ବୋଲି ଶ୍ରୀପଟ୍ଟନାୟକ କହିଛନ୍ତି।

ଠିକ୍‌ ସେହିପରି ଚାଷୀ ଓ ନିଯୁକ୍ତିର କଥା ମଧ୍ୟ ଉଠାଇଛନ୍ତି ନିରଞ୍ଜନ। ସେପଟେ ଓବିସି ସଂରକ୍ଷଣ ପ୍ରସଙ୍ଗରେ ମଧ୍ୟ ମୁହଁ ଖୋଲିଛନ୍ତି। କହିଛନ୍ତି, ଏତେ ବର୍ଷ ଥିଲା ଏବେ ଉଠାଇଦେଲ କାହିଁକି? ଆଗାମୀ ନିର୍ବାଚନରେ କଂଗ୍ରେସ ଚାଷୀ, ଓବିସି ଓ ଯୁବକଙ୍କୁ ପ୍ରାର୍ଥୀ କରିବ। ସମସ୍ତଙ୍କୁ ନେଇ ନିର୍ବାଚନ ଲଢିବୁ ବୋଲି ସେ କହିଛନ୍ତି।

Advertisment
Congress Niranjan Patnaik Politics
Advertisment
Advertisment