ରାଜନେତାଙ୍କୁ ଅଣ୍ଡା ମାଡ଼, ପୋଲିସକୁ ଟମାଟୋ ମାଡ଼, ଛାତ୍ର କଂଗ୍ରେସର ନୂଆ ଷ୍ଟାଇଲ୍
ମାସେରୁ ଅଧିକ ସମୟ ଧରି ମମିତା ପ୍ରସଙ୍ଗକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ତେବେ ନା ତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି, ନା ମମିତା ହତ୍ୟାର ତଦନ୍ତ ଆଗକୁ ବଢୁଛି।
ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ସର୍ବଦଳୀୟ ବୈଠକରେ ୪ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ମଦମୁକ୍ତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଆସିଥିଲା ନିର୍ବାଚନର ୭ ଦିନ ପୂର୍ବରୁ ମଦକୁ ବନ୍ଦ କରିବାକୁ ପ୍ରସ୍ତାବ ଆସିଛି।
ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଛି.. ଏକ ସାଂଘାତିକ ଅଭିଯୋଗ ଥିବା ବେଳେ ଗୃହରାଷ୍ଟ୍ର ମନ୍ତ୍ରୀ ହୋଇ ସେ ବିଧାନସଭା ଆସିଲେ ପବିତ୍ର ଗୃହର ଅମର୍ଯ୍ୟାଦା ହେବ.. ଦିବ୍ୟଶଙ୍କରଙ୍କୁ ବିଧାନସଭାରେ ବସେଇ ଦେବୁନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା
ପଞ୍ଚାୟତନ ନିର୍ବାଚନ ଆଗରୁ କଂଗ୍ରେସକୁ ମିଳିଲା ଆଉ ଏକ ଝଟକା.. କଂଗ୍ରେସର ବେଗୁନିଆ ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି।
ରାଗିଗଲେ ବିଧାୟକ ସୁର ରାଉତରାୟ.. ମମିତା ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ବିରୋଧ କରିବାରୁ କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ ହେବା ନେଇ ରାଗିଯାଇଛନ୍ତି ସୁର.. ସେପଟେ ବିଧାୟକ ସାଲୁଜାଙ୍କ ପ୍ରସ୍ତାବକୁ ବି ସେ ସମର୍ଥନ କରିଛନ୍ତି । ଶୁଣନ୍ତୁ ସୁର କଣ କହୁଛନ୍ତି
କଳାପତାକାରୁ ନିସ୍ତାର ନାହିଁ, ଯେଉଁ ଆଡ଼େ ଗଲେ ବି ମନ୍ତ୍ରୀଙ୍କୁ ବିରୋଧୀ ଦେଖାଉଛନ୍ତି କଳାପତାକା
ମମିତା ହତ୍ୟା ମାମଲାରେ ବିଜେପି ନେତା ପ୍ରକାଶ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି.. ସେ କହିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ବିବୃତ୍ତି ଦେବାକୁ ଯୋଗ୍ୟ ନୁହନ୍ତି ବରଂ କଳାହାଣ୍ଡି ଦାୟିତ୍ୱରେ ଥିବା ଡିଆଇଜି ବିବୃତ୍ତି ଦେବା ଉଚିତ୍। ଏଭଳି ଜଘନ୍ୟ ଅପରାଧର ତଦନ୍ତ ସିବିଆଇକୁ ଦେବାର ଥିଲା.. ଶୁଣନ୍ତୁ ପ୍ରକାଶ ମିଶ୍ରଙ୍କ ପୂରା ପ୍ରତିକ୍ରିୟା..
ମମିତା ହତ୍ୟା ମାମଲାରେ ସରକାରଙ୍କ ଉଦାସୀନତା ସ୍ପଷ୍ଟ ବାରି ହେଉଛି । ଏଭଳି କେସରେ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଏ । କିନ୍ତୁ ଅତି ସମ୍ବେଦନଶୀଳ ଘଟଣା ହୋଇଥିଲେ ସୁଦ୍ଧା କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଇ ନାହିଁ । ମୂଳରୁ ଏ କେସ୍ର ଅନୁସନ୍ଧାନ ଭଲରେ ନହେଉ ବୋଲି ଚେଷ୍ଟା କରାଯାଉଛି , ତାହା ବର୍ତ୍ତମାନ ସ୍ପଷ୍ଟ ଜଣାପଡ଼ୁଛି ।
ମମିତା ହତ୍ୟା ମାମଲା ଆରମ୍ଭ ଦିନରୁ ବିରୋଧୀଙ୍କ ପ୍ରତିବାଦର ଅସ୍ତ୍ର ପାଲଟିଛି ଅଣ୍ଡାମାଡ଼ ଦାବି ପୂରଣ ହେଉନଥିବାରୁ କେତେବେଳେ ମନ୍ତ୍ରୀ ତ କେତେବେଳେ ଶାସକ ଦଳ ନେତାଙ୍କୁ କଳାପ଼ତାକା ପ୍ରଦର୍ଶନ ସହ ଟମାଟୋ ଓ ଅଣ୍ଡାମାଡ଼ କରୁଛନ୍ତି ଉଭୟ ବିଜେପି-କଂଗ୍ରେସ୍।
ଶାସକ ଦଳ ନେତା ଓ ମନ୍ତ୍ରୀଙ୍କୁ ଘନ ଘନ ଅଣ୍ଡା ମାଡ଼ କରୁଛନ୍ତି ବିରୋଧୀ
ବଡ଼ ପ୍ରଶ୍ନ ହେଲା, ଏହି ଯୌନ କେଳେଙ୍କାରୀରେ ଗୋବିନ୍ଦ ସାହୁ ସହ ଆଉ କେଉଁମାନେ ସାମିଲ ଥିଲେ? କିଏ କିଏ ନିର୍ଯାତନାର ଶିକାର ହୋଇଛନ୍ତି?
ମମିତା ହତ୍ୟା ମାମଲାରେ ଉତ୍ତରାଞ୍ଚଳ DIGଙ୍କ ପ୍ରେସ ବିବୃତ୍ତିକୁ ନେଇ କାଉଣ୍ଟର କଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ..
ପୋଲିସ ମାନିଛି ସେକ୍ସ ସ୍କାଣ୍ଡାଲ ସେଠାରେ ହଉଥିଲା.. ଏଥିରେ ବହୁ ନେତା, ମନ୍ତ୍ରୀ ସାମିଲ.. ସରକାର ତଦନ୍ତ କରି ସତ ସାମ୍ନାକୁ ଆଣନ୍ତୁ.. ମମିତା ମେହର ହତ୍ୟା ମାମଲାର ତଦନ୍ତକୁ ନେଇ ବିଧାୟକ ସୁର ରାଉତରାୟ କଣ କହିଛନ୍ତି ଶୁଣନ୍ତୁ..
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମହାଲିଙ୍ଗରେ ରାତ୍ରିଯାପନ କରୁଥିଲେ। ସେଠି ସେକ୍ସ ରାକେଟ ଚାଲିଥିଲା ବୋଲି ମମିତାଙ୍କ ବାପା ଅଭିଯୋଗ କରିଥିଲେ। ତାକୁ ନେଇ ବିଜେଡି କଣ ଉତ୍ତର ରଖିବ ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ?
ମମିତା ହତ୍ୟା ମାମଲାର ସିବିଆଇ ତଦନ୍ତ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବିରେ ଶାନ୍ତ ପଡୁନାହାନ୍ତି ବିରୋଧୀ ଦଳ । ମୁଖ୍ୟମନ୍ତ୍ରୀଙ୍କ ପ୍ରତି କାର୍ଯ୍ୟକ୍ରମକୁ ପ୍ରତିବାଦ କରୁଛି ବିରୋଧି ଦଳ । ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ମନ୍ତ୍ରୀ ଓ ନେତାଙ୍କ ଗାଡିକୁ ଅଣ୍ତାମାଡ କରାଯାଉଛି ।
ମମିତା ହତ୍ୟା ମାମଲାକୁ ନେଇ କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ କହିଛନ୍ତି-“ମମିତା ମେହେର ହତ୍ୟାକାଣ୍ଡର ସତ୍ୟାସତ୍ୟ ବାହାରକୁ ଆସୁ। ଘଟଣାର ତଦନ୍ତ ହାଇକୋର୍ଟର ସିଟିଂ ଜଜଙ୍କ ଦ୍ୱାରା ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିପାରିବ।
ପୋଲିସ ଉପସ୍ଥିତିରେ ବିଜେଡି ଗୁଣ୍ଡାମାନେ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କଲେ। ଯିଏ ମାଡ଼ ମାରୁଛି ପୋଲିସ ତାକୁ ଛାଡ଼ି ଦେଉଛି, ହେଲେ ଯିଏ ମାଡ଼ ଖାଉଛି ପୋଲିସ୍ ତାକୁ ଗିରଫ କରୁଛି ବୋଲି ଛାତ୍ର କଂଗ୍ରେସ କହିଛି।
ବରଗଡ଼ ମାଟିର ପୁଅ ଗଙ୍ଗାଧର ମେହେରଙ୍କୁ ସ୍ମରଣ କରି, ବରଗଡ଼ର ଚାଷୀ ଓ ବୁଣାକାର ଭାଇଙ୍କ ଦକ୍ଷତାକୁ ପ୍ରଣାମ ଜଣାଇଛନ୍ତି ନବୀନ । ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ଅବସରରେ ନିଜର ବକ୍ତବ୍ୟ ରଖିଛନ୍ତି ନବୀନ ପଟ୍ଟନାୟକ ।
ପ୍ରେସ୍ ମିଟ୍ ରେ ଅକାଟ୍ୟ ଯୁକ୍ତି ଆଣିଲେ କଂଗ୍ରେସ ନେତା ଭକ୍ତ ଚରଣ ଦାସ। ସଂଘବଦ୍ଧ ଭାବେ ଘଟଣା ଘଟାଯାଇଥିବା ପରି ଗୁରୁତର ଅଭିଯୋଗ ଆଣିଛନ୍ତି, ଏଥି ସହ ହାଇକୋର୍ଟ ଜଜଙ୍କ ଦ୍ୱାରା ତଦନ୍ତ ହେଉ ବୋଲି ଦାବି କରିଛନ୍ତି
ମମିତା ମାମଲାରେ କଂଗ୍ରେସ ନେତା ଭକ୍ତ ଦାସ ଏକ ପ୍ରେସମିଟ୍ କରି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ହାଇକୋର୍ଟ ସିଟିଂ ଜଜ୍ଙ୍କ ଦ୍ୱାରା ତଦନ୍ତ କରାଯାଉ ।
ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ଗୋବିନ୍ଦଙ୍କୁ ଖସାଇବାକୁ ଚେଷ୍ଟା କରାଯାଉଛି । ତେଣୁ ଏଫ୍ଆଇଆର୍ରେ ଗଡ଼ବଡ଼ କରାଯାଇଥିବା ସନ୍ଦେହ ହେଉଛି । ପୋଲିସ ଜାଣିଶୁଣି ତଦନ୍ତକୁ ବାଟବଣା କରୁଛି । ତଦନ୍ତରେ କୌଣସି ପ୍ରକାର ସତ୍ୟାତା ପରିଲିକ୍ଷିତ ହେଉନାହିଁ ।
ବିଜୟ ଆହୁୁରି କହିଛନ୍ତି ଯେ, ଅକ୍ଟୋବର ୧୩ରେ ଏଫ୍ଆଇଆର୍ ହେଲା, ୧୬ ତାରିଖରେ ପୋଲିସ ବଙ୍ଗୋମୁଣ୍ଡା କୋର୍ଟରେ କେଶ୍ ଡାଏରୀ କଲା । ତେବେ କେଶ୍ ଡାଏରୀ କରିବାକୁ କାହିଁକି ୩ ଦିନ ଲାଗିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ବରଗଡରେ ବାଇକ ରାଲି କରି ବିଜେପି କର୍ମୀମାନେ ନବୀନ ପଟ୍ଟନାୟକଙ୍କ ବରଗଡ ଗସ୍ତକୁ ବିରୋଧ କରିଛନ୍ତି । ନବୀନ ପଟ୍ଟନାୟକ ଗୋ ବ୍ୟାକର ନାରାବାଜି ଦେଇଛନ୍ତି । ସେପଟେ ଜିଲ୍ଲା ବିଜେପି ସଭାପତିଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ କର୍ମୀଙ୍କୁ ଗରିଫ କରିଛି ବରଗଡ ପୋଲିସ ।
ଅତାବିରା ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ଗାଡିକୁ ଅଣ୍ଡା ମାଡ । ବିଜେପୁର ଯିବାବେଳେ ତାଙ୍କ ଗାଡିକୁ ଅଣ୍ଡାମାଡ ହୋଇଛି । ବରଗଡ ଏକାମ୍ର ଛକରେ କଂଗ୍ରେସ ପକ୍ଷରୁ ଏହି ଅଣ୍ଡା ମାଡ ହୋଇଛି ।