ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଦହଣା ଗାଁରେ ଗୁଳିକାଣ୍ଡ। ଏକ ବୋଲେରୋରେ କିଛି ଦୁର୍ବୃତ୍ତ ଆସି ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିବା ବେଳେ ଗୋଟିଏ ଜୀବନ୍ତ ଗୁଳି ଜବତ ହୋଇଛି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ। ତୃତୀୟ ପର୍ଯ୍ୟାୟରେ ୬୩ ବ୍ଳକ୍ର ୧୭୧ ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ୧୩୮୨ ପଞ୍ଚାୟତରେ ଭୋଟ୍ ପଡ଼ିବ।
ବ୍ୟାଘ୍ର ବଂଶ ବୃଦ୍ଧି ନାଁ ଭିଟାମାଟି ଛାଡ଼ିଲେ। ହେଲେ ହରାଇଲେ ଭୋଟ୍ ଦାନ ଅଧିକାର। ଯେଉଁଥିପାଇଁ ବର୍ତ୍ତମାନ ଚାଲିଥିବା ପଞ୍ଚାୟତ ନିର୍ବାଚନରେ ଭାଗ ନେଇ ପାରୁନାହାନ୍ତି ଖଡ଼ିଆ ସମ୍ପ୍ରଦାୟର ୧୧୪ ପରିବାର।
ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଭୋଟ୍ । ବୁଥ୍ରେ ପହଞ୍ଚିଲେଣି ପୋଲିଂ ପାର୍ଟି । କାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ ।
୨୦୨୨ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି । କାରଣ ଏବେ ଦଳରେ କୁହୁଳୁଛି ଗୋଷ୍ଠୀ କନ୍ଦଳ ନିଆଁ । କ୍ୟାନ୍ସର୍ ଭଳି ମାଡ଼ିଗଲାଣି ଦଳୀୟ କନ୍ଦଳ ରୋଗ । କେହି କାହାକୁ ଛାଡ଼ିବାକୁ ନାରାଜ ।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ପଞ୍ଚାୟତବାସୀ ଭଦ୍ରକ ଯାଜପୁର ରାସ୍ତାର କଲାଗୟାଁରେ ୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିରଖିଛନ୍ତି । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।
ପାରାଦୀପ ଢିଙ୍କିଆରେ ମାଡ଼, ଠେଲାପେଲା ସହ ପୁଣି ଉତ୍ତେଜନା । ହାଇକୋର୍ଟ ୫ ଜଣିଆ କମିଟିଙ୍କ ଗସ୍ତ ବେଳେ ଉତ୍ତେଜନା ଦେଖାଦେଇଛି ।
ଭୋଟ୍ର ଦିନକ ପୂର୍ବରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ଉଦ୍ଧାର କରାଯାଇଛି। ଆଜି ସକାଳେ ଘରଠାରୁ ପ୍ରାୟ ୧ କି.ମି. ଦୂରରେ ରାସ୍ତାକଡ଼ରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି।
ପଞ୍ଚାୟତ ନିର୍ବାଚନରେ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ । ଗତକାଲି ସଂଧ୍ୟାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଶେଷ ହୋଇଛି ।
ବାଲାଟ୍ ବକ୍ସ ସହ ନିର୍ବାଚନ ଅଧିକାରୀଙ୍କୁ ବୁଥ୍ରୁ ଛାଡ଼ିଲେନି ସ୍ଥାନୀୟ ଲୋକେ। ଫଳରେ ରାତି ୧୦ଟା ଯାଏ ସ୍କୁଲ୍ ଘରେ ଅଟକି ରହିଲେ ପୋଲିଂ ପାର୍ଟି।
ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକୁ ନେଇ ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ଆଜି ବିଭିନ୍ନ ସ୍ଥାନରେ କିଭଳି ବିଜେଡି ଦ୍ୱାରା ନିର୍ବାଚନୀ ହିଂସା ହୋଇଥିଲା, ତାର ଭିଡିଓ ପ୍ରଦର୍ଶନ କରି ସରକାରଙ୍କୁ ଟାର୍ଗେଟ କରିଛି ବିଜେପି ।
ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲେ ମଧ୍ୟ ତାର ଢେର ଆଗରୁ ବୁଥଗୁଡିକରେ ମତଦାତାଙ୍କ ଲମ୍ବାଲାଇନ ଦେଖିବାକୁ ମିଳିଥିଲା । ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି ।
ଯାଜପୁର ଜିଲ୍ଲା କନିକାପଡ଼ା ପଞ୍ଚାୟତ ମଧୁପୁରରେ ୮ ନମ୍ବର ବୁଥ୍ କ୍ୟାପ୍ଚରିଂ । ଲୋକେ ଜୋରଜବରଦସ୍ତ ପଶିଲେ । ପ୍ରିଜାଇଡିଂ ଅଫିସରଙ୍କଠୁ ବାଲାଟ ପେପର ଛଡ଼ାଇ ମୋହର ବାଡ଼େଇ ଚାଲିଲେ ।
ଏକାମ୍ର କ୍ଷେତ୍ର ପ୍ରକଳ୍ପର ସମୀକ୍ଷା ସହ ପ୍ରଭୁ ଲିଙ୍ଗରାଜ ମନ୍ଦିର ଦର୍ଶନ ପାଇଁ ଆସି ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ପୋଖରୀକୁ ଫିଙ୍ଗିଦେଲେ ଭୋଟ ବାକ୍ସ । ଯାଜପୁର ଦଶରଥପୁର ବ୍ଲକ୍ରେ ଦେଖାଦେଇଛି ଏଭଳି ଉତ୍ତେଜନା । ଏଠାକାର ୯ ନମ୍ବର ବୁଥ୍ର ଭୋଟ୍ ବାକ୍ସ ନେଇ ପୋଖରୀରେ ଫିଙ୍ଗି ଦେଇଛନ୍ତି ଦୁର୍ବତ୍ତ ।
ଖୋଦ୍ ପ୍ରିଜାଇଡିଂ ଅଫିସର୍ ଭୋଟ ସ୍ଥାନକୁ ଯାଇ କିଏ କେଉଁଠି ଭୋଟ ଦେଉଛନ୍ତି ତା’ ଉପରେ ନଜର ରଖୁଛନ୍ତି । ଯାହାକି ପଂଚାୟତ ନିର୍ବାଚନରେ ନିୟମର ଖୋଲା ଉଲଙ୍ଘନ ।
ଆଜି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ପଡିଥିବା ବେଳେ, ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଫେରାଦ ହୋଇଛନ୍ତି ବିଜେପି ଓ ବିଜେଡିର ପ୍ରତିନିଧି ମଣ୍ଡଳୀ । ବଲାଙ୍ଗିର ବେଲପଡ଼ାରେ ପ୍ରିଜାଇଡିଂ ଅଫିସରଙ୍କ ଭୂମିକା ନେଇ ପ୍ରଶ୍ନ କରିଛି ବିଜେପି ।
ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମପଞ୍ଚାୟତରେ ବିଜେପି ଓ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି
ରାସ୍ତା ଉପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ପିଟିଲେ, ତୁମୁଳକାଣ୍ଡ ଭିଆଇଲେ । ଏଭଳି କିଛି ଘଟଣା ଘଟିଛି ଗଞ୍ଜାମ ପାତ୍ରପୁର ଥାନା ଅଞ୍ଚଳରେ । ମିଳିଥିବା ସୂଚନା ମୁତାବକ, ସ୍ଥାନୀୟ ଜଗଦେବପୁର ଗାଁରେ ବିଜେପି ଓ ବିଜେଡି କର୍ମୀ ପ୍ରଚାର କରୁଥିଲେ । ଏହି ସମୟରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ ।
ଭୋଟ୍ ଦେଲେ ମାଲକାନଗିରି ବଣ୍ଡା ଘାଟି ବାସିନ୍ଦା । ନିଜ ଅଞ୍ଚଳର ବିକାଶ ପାଇଁ ସେମାନେ ଆଗେଇ ଆସିଛନ୍ତି । ମୁଦୁଲିପଡ଼ା ଓ ଅଣ୍ଡାହାଲ ପଞ୍ଚାୟରେ ମତଦାନ । ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେଉଛନ୍ତି ବଣ୍ଡା ଘାଟିର ମହିଳାମାନେ ।
ପଞ୍ଚାୟତ ନିର୍ବାଚନରେ ଆଜି ଦ୍ୱିତୀୟ ପଯର୍ୟାୟ ମତଦାନ । କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦାବି ଓ ସମସ୍ୟା ପ୍ରତିବାଦରେ ବିଭିନ୍ନ ଅଞ୍ଚଳରେ ଭୋଟ ବର୍ଜନ ।
ଆଜି ସକାଳ ୭ଟାରୁ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ଗୋଟିଏପଟେ ନିର୍ବାଚନ ଚାଲି ଥିବାବେଳେ ଅନ୍ୟପଟେ ଦୁର୍ବୃତ୍ତଙ୍କ ତୁମୁଳକାଣ୍ଡ ଦେଖିବାକୁ ମିଳିଛି।
ଆଜି କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆରେ ଭୋଟ୍ ଗ୍ରହଣ ଚାଲିଛି। ପଡ଼ୋଶୀ ଆନ୍ଧ୍ର ପକ୍ଷରୁ ଯେପରି ନିର୍ବାଚନରେ କୌଣସି ବାଧା ସୃଷ୍ଟି ନ ହୁଏ, ସେଥିପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ସଜାଗ ରହିଛି।
ପଞ୍ଚାୟତ ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ଟା ଯାଏ ଯାଏ ମତାଦନ ଚାଲିବ।
ବୁଥ କ୍ୟାପଚରିଂ, ରିଗିଂ, ଟଙ୍କା ବଣ୍ଟା ଓ ହିଂସାକାଣ୍ଡ। ପଞ୍ଚାୟତ ନିର୍ବାଚନ ଆରମ୍ଭରୁ ଏଭଳି ଅନେକ ଘଟଣା ଦେଖିବାକୁ ମିଳିଛି। ଯାହାକି ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ଉପରେ ପ୍ରଶ୍ନ ଉଠାଇଛି । ଏସବୁ ଭିତରେ ଆସନ୍ତାକାଲି ପଡ଼ିବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍। କେମିତି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ହେବ ତାହା ଏକ ବଡ଼ ଚାଲେଞ୍ଜ।