Advertisment

ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପୋଲିସ-ବିଜେପି କର୍ମୀ ଧସ୍ତାଧସ୍ତି

ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପୋଲିସ-ବିଜେପି କର୍ମୀ ଧସ୍ତାଧସ୍ତି। ଓବିସିଙ୍କୁ ସଂରକ୍ଷଣ ଦେବାରେ ସରକାରଙ୍କ ଚଞ୍ଚକତା ଅଭିଯୋଗରେ ବିଜେପି କର୍ମୀମାନେ ହୋହଲ୍ଲା କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJP Workers And Police Clash Outside Bhadrak Collector Office

BJP Workers And Police Clash Outside Bhadrak Collector Office

ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପୋଲିସ-ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି। ଓବିସିଙ୍କୁ ସଂରକ୍ଷଣ ଦେବାରେ ସରକାରଙ୍କ ଚଞ୍ଚକତା ଅଭିଯୋଗରେ ବିଜେପି କର୍ମୀମାନେ ହୋହଲ୍ଲା କରିଛନ୍ତି।

Advertisment

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବା ବେଳେ ପୋଲିସ-ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଜିଲ୍ଲାପାଳଙ୍କ ଅଫିସ ଭିତରେ ଧସେଇ ପଶି ଉତ୍ତ୍ୟକ୍ତ କର୍ମୀ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି।

ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ କହିଛନ୍ତି, ‘ଲୋକଙ୍କ ମଧ୍ୟରେ ଜନ ଆକ୍ରୋଶ ପ୍ରବଳ ଅଛି। ମମିତା ମେହେର ହତ୍ୟା ଘଟଣା ପରେ ସାରା ଓଡ଼ିଶାରେ ବିଜେଡି ସର୍ଭେ କରି ଦେଖୁଛି। ସମ୍ପୂର୍ଣ୍ଣ ଭାବେ ଜନମତ ବିଜେଡି ବିରୋଧରେ ଅଛି। 

Advertisment

ସୂଚନାଥାଉ କି, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସିଟ୍ ସଂରକ୍ଷଣକୁ ନେଇ ନିକଟରେ ଆପତ୍ତି ଉଠାଇଥିଲା ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘ। ସିଟ୍ ସଂରକ୍ଷଣରେ ଆଦିବାସୀମାନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ଆନ୍ଦୋଳନ ଡାକରା ଦେଇଥିଲା ସଂଘ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆଦିବାସୀମାନେ ଶୋଭାଯାତ୍ରାରେ ଆସି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକାଠି ହୋଇଥିଲେ।

OBC Reservation In Odisha BJP
Advertisment
Advertisment