• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପଞ୍ଚାୟତ ଭୋଟ୍ ଉପରେ କୋଭିଡ୍ ତୃତୀୟ ଲହରର କଳାବାଦଲ

  • ଏବେଠୁ ଯେମିତି ମାଡ଼ିଲାଣି, ଆଗକୁ କଣ ହେବ?

  • ଆଗକୁ ତାରିଖ ଘୋଷଣା ହେବାକୁ ଥିବା ବେଳେ


  • ସ୍ଥିତି ଆହୁରି ବିଗିଡ଼ିଲେ କିଭଳି ହେବ ନିର୍ବାଚନ ?

ନିର୍ବାଚନକୁ ଘାରିଛି କୋରନା ଭୟ  । ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ ଭିତରେ ପଂଚାୟତ ଭୋଟକୁ ନେଇ ଚିନ୍ତା ।   ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ସ୍କିମ୍ ଘୋଷଣା କରି ପ୍ରସ୍ତୁତ ହେଉଥିବାବେଳେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ବି ଚୂଡାନ୍ତ ପର୍ଯ୍ୟାୟରେ । ହେଲେ ଏବେ ଯେଉଁଭଳି ଭାବେ ଓମିକ୍ରନ୍ ମାଡ଼ି ଚାଲିଛି, ସେଭଳି ସ୍ଥିତିରେ ନିର୍ବାଚନକୁ ସାମୟିକ ସ୍ଥଗିତ ରଖାଯିବ ନା ଗାଇଡଲାଇନ୍ ଭିତରେ ଭୋଟ୍ ହେବ ତାକୁ ନେଇ ଚର୍ଚ୍ଚା । କଂଗ୍ରେସ ନିର୍ବାଚନ ସ୍ଥଗିତ ସପକ୍ଷରେ ମତ ଦେଇଥିଲା ବେଳେ ବିଜେପି ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛି । ତେବେ ବିଜେଡିର ମତ ଲୋକଙ୍କ ସ୍ୱାସ୍ଥ୍ୟ ଆଗ, କିନ୍ତୁ ଭୋଟ୍ ବି ଠିକ୍ ସମୟରେ ହେବା କଥା । 

ଏସବୁ ପ୍ରଶ୍ନ ଓ ଦ୍ୱନ୍ଦ୍ୱ ତ ଅଛି ହେଲେ ସେ ଭିତରେ ଭୋଟ୍ ପାଇଁ ପ୍ରସ୍ତୁତି ବି ଚାଲିଛି ଫୁଲ୍ ଦମରେ । ରାଜ୍ୟ ନିର୍ବାଚନ କମିଶନ୍ ପକ୍ଷରୁ ଆଜି ଜିଲ୍ଲାମାନଙ୍କୁ ନିର୍ବାଚନ ସଂପର୍କିତ ଫର୍ମ, କାଳି ଓ ଅନ୍ୟାନ୍ୟ ସାମଗ୍ରୀ ପଠାଯାଇଛି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ବି ଡାକିଛନ୍ତି ନିର୍ବାଚନ ଆୟୋଗ  । ସେପଟେ ରାଜ୍ୟ ସରକାର ମଧ୍ୟ ସବୁ ବର୍ଗର ଭୋଟରଙ୍କ ଲାଗି ସ୍କିମ୍ ସାଙ୍ଗକୁ ଆର୍ଥିକ ସହାୟତା ବି ଘୋଷଣା କରି ସାରିଛନ୍ତି  । ସବୁଦଳ ମଧ୍ୟ ଗ୍ରାଉଣ୍ଡ ଓ୍ୱାର୍କ ପ୍ରସ୍ତୁତ କରି ନିର୍ବାଚନ ଲାଗି ତୟାର ।

ହେଲେ ଆଗକୁ ସମ୍ଭାବ୍ୟ ସଂକ୍ରମଣର ଭୟାବହତା ଭିତରେ ଭୋଟ୍ ହେଲେ ସ୍ଥିତି ବିଗିଡ଼ି ଯିବନି ତ? କାରଣ କୋଭିଡର ଦ୍ୱିତୀୟ ଲହରରେ ଏହି ଆଶଙ୍କା ପାଇଁ ହିଁ  । ସେତେବେଳେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଯେତେବେଳେ ବି ନିର୍ବାଚନ ହେଲା, କୋଭିଡ କଡ଼ା କଟକଣା ଭିତରେ ହେଲା  । ତେବେ କଂଗ୍ରେସ କହିଛି ସଂକ୍ରମଣ ବଢିଲେ ନିର୍ବାଚନ ବନ୍ଦ ହେବା ଦରକାର ।  ବିଜେପିର ମତ ସରକାର ଯାହା ନିଷ୍ପତ୍ତି ନେବେ ତାକୁ ମାନିବୁ ।  ବିଜେଡି କହିଛି ଲୋକଙ୍କ ସ୍ୱାସ୍ଥ୍ୟ ହିଁ ପ୍ରାଥମିକତା କିନ୍ତୁ ନିର୍ବାଚନ ବି ଠିକ୍ ସମୟରେ ହେବା କଥା । 

ଏପଟେ ଆଗକୁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ବି ହେବାର ଅଛି । ତେଣୁ ଏହି ନିର୍ବାଚନ ପାଇଁ କେନ୍ଦ୍ର ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଉପରେ ବି କେତେକାଂଶରେ ପଞ୍ଚାୟତ ନିର୍ବାଚନର ଭାଗ୍ୟ ନିର୍ଭର କରୁଛି । ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏଭଳି ସ୍ଥିତିରେ ଦୁଇମାସ ନିର୍ବାଚନ ଘୁଞ୍ଚାଇଦେଲେ ଭଲ । ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଥିଲେ ନିର୍ବାଚନ ସମୟରେ କୋଭିଡର ସ୍ଥିତି ଦେଖି କଟକଣା ଜାରି କରାଯିବ ।  

ଫେବୃୟାରୀ ଶେଷ ବେଳକୁ କରୋନାର ତୃତୀୟ ଲହର ଶୀର୍ଷ ଛୁଇଁବ ବୋଲି କୁହାଯାଉଛି । ପାଖାପାଖି ସେତିକି ବେଳେ ରାଜ୍ୟରେ ପଞ୍ଚାୟତ ନିର୍ବାଚନର ସମୟ ହେଲେ ଏଭଳି ସ୍ଥିତିରେ ଆଗକୁ ନିର୍ବାଚନ କମିଶନ୍ କି ନିଷ୍ପତ୍ତି ନେଉଛନ୍ତି ତା ଉପରେ ନଜର । 

ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ