Advertisment

ପୌର ନିର୍ବାଚନ: ସଂଶୋଧନ ହେବ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ବ୍ୟବସ୍ଥା !

ପୌର ନିର୍ବାଚନ ପାଇଁ ଆଉ ଥରେ ଓ୍ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏ ନେଇ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କର୍ପୋରେସନର କମିଶନରକୁ ଚିଠି କରିଛନ୍ତି ନଗର ଉନ୍ନୟନ ବିଭାଗ । କୋର୍ଟଙ୍କ ଅର୍ଡର ପରେ ରାଜ୍ୟ ସରକାର ପୌର ଆଇନ ଓ ମହାନଗର ଆଇନରେ ଅର୍ଡିନାନ୍ସ ଆଣି ସଂଶୋଧନ କରିଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
municipal election

municipal election

ପୌର ନିର୍ବାଚନ ପାଇଁ ଆଉ ଥରେ ଓ୍ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏ ନେଇ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କର୍ପୋରେସନର କମିଶନରକୁ ଚିଠି କରିଛନ୍ତି ନଗର ଉନ୍ନୟନ ବିଭାଗ । କୋର୍ଟର ଅର୍ଡର ପରେ ରାଜ୍ୟ ସରକାର ପୌର ଆଇନ ଓ ମହାନଗର ଆଇନରେ ଅର୍ଡିନାନ୍ସ ଆଣି ସଂଶୋଧନ କରିଛନ୍ତି ।

Advertisment

ଆଜି ସୁଦ୍ଧା ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିବା ପାଇଁ ଚିଠିରେ କୁହାଯାଇଛି । ତିନି ମହାନଗର ନିଗମ ସମେତ ୧୦୭ ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ଏହି ଦିନ ଧାର୍ଯ୍ୟ କରାଯାଇଛି । ସେହିଭଳି ଆସନ୍ତା ୧୨ ତାରିଖରେ ଆପତ୍ତି ଅଭିଯୋଗ ଏବଂ ୧୩ ତାରିଖରେ ସମାଧାନ ହୋଇ ୨୪ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବା ପାଇଁ କୁହାଯାଇଛି ।

ସେପଟେ ୩ଟି ମହାନଗର ନିଗମରେ ୫ ତାରିଖ ସୁଦ୍ଧା ଓ୍ୱାର୍ଡର ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ଡ୍ରାଫ୍ଟ ତାଲିକା ପ୍ରକାଶ ପାଇବ ବୋଲି କୁହାଯାଇଛି । ସରକାରଙ୍କ ନିକଟରେ ୧୬ ତାରିଖରେ ଆପତ୍ତି ଅଭିଯୋଗ କରିପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଏପଟେ ବିରୋଧି ନେତାମାନେ ଓବିସି ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।  ଜଟଣୀ ବିଧାୟକ ସୁର ରାଉତ କହିଛନ୍ତି ଯେ, ନବୀନ ବାବୁ କାହିଁକି ଏତେ ଅବହେଳା କରୁଛ? ୱାର୍ଡ ମେମ୍ବର, ସମିତି ସଭ୍ୟ, ସରପଂଚଙ୍କ ପାଇଁ ଓବିସି କୋଟା କାହିଁକି ନାହିଁ? ମଧ୍ୟପ୍ରଦେଶରେ ଏହି କୋଟା ନଥିବା କାରଣରୁ ନିର୍ବାଚନ ବନ୍ଦ ହୋଇଗଲା। ଆଗେ ଓବିସି କୋଟା ଫିକ୍ସ କର ପରେ ନିର୍ବାଚନ କର ବୋଲି ସୁର କହିଛନ୍ତି। ଏସି ଓ ଏସ୍‌ଟିଙ୍କୁ ଦେଲେ ଆମ ବେଳକୁ କାହିଁକି ପଛଘୁଞ୍ଚା ଦେଲ ବୋଲି ସୁର ପ୍ରଶ୍ନ କରିଛନ୍ତି।

Odisha Municipality Election
Advertisment
Advertisment