• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

BJD New Party Office
ହଠାତ୍‌ ନୂଆ କାର୍ଯ୍ୟାଳୟ ଚିନ୍ତା କାହିଁକି ? ବିଜେପି ସହ ପ୍ରତିଯୋଗୀତା ନା ଭବିଷ୍ୟତ ରାଜନୀତି ?

ପବିତ୍ର ରଥଯାତ୍ରାରେ ବିଜେଡିର ନୂଆ ଦଳୀୟ କାର୍ଯ୍ୟାଳୟର ଭୂମିପୂଜା । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଦେଇଛନ୍ତି ।

Oom Birla
୧୯ରୁ ୧୯ ଦିନ ଚାଲିବ ସଂସଦର ମୌସୁମୀ ଅଧିବେଶନ

ଜୁଲାଇ ୧୯ ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ ।

bjd
ପାଟକୁରା ନିର୍ବାଚନ ଫଳାଫଳ: ୫ମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନ ଲାଗି ଆଜି ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ତେବେ ୫ମ ରାଉଣ୍ଡ ଶେଷ ସୁଦ୍ଧା ୮୬୭୩ ଭୋଟ୍‌ରେ ବିଜେଡି ଆଗୁଆ ରହିଛି। ଏହି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍‌ଙ୍କୁ ୩୦, ୬୦୦ ଖଣ୍ଡ ଭୋଟ୍ ମିଳିଛି। ସେହିପରି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୨୧, ୯୨୭ ଖଣ୍ଡ ଏବଂ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ୮୨୦ ଖଣ୍ଡ ଭୋଟ୍ ମିଳିଛି। ଭୋଟ୍‌ ଗଣତି ପାଇଁ ୧୮ଟି ଟେବୁଲ୍‌ର […]

  • Monday, 12 July 2021
patkura elections
ପାଟକୁରା ନିର୍ବାଚନ: ଆସନ୍ତାକାଲି ହେବ ଭୋଟ୍ ଗଣତି

ପାଟକୁରା: ପାଟକୁରା ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଭୋଟ୍‌ ଗଣତି ଆସନ୍ତାକାଲି ହେବ। ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ମୋଟ୍‌ ୧୮ଟି ରାଉଣ୍ଡରେ ଭୋଟ୍‌ ଗଣତି ହେବ।  ଏଥିଲାଗି ୧୮ଟି ଟେବୁଲ୍‌ ବ୍ୟବସ୍ଥା କରାଯାଇଛି। କେନ୍ଦ୍ରାପଡ଼ା ଅଟୋନମସ୍‌ କଲେଜରେ ଇଭିଏମ୍‌ ଗୁଡିକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି। ଏଥିସହ  ଇଭିଏମ୍‌ର ସୁରକ୍ଷା ଲାଗି ତ୍ରିସ୍ତରୀୟ ବ୍ୟବସ୍ଥା କରାଯାଇଛି। ଷ୍ଟ୍ରଙ୍ଗରୁମ୍‌ରେ ଅର୍ଦ୍ଧସାମରିକ ବାହିନୀ ଓଏସ୍ଏପି ଏବଂ ଜିଲ୍ଲା ପୁଲିସ୍‌ […]

  • Monday, 12 July 2021
patkura
ପାଟକୁରାରେ ଭୋଟ୍‌ ଗ୍ରହଣ ପରେ ଉତ୍ତେଜନା

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନ ପାଇଁ ଗତକାଲି ଭୋଟ୍‌ ଗ୍ରହଣ ପରେ ଉତ୍ତେଜନା ପ୍ରକାଶ ପାଇଛି। ଗତକାଲି ରାତିରେ କେନ୍ଦ୍ରାପଡ଼ା କଲେଜ୍‌ରେ ହୋଇଥିବା ଷ୍ଟ୍ରଙ୍ଗ ରୁମ୍‌ରେ ଏହି ଉତ୍ତେଜନା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଷ୍ଟ୍ରଙ୍ଗ ରୁମ୍‌ରେ ଇଭିଏମ୍ ଓ VVPAT ରଖିବା ପାଇଁ ପୋଲିଂ ଅଧିକାରୀ ପହଞ୍ଚିଥିଲେ। ଏହି ସମୟରେ VVPAT ଖୋଲାଥିବା ଅଭିଯୋଗ କରି ଉତ୍ତେଜନା ଦେଖା ଦେଇଥିଲା। ପରିସ୍ଥିତି ଏପରି ହୋଇଥିଲା କି ପୋଲିଂ ଅଧିକାରୀ ବିଚିତ୍ର କୁମାର ଦାସ୍‌ଙ୍କୁ ଲୋକେ ମାଡ଼ […]

  • Monday, 12 July 2021
patkura vote
ପାଟକୁରା ଭୋଟ୍‌: ଚିର୍‌କୁଟିକୁ ନେଇ ଏଜେଣ୍ଟ-ପ୍ରିଜାଇଡିଂ ଅଫିସରଙ୍କ ମଧ୍ୟରେ ଧସ୍ତାଧସ୍ତି

ପାଟକୁରା: ପାଟକୁରା ବିଧାନସଭା ଆସନ ଲାଗି ଆଜି ମତଦାନ ଚାଲିଛି। ତେବେ ଭୋଟ୍ ଗ୍ରହଣ ବେଳେ ଏକ ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। କିଣିଲୋର ୩୦୭ ନମ୍ବର ବୁଥ୍‌ରେ ଚିର୍‌କୁଟିକୁ ନେଇ ଏଜେଣ୍ଟ ଓ ପ୍ରିଜାଇଡିଂ ଅଫିସରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ରିପୋର୍ଟ ଲେଖାଯିବା ସୁଦ୍ଧା ମତଦାନ ବନ୍ଦ ରହିଥିବା ଜଣାପଡ଼ିଛି। ପାଟକୁରା ବିଧାନସଭା ଆସନ ଲାଗି  ହୋଇଥିବା ସମସ୍ତ ୩୦୯ଟି ବୁଥ୍‌ରେ ମକ୍‌ପୋଲ୍‌ ହେବା […]

  • Monday, 12 July 2021
patkura
ପାଟକୁରା ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ

ପାଟକୁରା: ପାଟକୁରା ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ମୋଟ୍‌ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ୨ ଲକ୍ଷ ୪୪ ହଜାର ୭୪୭ ଭୋଟର୍ ନିର୍ଦ୍ଧାରଣ କରୁଛନ୍ତି। ପ୍ରଥମେ ସମସ୍ତ ୩୦୯ଟି ବୁଥ୍‌ରେ ମକ୍‌ପୋଲ ହେବା ପରେ ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ୩୦୯ଟି ମତଦାନ କେନ୍ଦ୍ରରୁ ୧୩୮ଟି କେନ୍ଦ୍ରକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ […]

  • Monday, 12 July 2021
patkura
ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର

ପାଟକୁରା: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ସରିବ। ଆଜି ପ୍ରଚାରର ଶେଷ ଦିନ ଥିବାରୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜି ଜାନ୍ ଲଗାଇବେ। ବିଜେଡିର ପୁରା ପଲ୍‌ଟନ୍‌ କିଛି ଦିନ ଧରି ପାଟକୁରାରେ ଡେରା ପକାଇଛନ୍ତି।  ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପାଇଁ ପ୍ରଚାର କରିଥିଲେ। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, […]

  • Monday, 12 July 2021
election campaign
ପାଟକୁରାରେ ଜମୁଛି ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର: ପାଟକୁରା ନିର୍ବାଚନକୁ ରହିଲା ଆଉ ମାତ୍ର ୬ ଦିନ।  ବିଭିନ୍ନ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ବିଶେଷ କରି ବିଜେଡି ଓ ବିଜେପି ଜୋରଦାର ପ୍ରଚାର କରୁଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଡେରାବିଶର ବିଭିନ୍ନ ଅଞ୍ଚଳରେ ଘର ଘର ବୁଲି ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ଭୋଟ୍‌ ମାଗିଛନ୍ତି।  ବାରିମୂଳ ପଞ୍ଚାୟତରେ ମଧ୍ୟ ଏକ ବିରାଟ ବାଇକ୍‌ ରାଲି କରାଯାଇଥିଲା। […]

  • Monday, 12 July 2021
election..
ପାଟକୁରା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜେପି, ବିଜେଡିର ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ୱର: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଓ ବିଜେପି ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛନ୍ତି। ଉଭୟ ଦଳ ସେମାନଙ୍କର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛନ୍ତି। ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରମୁଖ ନେତାମାନେ ଅଛନ୍ତି। ଏହି ତାଲିକାରେ ପ୍ରମିଳା ମଲ୍ଲିକ, ପ୍ରଫୁଲ୍ଲ ମଲ୍ଲିକ, ଶଶି ବେହେରା, ଦେବୀ ମିଶ୍ର, ପ୍ରତାପ ଦେବ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ, ପ୍ରଦୀପ ପାଣିଗ୍ରାହୀ, ସଂଜୟ ଦାସବର୍ମା,ଅରୁଣ […]

  • Monday, 12 July 2021
election..
୨୦ରେ ପାଟକୁରା ବିଧାନସଭା ନିର୍ବାଚନ

ଭୁବନେଶ୍ୱର: ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ପାଟକୁରା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଜୁଲାଇ ୨୦ରେ ପାଟକୁରାରେ ନିର୍ବାଚନ ହେବ। ଜୁଲାଇ ୨୪ରେ ଭୋଟ୍‌ ଗଣତି ହେବ। ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ବେଳେ ବିଜେଡି ପାଟକୁରା ଆସନରୁ ବେଦ ପ୍ରକାଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା। ସେ ନାମାଙ୍କନପତ୍ର ବି ଦାଖଲ କରିଥିଲେ। ହେଲେ ନିର୍ବାଚନର ୯ ଦିନ ପୂର୍ବରୁ ଏପ୍ରିଲ୍ ୨୦ରେ […]

  • Monday, 12 July 2021
women ministers
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘରେ ଏକାଠି ହେଲେ ସବୁ ମହିଳା ମନ୍ତ୍ରୀ: ହେଲେ କାହିଁକି?

ଏଥିରୁ ୨ ଜଣ କ୍ୟାବିନେଟ୍ ଏବଂ ୯ ଜଣ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମହିଳା ମନ୍ତ୍ରୀଙ୍କ ମଧ୍ୟରେ ୭ ଜଣ ବିଜେପି ସାଂସଦ ରହିଛନ୍ତି। ମୋଦି ମନ୍ତ୍ରିମଣ୍ଡଳର ମହିଳା ମନ୍ତ୍ରୀଙ୍କ ବାବଦରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ଯେ, ମୋଟ ୧୧ ଜଣ ମହିଳା ମନ୍ତ୍ରୀଙ୍କୁ ୯ଟି ରାଜ୍ୟ ଏବଂ ୯ଟି ସଂପ୍ରଦାୟରୁ ପ୍ରତିନିଧିତ୍ୱର ସୁଯୋଗ ଦିଆଯାଇଛି।

soumya
ନିଜର ମତ ଠିକ୍, ଅନ୍ୟର ମତ ଠିକ୍ ନୁହେଁ ଭାବିବା ଭୁଲ୍‌: ସୌମ୍ୟରଞ୍ଜନ

ନିଜ ପରିଚାଳନାରେ ଥିବା ଦୈନିକ ସମ୍ବାଦପତ୍ର ସମ୍ବାଦରେ ଆଲେଖ୍ୟ ପ୍ରକାଶ କରିବା ନେଇ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗଣମାଧ୍ୟମ ଆଗରେ ମତ ରଖିଛନ୍ତି ।

naveen patnaik
ଏହିମାନଙ୍କୁ ମିଳିପାରେ ମନ୍ତ୍ରୀ ପଦ

ଭୁବନେଶ୍ୱର: ବିଧାନସଭା ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ଏବେ ମନ୍ତ୍ରିମଣ୍ଡଳ ଗଠନକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। କାହାକୁ ମିଳିବ ମନ୍ତ୍ରୀପଦ, କେଉଁ ଅଞ୍ଚଳରୁ କିଏ ସାମିଲ ହେବେ- ସେ ସଂପର୍କରେ ନାନା କଳ୍ପନା ଜଳ୍ପନା ଚାଲିଛି। କ୍ୟାବିନେଟରେ କାହାକୁ ମିଳିବ ଗୁରୁ ଦାୟିତ୍ୱ, ଗତ ଥର ଯିଏ ମନ୍ତ୍ରୀ ପଦ ପାଇଥିଲେ, ସେମାନେ ଏଥର ରହିବେ କି ନାହିଁ, ୟାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ତେବେ ସମ୍ଭାବ୍ୟ ତାଲିକାରେ ଯେଉଁ ବିଧାୟକ ଅଛନ୍ତି, […]

  • Saturday, 10 July 2021
bjd-bjp
ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର: ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଲାଟେଷ୍ଟ୍‌ ଟ୍ରେଣ୍ଡ ଅନୁଯାୟୀ, ଓଡ଼ିଶାରେ ଭଭୟ ବିଧାନସଭା ଓ ଲୋକସଭା ଆସନରେ ଶାସକ ଦଳ ବିଜେଡି ଆଗୁଆ ରହିଛି। ଓଡ଼ିଶାରେ ପୁଣିଥରେ ୫ମ ଥର ଲାଗି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର କ୍ଷମତା ବଜାୟ ରଖିବେ ବୋଲି ଜଣାପଡ଼ିଛି। ସେପଟେ ଓଡିଶାରେ ବିଜେଡିର ପୁନର୍ବାର କ୍ଷମତାକୁ ଆସିବାର ସମ୍ଭାବନାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। Congratulations to […]

  • Saturday, 10 July 2021
counting vote
ଆପଣଙ୍କୁ ଭୋଟ୍‌ ଗଣତିର ଲାଇଭ୍‌ ଅପଡେଟ୍‌ ଦେବାକୁ ପ୍ରସ୍ତୁତ ଓଟିଭି

ଭୁବନେଶ୍ୱର: ଆଜି ହେଉଛି ଗଣତନ୍ତ୍ର ମହୋତ୍ସବର ସବୁଠୁ ବଡ଼ ଦିନ, ବଡ଼ କ୍ଷଣ। ଓଡ଼ିଶାର ନମ୍ବର ୱାନ୍‌ ନ୍ୟୁଜ୍‌ ଚ୍ୟାନେଲ୍‌ ଓଟିଭି ଆପଣଙ୍କୁ ଭୋଟ୍‌ ଗଣତିର ଲାଇଭ୍‌ ଅପ୍‌ଡେଟ୍‌ ଦେବାକୁ ପ୍ରସ୍ତୁତ ମଧ୍ୟ ହୋଇଛି। ସାଧାରଣ ନିର୍ବାଚନର ଆଜି ହେଉଛି ଫଇସଲାର ଦିନ। ଖୋଲିବ ଇଭିଏମ୍‌, ଖୋଲିବ ଗଣତନ୍ତ୍ରର ସବୁଠୁ ବଡ଼ ଶକ୍ତି- ଜନତା ଜନାର୍ଦ୍ଦନଙ୍କ ମତ ପେଡ଼ି, ରାୟର ପେଡ଼ି। କିଏ ଗଢ଼ିବ ସରକାର? କାହାର ହେବ ଦିଲ୍ଲୀ? ଆଉ ୫ ବର୍ଷ ପାଇଁ କିଏ […]

  • Saturday, 10 July 2021
dgp
ଆସନ୍ତା ୨୩ରେ ଭୋଟ୍‌ ଗଣତି ନେଇ ଡିଜିପିଙ୍କ ସୁରକ୍ଷା ବୈଠକ

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ଭୋଟ୍‌ ଗଣତି ହେବ।  ଏହି ସମୟରେ ସୁରକ୍ଷାକୁ ନେଇ ପୁଲିସ୍‌ ଡିଜି ଆର୍‌.ପି.ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।  ୬୨ଟି ସ୍ଥାନରେ ଭୋଟ୍‌ ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ନେଇ ଏକ ପ୍ରେସ୍‌ନୋଟ୍ ମାଧ୍ୟମରେ ଡିଜିପି ସୂଚନା ଦେଇଛନ୍ତି। ସେହିପରି ଗଣତି କେନ୍ଦ୍ରରେ ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ସହ ପୁଲିସ୍‌, OSAP ସଜାଗ ରହିବେ।  APR, OAPF, ହୋମ୍‌ଗାର୍ଡ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ।  ଗଣତି […]

  • Saturday, 10 July 2021
election
ଓଡ଼ିଶାର ୩୪ଟି ବୁଥ୍‌ରେ ଚାଲିଛି ସାନି ମତଦାନ

ଭୁବନେଶ୍ୱର: ବୁଥ୍ ରିଗିଂ, ଇଭିଏମ୍ ତ୍ରୁଟି ଓ ବିଶୃଙ୍ଖଳା ଅଭିଯୋଗ ଆସିଥିବା ଓଡ଼ିଶାର ୩୪ଟି ବୁଥ୍‌ରେ ଆଜି ସାନି ମତଦାନ ହେଉଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ଭୋଟ୍ ଗ୍ରହଣ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ୩୪ଟି ବୁଥ୍ ଭିତରୁ ଯାଜପୁର ସଂସଦୀୟ କ୍ଷେତ୍ରର ସର୍ବାଧିକ ୯ଟି ବୁଥ୍‌ରେ ସାନି ମତଦାନ ହେଉଛି। ଯେଉଁଥିରେ ବରିର ୫ଟି, ବିଞ୍ଝାରପୁରର ୨ଟି ଏବଂ ସୁକିନ୍ଦା ଓ ଧର୍ମଶାଳାର ଗୋଟିଏ ଲେଖାଏ ବୁଥ୍ ରହିଛି। କଟକର ୫ଟି ବୁଥ୍‌ […]

  • Saturday, 10 July 2021
vote
୧୯ରେ ମୟୂରଭଞ୍ଜର ୫ଟି ବୁଥ୍‌ରେ ସାନି ମତଦାନ

ବାରିପଦା: ଆସନ୍ତା ୧୯ ତାରିଖରେ ମୟୂରଭଞ୍ଜର ୫ଟି ବୁଥ୍‌ରେ ସାନି ମତଦାନ ହେବ।  ମୟୂରଭଞ୍ଜ ଲୋକସଭା ଆସନ ଅନ୍ତର୍ଗତ ବାରିପଦା ବିଧାନସଭା ନିର୍ବାଚନମଣ୍ଡଳୀର ଭୁଗୁଡାକଟା, ପୂର୍ଣ୍ଣଚନ୍ଦ୍ରପୁର, ଖାବୁଆ, ଅଠାପଡ଼ା ବୁଥ୍‌ରେ ସାନି ମତଦାନ ହେବ। ସେହିପରି ବାଙ୍ଗିରିପୋଷି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଖାରୁଶୋଳରେ ମଧ୍ୟ ସାନି ମତଦାନ କରାଯିବ। ଏହି ସବୁ ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଥିବାରୁ ମତଦାନ ହୋଇ ପାରିନଥିଲା। ୧୯ତାରିଖ ଦିନ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ।  ଚତୁର୍ଥ […]

  • Saturday, 10 July 2021
patkura
ପାଟକୁରା ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି। ୧୩ ନମ୍ବର ଜୋନ୍‌ରେ ବିଜେପି ଓ ବିଜୟ ସେନାର କର୍ମୀ ଜନମତାଧିକାର ଯାତ୍ରା କରିଛନ୍ତି। ତିନି ମୁହାଣୀ ରାମମନ୍ଦିର ଛକରୁ ଶୋଭାଯାତ୍ରା ଆରମ୍ଭ ହୋଇ ତାହା ଗୁଆଳସିଂ, କୋଶିଆପଳ, ଠାକୁର ପାଟଣାରେ ଶେଷ ହୋଇଥିଲା। ବାତ୍ୟା ‘ଫୋନି’ ବାହାନାରେ ପ୍ରଶାସନିକ ଷଡ଼ଯନ୍ତ୍ର କରି ପାଟକୁରାରେ ନିର୍ବାଚନ ଘୁଞ୍ଚା ଯାଇଛି ବୋଲି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ପାଟକୁରା ନିର୍ବାଚନମଣ୍ଡଳୀର ସବୁ […]

  • Saturday, 10 July 2021
vote
ଭୋଟ୍‌ ବର୍ଜନ କଲେ ୩ଟି ଗାଁର ୪୫୦ରୁ ଅଧିକ ମତଦାତା

ଉଦଳା(ମାନସ ପାଣି): ନଦୀ ଉପରେ ପୋଲ ନିର୍ମାଣ ହୋଇନଥିବାରୁ ଗ୍ରାମବାସୀମାନେ ଭୋଟ୍‌ ବର୍ଜନ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ଉଦଳା ନିର୍ବାଚନମଣ୍ଡଳୀ କୁଣ୍ଡାବାଇ ପଞ୍ଚାୟତ ଅନ୍ତର୍ଗତ ବାଲମା, ତଳବାଲମା ଏବଂ ମାଡକାମବିର ଗାଁର ୪୫୦ରୁ ଅଧିକ ଲୋକ ଭୋଟ୍‌ ବର୍ଜନ କରିଛନ୍ତି। ଏହି ଗାଁକୁ ଯିବାକୁ ହେଲେ ଦେଓ ନଦୀ ପାର ହେବାକୁ ପଡ଼ିଥାଏ। ହେଲେ ନଦୀ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲ ନିର୍ମାଣ କରାଯାଇନାହିଁ। ବାରମ୍ବାର ପ୍ରଶାସନ ଓ ଜନପ୍ରତିନିଧିଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ ପୋଲ […]

  • Saturday, 10 July 2021
vote
ଭୋଟ୍‌ ଦେଇ ନପାରି ନିରାଶ ହେଲେ ଦିବ୍ୟାଙ୍ଗ ଭୋଟର

ଯାଜପୁର(ଅଭୟ ପତି): ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଭୋଟ୍‌ ଆଉ କେହି ଦେଇଥିବା ନେଇ ଅଭିଯୋଗ ହୋଇଛି। ଗତକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ଯାଜପୁର ଲୋକସଭା କ୍ଷେତ୍ରର ୫୯ ନମ୍ବର ବୁଥ୍‌ରୁ ଏଭଳି ଅଭିଯୋଗ ଆସିଛି। ଅଭିଯୋଗ ଅନୁସାରେ, ବିରଞ୍ଚି ନାରାୟଣ ସାହୁ ନାମକ ଜଣେ ଦିବ୍ୟାଙ୍ଗ ଭୋଟର ଭୋଟ୍‌ ଦେବା ନିମନ୍ତେ କାଲି ବୁଥ୍‌କୁ ଯାଇଥିଲେ।  ବୁଥ୍‌ରେ ସମସ୍ତ କାଗଜ ପତ୍ର ଯାଞ୍ଚ କରାଯିବା ପରେ ଭୋଟିଂ ମେସିନ ନିକଟକୁ ତାଙ୍କୁ ନେଇଯିବା ନିମନ୍ତେ ଦାୟିତ୍ୱରେ […]

  • Saturday, 10 July 2021
vote
ଦାବି ପୂରଣ ହୋଇନଥିବାରୁ ଭୋଟ୍‌ ବର୍ଜନ କଲେ ଗ୍ରାମବାସୀ

ବାରିପଦା/ଯାଜପୁର: କାମ ନାହିଁ ତ ଭୋଟ୍‌ ନାହିଁ। ନିର୍ବାଚନ ବେଳ ପାଖେଇ ଆସିଲା ଭୋଟରଙ୍କ କଥା ରାଜନେତାଙ୍କର ମନେ ପଡ଼ିଥାଏ। ଖାଲି ଏତିକି ନୁହେଁ ଭୋଟ୍‌ ହାତେଇବାକୁ ବିଭିନ୍ନ ଦଳର ପ୍ରାର୍ଥୀମାନେ ଭୋଟରଙ୍କୁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ରାଜନେତାଙ୍କ ପ୍ରତିଶ୍ରୁତି ପାଣିର ଗାର ବୋଲି କହିବା ସହ ରାଗରେ ବିଭିନ୍ନ ସ୍ଥାନରେ ଲୋକମାନେ ଭୋଟ୍‌ ବର୍ଜନ କରିଛନ୍ତି। ଆଜି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଶେଷ ପର୍ଯ୍ୟାୟ ମତଦାନ ଚାଲି ଥିବାବେଳେ ଦାବି ପୂରଣ ହୋଇନଥିବାରୁ […]

  • Saturday, 10 July 2021
vote
ଭୋଟରଙ୍କୁ ପ୍ରଭାବିତ କରି ଫସିଗଲେ ଦୁଇ ପୋଲିଂ କର୍ମଚାରୀ

ଯାଜପୁର: ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଆଜି ଯାଜପୁର ଜିଲ୍ଲାପାଳ ଦୁଇ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ଏହା ସହିତ ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ଦୁଇ କର୍ମଚାରୀ ହେଲେ ବୈକୁଣ୍ଠନାଥ ମଲ୍ଲିକ ଓ ଜନାର୍ଦ୍ଦନ ପୃଷ୍ଟି। ବୈକୁଣ୍ଠନାଥଙ୍କୁ ବିଞ୍ଝାରପୁରର ୧୯୧ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସର ଭାବେ ଦାୟିତ୍ୱ ଦିଆଯାଇଥିଲା। ସେହିପରି ଜନାର୍ଦ୍ଦନ, ସୁକିନ୍ଦାର ୧୯୬ ନମ୍ବର ବୁଥ୍‌ରେ ଚତୁର୍ଥ ପୋଲିଂ ଅଫିସର ଭାବେ ନିଯୁକ୍ତ ହୋଇଥିଲେ। ଏଦୁହେଁ […]

  • Saturday, 10 July 2021
threaten
ଭୋଟରଙ୍କୁ ମହିଳାଙ୍କ ଖୋଲା ଧମକ- ଯାହାର ଖାଇଛ ତାକୁ ଭୋଟ୍‌ ଦେବ, ନହେଲେ...

ଜଗତସିଂହପୁର: ମତଦାନ କେନ୍ଦ୍ରରେ ଭୋଟରଙ୍କୁ ମହିଳାଙ୍କ ଖୋଲା ଧମକ। ‘‘ଯାହାର ଖାଇଛ ତାକୁ ଭୋଟ୍‌ ଦେବ। ବେଇମାନି କରିବନି। ବେଇମାନି କଲେ ତମର ସବୁ ଲୋନ୍‌ କାଟି ଦେବି।” ଭୋଟ୍‌ ଦେବା ପାଇଁ ଲାଇନ୍‌ରେ ଛିଡ଼ା ହୋଇଥିବା ମହିଳାଙ୍କୁ ଅନ୍ୟ ଜଣେ ମହିଳା ଏଭଳି କହୁଥିବାର ଭିଡିଓ ଆଜି ଭାଇରାଲ୍ ହୋଇଛି। ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗଜରାଜପୁର ୧୬୯ ନମ୍ବର ବୁଥରୁ ଏହି ଭିଡିଓ ଆସିଛି। ଆଜି ଏଠାରେ ମତଦାନ ଚାଲିଥିବା ବେଳେ ଏଭଳି ଘଟଣା […]

  • Saturday, 10 July 2021