• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ୬ ସପ୍ତାହ ମଧ୍ୟରେ ନିର୍ବାଚନ ସାରିବାକୁ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ପରିଷଦର ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ମହାନ୍ତିଙ୍କ ଆବେଦନର ରାୟ ପ୍ରକାଶ ସହ ହାଇକୋର୍ଟ ଏହା କହିଛନ୍ତି । ଆବେଦନକାରୀ ଦର୍ଶାଇଥିଲେ ଯେ, ୫ ବର୍ଷିଆ କାର୍ଯ୍ୟକାଳ ବିଶିଷ୍ଟ ପରିଷଦର କାର୍ଯ୍ୟକାଳ ଗତ ୨୦୧୮ରୁ ଶେଷ ହେଲାଣି । କିନ୍ତୁ ନିର୍ବାଚନ କରାଯାଉନାହିଁ ।

ଏହାଦ୍ୱାରା ଆଇନଜୀବୀ ମାନଙ୍କର ଅନେକ ସମସ୍ୟା ସମାଧାନ ହୋଇପାରୁନାହିଁ । ଭାରତୀୟ ଆଇନଜୀବୀ ପରିଷଦ(BCI)ଙ୍କ ନିର୍ଦ୍ଦେଶ ମୁତାବକ ଆଇନଜୀବୀଙ୍କ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାରୁ ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିନାହିଁ । ଏହି ପରିପ୍ରେକ୍ଷୀରେ ନିର୍ବାଚନ କରିବା ସମ୍ଭବ ନୁହଁ ବୋଲି ପରିଷଦ ପକ୍ଷରୁ ଅଦାଲତଙ୍କୁ ଅବଗତ କରାଯାଇଥିଲା । ତେବେ ପରିଷଦର ଏହି ଯୁକ୍ତିକୁ ଗ୍ରହଣ ନକରି ପୁରୁଣା ଭୋଟର ତାଲିକା ଆଧାରରେ ନିର୍ବାଚନ କରାଇବାକୁ ହାଇକୋର୍ଟ କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now