ଠିକ୍ ଗୋଟିଏ ଦିନ ପୂର୍ବରୁ ଗୋଆରେ ମଧ୍ୟ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଥିଲେ । ସେ କହିଥିଲେ, ବିଜେପିରୁ ଚରିତ୍ର ପ୍ରମାଣପତ୍ର ଆବଶ୍ୟକ ନାହିଁ ।
ଓଡ଼ିଶାରେ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ଆଜି ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ସହ ବୈଠକ କରିବେ ମୁଖ୍ୟମନ୍ତ୍ରୀ । ତେବେ ନିତି ଆୟୋଗରେ କଣ ଦାବି ରଖିବ ଓଡ଼ିଶା ।
ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତ ରଞ୍ଜନ ପଲେଇଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଗତ ୧୩ ତାରିଖରେ ପୁରୀ ନୂଆନଈ ନିକଟରେ ଚିତ୍ତ ରଞ୍ଜନଙ୍କ ମୃତଦେହ ମିଳିଥିଲା।
୨୦୧୨ରେ ଆୟୁଷ ଡାକ୍ତର ମାଧବୀଲତା ମୃତ୍ୟୁ ବେଳେ ବି ସଂଜୟ ଦାସବର୍ମା ବିବାଦରେ ଥିଲେ। ଶାସକ ଦଳ ଛତ୍ରଛାୟାରେ ଥିବାରୁ କୌଣସି ପଦକ୍ଷେପ ନିଆଯାଉନି ବୋଲି ବିଜେପି ଅଭିଯୋଗ କରିବା ସହ ତୁରନ୍ତ ତାଙ୍କୁ ବହିଷ୍କାର କରିବାକୁ ଦାବି କରିଛି।
ସଂସଦରେ ଓଡ଼ିଶାବାସୀଙ୍କ ଉପରେ ଋଣବୋଝ ଓ ରାଜ୍ୟର ବେରୋଜଗାର ପ୍ରସଙ୍ଗରେ ପ୍ରଶ୍ନ ଉଠାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ନିକଟରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ପ୍ରତି ପରିବାରର ହାରାହାରି ସମ୍ପତ୍ତି ମୂଲ୍ୟାୟନ କ୍ଷେତ୍ରରେ ଓଡ଼ିଶା ସବୁଠୁ ଗରିବ ରାଜ୍ୟ ବୋଲି ଉଲ୍ଲେଖ ରହିଛି ।
ଫେବୃୟାରୀରେ ଭୋଟ୍ ସମ୍ଭାବନା ଥିବା ବେଳେ ଚଳିତ ମାସ ଶେଷ ସପ୍ତାହରେ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ।
ଏଯାଏଁ ଘୋଷଣା ହୋଇନି ପଞ୍ଚାୟତ ନିର୍ବାଚନ ତାରିଖ I ଗାଁ ଗଣ୍ଡାରେ ଉଷ୍ଣ ହେଲାଣି ପଞ୍ଚାୟତ ନିର୍ବାଚନ ପାଣିପାଗ I ସବୁ ଦଳର ନେତାଙ୍କ ଘରେ ଜମିଲାଣି ଆଶାୟୀଙ୍କ ଭିଡ଼ I ଭୋଟ୍ କରାଇବାକୁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଜୋରଦାର
ନିର୍ବାଚନ ପୂର୍ବରୁ ତେରଛା ବାଣ ମାରିଲେ ସିଦ୍ଧୁ । ଲୋକଙ୍କ ସେବା କରିବି କହି ଟାର୍ଗେଟ କଲେ । ନିର୍ବାଚନରେ ବିଜୟ ହାସଲ ପାଇଁ କଦାପି “ଶୋ ପିସ୍’ ହୋଇ ପାରିବି ନାହିଁ ଏବଂ କ୍ଷମତାକୁ ଆସିବା ପାଇଁ ରାଜ୍ୟବାସୀଙ୍କୁ ମିଛ କହିପାରିବି ନାହିଁ ବୋଲି ସେ କହିଛନ୍ତି ।
ମଞ୍ଚ ଉପରେ ଚେୟାରରେ ବସିଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରକୁ ଚପଲ ଫିଙ୍ଗିଲେ ଯୁବକ। ତା’ବି ପୁଣି ନିଜ ନିର୍ବାଚନମଣ୍ଡଳୀରେ। ଯାହାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଯୁକ୍ତ ଦୁଇ ପାସ କରିନଥିବା ବେଳେ କିଭଳି ଦିଆଗଲା ଉପାଧିI ଅନୁଭବ ସାମ୍ନାକୁ ଆସି ସ୍ପଷ୍ଟ କରନ୍ତୁ ବୋଲି ଦାବି କରୁଛନ୍ତି ବିରୋଧି
ପୋଲିସ କମିଶନରଙ୍କୁ ତାରା ବାହିନୀପତିଙ୍କ ଚ୍ୟାଲେଂଜ୍ । କଂଗ୍ରେସ କର୍ମୀ ପଥର ମାରିବା ପ୍ରମାଣିତ କଲେ ରାଜନୀତି ଛାଡିଦେବି । ହେଲେ ତାହା ପ୍ରମାଣିତ କରିନପାରିଲେ ପୋଲିସ କମିଶନର ତାଙ୍କ ଚାକିରି ଛାଡିବେ କି ବୋଲି ପ୍ରଶ୍ନ କରିଛନ୍ତି ତାରା । ପୋଲିସ କଂଗ୍ରେସ ଭବନ ଭିତରକୁ ଢେଲା ମାରିଛି ।
ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ବିରୋଧ କରିଛି କଂଗ୍ରେସ.. ମମିତାକୁ ନ୍ୟାୟ ଦାବିରେ ହିଞ୍ଜିଳି ଆରଏମସି ଛକରେ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇ ପ୍ରବଳ ନାରାବାଜୀ କରିଛନ୍ତି.. ପୋଲିସ କଂଗ୍ରେସ ସେମାନଙ୍କୁ ଗିରଫ କରିଛି..
ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ହିଞ୍ଜିଳି ଆରଏମସି ଛକରେ ବିରୋଧ । କଂଗ୍ରେସ କର୍ମୀ ମାନେ ରାସ୍ତା ଉପରକୁ ଆସି କଳା ପତାକା ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି । ମମିତା ମେହେର ପ୍ରସଙ୍ଗକୁ ନେଇ ଦଳ ପକ୍ଷରୁ ବିରୋଧ କରାଯାଇଛି ।
ପୋଲିସ କଂଗ୍ରେସ ଭବନ ଭିତରକୁ ଢେଲା ମାରିଛି । ତେଣୁ ପୋଲିସ କମିଶନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । କଂଗ୍ରେସ ଭବନ ଭିତରେ ପଶି ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ନହେଲେ ପୋଲିସ କମିଶନର ଅଫିସ ଘେରାଉ କରିବୁ ବୋଲି ତାରା କହିଛନ୍ତି ।
ବଢୁଥିବା ବ୍ୟଭିଚାର ସହ ଆସେମ୍ବିଲିକୁ ଅସମ୍ମାନ ନେଇ ଘେରିଲା ବିଜେପି। ମୁଖ୍ୟମନ୍ତ୍ରୀଙ୍କୁ ସଦବୁଦ୍ଧି ଦେବାକୁ ଜଗନ୍ନାଥଙ୍କ ପାଖେ ପଶିଲେ ଶରଣ। ଛାତ୍ର କଂଗ୍ରେସ କର୍ମୀଙ୍କ ଉପରେ ପୋଲିସ ବର୍ବରତାର ପ୍ରତିବାଦରେ ଆସନ୍ତା ୧୪ରେ ରାଜ୍ୟର ସବୁ ଏସପି ଅଫିସ୍ ଘେରିବ କଂଗ୍ରେସ।
ସିଂହଦ୍ୱାର ସମ୍ମୁଖରେ ସମସ୍ତ ବିଧାୟକମାନେ ଶୋଇପଡି ପ୍ରଣିପାତ ଜଣାଇଥିଲେ। ଏପରିକି ବିଧାୟକମାନେ ଭଜନ ଗାନ କରିବାର ଦୃଶ୍ୟ ସିଂହଦ୍ୱାର ସମ୍ମୁଖରେ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲା।
ବିଧାୟକ ବଦ୍ରି ପାତ୍ରଙ୍କୁ ଏୟାର ଲିଫ୍ଟ୍ । ଭୁବନେଶ୍ୱରରୁ ହାଇଦ୍ରାବାଦ କରାଗଲା ଏୟାର ଲିଫ୍ଟ । ଏୟାର ଲିଫ୍ଟ୍ ନେଇ ପୁଅ ଦେବପ୍ରିୟ ପାତ୍ରଙ୍କ ସୂଚନା ।
ପଶୁ ଭଳିଆ ପିଟିଲେ, ଏ କେତେ ଯୁକ୍ତିଯୁକ୍ତ?? ଆଗେ ପୋଲିସ ଆକ୍ରମଣ କଲା, ଏମିତିକି କଂଗ୍ରେସ ଭବନରେ ପସି ପିଟିଲେ : ନରସିଂହ ମିଶ୍ର
କିଛି ଆଇନ କାନୁନ ମାନୁନାହିଁ ଏ ଶାସକ ଦଳ : ଗାଇଗୋରୁ ପରି ବାଡ଼େଇଲେ, ରାଜ୍ୟ ସରକାର ପୂରା ଦୁର୍ନୀତିରେ ବୁଡ଼ିକି ରହିଛି : ସନ୍ତୋଷ ସିଂ ସାଲୁଜା
ସରକାରଙ୍କ ଚାପରେ ପୋଲିସ୍ ବର୍ବରତା କରିଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଶାନ୍ତି ପୂର୍ଣ୍ଣ ଭାବେ ସଭା ଚାଲିଥିଲା, ହେଲେ ପୋଲିସ୍ ସେହି ସମୟରେ କାହିଁକି ଆକ୍ରମଣ କଲା ? ପୋଲିସ ମାଡ଼ରେ ଅନେକ କଂଗ୍ରେସ କର୍ମୀ ଆହତ ହୋଇଛନ୍ତି ।
ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ବିଷୟ ଓ ମୌଳିକ ଦାବିକୁ ବିଧାନସଭାରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ସୁଯୋଗ ଦିଆଯାଉ ନାହିଁ ।
ନଭେମ୍ବର ୨୧ ତାରିଖରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅବଧି ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଦେଇଥିଲେ ।
ବିଜେଡି ବିଧାୟକ ସୁବ୍ରତ ତରାଇ ନିଖୋଜ ! ନିର୍ବାଚନ ପରଠୁ ସେ ନିଖୋଜ ଅଛନ୍ତି। ରାଉରକେଲାରେ ଏଭଳି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି।
ସାରା ରାଜ୍ୟରେ ମମିତା ମେହେର କେସକୁ ନେଇ ସ୍ତବ୍ଧ ଥିବା ବେଳେ । ବିଧାନସଭାରେ ଏନେଇ ଗୃହ ମୁଲତବୀ ରହିଛି । ମମିତା ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ସରକାରଙ୍କୁ ଘେରି ଥିଲେ । ତେବେ ଆମର ବିଶେଷ ଉପସ୍ଥାପନା ଖୋଲାକଥାରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧୀ ମନୋରଞ୍ଜନ ଯୋଶୀ...
ପୁଣି ରାଜଧାନୀ ପାଲଟିଲା ରଣକ୍ଷେତ୍ର । ଏଥର ପୋଲିସ ବନାମ ଛାତ୍ର କଂଗ୍ରେସ । ଧସ୍ତାଧସ୍ତି, ଠେଲାପେଲା, ଲାଠିମାଡ଼ । ଯାହାକୁ ପାଇଲା ମାଡ଼ ମାରିଲା ପୋଲିସ । ମାଡ଼ ଭୟରେ ଯିଏ ଯେମିତି ପାରିଲା ଦୌଡ଼ିଲା ।