ଆଜିକାଲି ନେତାଙ୍କ ପାଖରେ ନୀତି ନୈତିକତା କିଛି ନାହିଁ। କଳେବଳେ କେମିତି ନିର୍ବାଚନ ଜିତିବେ ତାହା ସେମାନଙ୍କର ଲକ୍ଷ୍ୟ। କିନ୍ତୁ ଏହି ଭିଡିଓରେ ଭେଟନ୍ତୁ ଜଣେ ବ୍ୟକ୍ତିଙ୍କୁ, ଯିଏ ଗତ ୩୫ ବର୍ଷ ହେଲା ୱାର୍ଡମେମ୍ବର ନିର୍ବାଚନ ଲଢୁଛନ୍ତି, କିନ୍ତୁ କେବେ ଜିତି ନାହାଁନ୍ତି। ଏହାପରେ ବି ସେ ମନୋବଳ ହାରି ନାହାଁନ୍ତି। ସବୁଠୁ ବଡ଼ କଥା ହେଲା, ସେ କୌଣସି ଦଳର ସମର୍ଥନ ନିଅନ୍ତି ନାହିଁ। ସବୁବେଳେ ସ୍ୱାଧୀନ ପ୍ରାର୍ଥୀ। ତା ପୁଣି ସେଇ ଗୋଟିଏ ନିର୍ଦ୍ଦିଷ୍ଟ ଚିହ୍ନରେ। ଆସନ୍ତୁ ଭେଟିବା ଏହି ନିଆରା ବ୍ୟକ୍ତିଙ୍କୁ।
ର୍ବାଚନୀ କ୍ୟାମ୍ପେନ୍ରେ କାମ କରୁଛନ୍ତି ସରକାରୀ କର୍ମଚାରୀ। ଶିକ୍ଷକମାନଙ୍କ ସମ୍ପୃକ୍ତି ସବୁଠାରୁ ଅଧିକ। ଏମିତି କିଛି ତଥ୍ୟ ସାମନାକୁ ଆସିବା ପରେ ନିର୍ବାଚନୀ ସ୍ବଚ୍ଛତାକୁ ନେଇ ବି ପ୍ରଶ୍ନ ଉଠିଲାଣି।
ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କୁ ଏମିତି ତିର୍ଯ୍ୟକ ଆଉ ସିଧାସଳଖ ପ୍ରଶ୍ନ ମୁହଁରେ ନୁହେଁ, ପରୀକ୍ଷା ଖାତାରେ ପଚାରିଛନ୍ତି ଭୋଟର ।
ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କୁ ଏମିତି ତିର୍ଯ୍ୟକ ଆଉ ସିଧାସଳଖ ପ୍ରଶ୍ନ ମୁହଁରେ ନୁହେଁ, ପରୀକ୍ଷା ଖାତାରେ ପଚାରିଛନ୍ତି ଭୋଟର ।
ଏବେ ପ୍ରଶ୍ନ ଉଠୁଛି, ସରକାରୀ କର୍ମଚାରୀ କାହିଁକି ରାଜନୈତିକ ଦଳଗୁଡ଼ିକର ହାତବାରିସି ସାଜୁଛନ୍ତି?
ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନ ବୈଠକ କରିଛନ୍ତି। ବୈଠକରେ ଚୁଡ଼ାନ୍ତ ପ୍ରସ୍ତୁତି ନେଇ କମିଶନ ଆଲୋଚନା କରିଛନ୍ତି। ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ ନେଇ ବୈଠକରେ ସମୀକ୍ଷା ହୋଇଛି।
ପଲ୍ଲବୀ ସିଂ କଂଗ୍ରେସର ତିନି ନମ୍ବର ପୋଷ୍ଟର ଗର୍ଲ, ଯିଏ ବିଜେପିରେ ଯୋଗ ଦେଇଛନ୍ତି । ଏହାପୂର୍ବରୁ ପ୍ରିୟଙ୍କା ମୌର୍ଯ୍ୟ ଏବଂ ବନ୍ଦନା ସିଂ ବିଜେପିରେ ଯୋଗ ଦେଇଛନ୍ତି
ବହୁବାର ପ୍ରତାରଣାର ଶିକାର ହୋଇଛନ୍ତି, ଖାସ୍ ସେଇ ରାଗରେ ନିର୍ବାଚନ ଲଢ଼ୁଛନ୍ତି କାର୍ତ୍ତିକ ରାଓ।
ସରପଞ୍ଚ ହେବାକୁ ହେଲେ ପରୀକ୍ଷା ଦେବାକୁ ପଡ଼ିବ। ଆଉ ପରୀକ୍ଷାରେ ପାସ୍ କଲେ ଗାଁ ଲୋକେ ଭୋଟ୍ ଦେବେ।
ଗଲା ଦୁଇ ଦଶନ୍ଧି ଧରି ଖୋର୍ଦ୍ଧା ଜିଲ୍ଲା ପରିଷଦରେ ଶାସକ ବିଜେଡିର ହୋଲ୍ଡ । ଗତ ପଞ୍ଚାୟତ ନିର୍ବାଚନରେ ବି ୩୦ ଜିଲ୍ଲା ପରିଷଦ ଜୋନରୁ ୨୦ଟି ଜିତି ପରିଷଦ ଅକ୍ତିଆର କରିଥିଲା ବିଜେଡି ହେଲେ ଏଥର ଟାର୍ଗେଟ୍ କ୍ଲିନ୍ ସ୍ୱିପ୍ ।
ତିହିଡି ବ୍ଳକ ଗୁଆମାଳ ପଞ୍ଚାୟତ ୧୮ ନଂ ୱାର୍ଡର ଅମୃତପୁର ବାସିନ୍ଦା ଅଶ୍ୱିନୀ ସେଠୀ। । ନିର୍ବାଚନ ଲଢିବା ତାଙ୍କ ପାଇଁ ଏକ ପ୍ରକାର ନିଶା । ୬୦ ବର୍ଷର ସେ ୩୫ ବର୍ଷ ହେଲା ନିର୍ବାଚନ ମଇଦାନରେ ପାଦ ଦେଉଛନ୍ତି, କିନ୍ତୁ ସବୁଥର ହାରୁଛନ୍ତି । ୩୫ ବର୍ଷ ହେଲା ୱାର୍ଡମେମ୍ବର ପାଇଁ ଲଗାତର ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ବୁଥ୍ ନୁହେଁ ବ୍ଲକରେ ହେବ ପଞ୍ଚାୟତ ଭୋଟ୍ ଗଣତି I ଭୋଟ୍ ବାକ୍ସ ଷ୍ଟ୍ରଙ୍ଗ ରୁମ୍ ଓ କାଉଣ୍ଟିଂ ହଲରେ ଲାଗିବ ସିସିଟିଭି I ମତଦାନର ୧୦ ଦିନ ପରେ ଗଣତିକୁ ନେଇ ଗଡ଼ବଡ଼ ଆଶଙ୍କାରେ ବିରୋଧୀ I ସବୁ ସ୍ବଛତାରେ ହେବ କହିଲା ବିଜେଡି
କେନ୍ଦ୍ର ଆଇନମନ୍ତ୍ରୀଙ୍କ ଉତ୍ତର ପରେ ତେଜିଲା ରାଜନୀତି I ରାଜ୍ୟର ପ୍ରସ୍ତାବ ହସ୍ତଗତ ହୋଇନଥିବା କହିଥିଲେ ଆଇନ ମନ୍ତ୍ରୀ I ବାଚସ୍ପତି କହିଲେ ୩ ବର୍ଷ ତଳୁ ରିଜୋଲ୍ୟୁସନ କରି ପଠାଇଛୁ
କେଉଁଠି ଅଣ୍ଡାମାଡ଼ ତ କେଉଁଠି ପ୍ରଶ୍ନବାଣରେ ହେଉଛନ୍ତି ଘାଇଲା I ଭୋଟରଙ୍କୁ ଧମକାଇବା ସହ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ I ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ସୋକଜ୍ ନୋଟିସ୍ ଜାରି I ସୋରରେ ପୂର୍ବତନ ବିଧାୟକଙ୍କୁ ବର୍ତ୍ତମାନର ବିଧାୟକଙ୍କ ଦୁର୍ବ୍ୟବହାର I ବିଜେଡି ସାଂସଦ ରମେଶ ମାଝୀଙ୍କ ବିରୋଧରେ ଜନତାଙ୍କ ରଣହୁଙ୍କା
ଖୋଲାକଥାର ହଟସିଟ୍ରେ କେନ୍ଦ୍ର ଜଳସମ୍ପଦ ଓ ଆଦିବାସୀ ଉନ୍ନୟନ ମନ୍ତ୍ରୀ। ରାଜ୍ୟର ଶାସନ ବ୍ୟବସ୍ଥାକୁ ନେଇ କଣ କହୁଛନ୍ତି, ପଢନ୍ତୁ
ପୂର୍ବ ପ୍ରତିଶ୍ରୁତି ପାଳନ କରିନଥିବାରୁ କେଉଁଠି ପ୍ରଶ୍ନବାଣରେ ଘାଇଲା ତ କେଉଁଠି ଔଦ୍ଧତ୍ୟ ଆଚରଣ ଦେଖାଇ ଭାଇରାଲ୍ ହେଉଛନ୍ତି।
ଆରଟିଆଇରେ ତଥ୍ୟ ମାଗିଲେ ମିଳିବାର ନାହିଁ, ଏହା କଣ ସ୍ୱଚ୍ଛତା?
EVM ଶେଷ ପ୍ୟାନେଲରେ ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ ‘କେହି ନୁହେଁ’ ଲେଖା ରହିବ । ଯଦି କୌଣସି ପ୍ରାର୍ଥୀଙ୍କୁ ଭୋଟର ଚାହୁଁନାହାନ୍ତି, ତେବେ ଏହି ନୋଟା ସ୍ୱିଚ୍ ଟିପି ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିପାରିବେ ।
୨୦୧୭ ରେ ଚନ୍ନିଙ୍କ ପାଖରେ ୧୪.୫୧ କୋଟି ଟଙ୍କାର ସମ୍ପତ୍ତି ଥିବା ବେଳେ ଏବେ ତାହା କମି ୯.୪୫ କୋଟିରେ ପହଞ୍ଚିଛି। ତେବେ ହଠାତ୍ କାହିଁକି ଚନ୍ନିଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ହେଲା?
ଭୋଟ୍ ପାଇବା ପାଇଁ ବାଣ୍ଟିଲେ ଫେକ୍ ଭତ୍ତା କାର୍ଡ । ଲୋକଙ୍କୁ ଦିଆଯାଇଛି ୫ ଶହ ଟଙ୍କା ସହ ନକଲି ବାର୍ଦ୍ଧକ ଭତ୍ତା କାର୍ଡ । ଗଞ୍ଜାମ ଧରାକୋଟ ବ୍ଲକ ଝାଡ଼ବନ୍ଧ ପଞ୍ଚାୟତରୁ ଏହି ଅଭିଯୋଗ ଆସିଛି । ଗତ କିଛି ଦିନ ଧରି ଗାଁରେ ଲୋକଙ୍କୁ ଏଭଳି ନକଲି ଭତ୍ତା କାର୍ଡ ବାଣ୍ଟିଛନ୍ତି କିଛି ଲୋକ ।
ପ୍ରଚାର ବେଳେ ମୁହାଁମୁହିଁ ହେଲେ ବିଜେଡି-କଂଗ୍ରେସ କର୍ମୀ । ରଣକ୍ଷେତ୍ର ପାଲଟିଲା କୋରାପୁଟ ଡୁମ୍ବାଗୁଡା ସାପ୍ତାହିକ ହାଟ ।
୩ ଦଳରୁ ନିର୍ବାଚନ ଲଢ଼ୁଛନ୍ତି ୩ ଭଉଣୀ। ନବରଙ୍ଗପୁର ଜିଲ୍ଲାରେ ଏହି ଭିନ୍ନ ଲଢ଼େଇ ଦେଖିବାକୁ ମିଳିଛି । ଫଳରେ ରାଜନୀତରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ।
ସୋରରେ ବିଧାୟକ ଓ ପୂର୍ବତନ ବିଧାୟକ ମୁହାଁମୁହିଁ । ପୂର୍ବତନ ବିଧାୟକ ସୁରେନ୍ଦ୍ର ପାରମାଣିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ବିଧାୟକ ଅଶାଳୀନ ଭାଷା ପ୍ରୟୋଗ ସହ ଠେଲାପେଲା କରିଥିବା ଅଭିଯୋଗ ହୋଇଛି । ପର୍ଶୁରାମ ଧଡ଼ା ଓ ସୁରେନ୍ଦ୍ର ପାରମାଣିକ ମହାଁମୁହିଁ ବେଳର ଭିଡିଓ ଭାଇରାଲ ହୋଇଛି ।
ଆନ୍ଧ୍ର ସୀମାନ୍ତ କୋଟିଆ ଅଂଚଳରେ ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋର । ଡୋର ଟୁ ଡୋର କ୍ୟାମ୍ପେନ୍ କରୁଛନ୍ତି ପ୍ରାର୍ଥୀ । ଲୋକଙ୍କୁ ପ୍ରବର୍ତ୍ତାଇବାକୁ ଚାଲିଛି ଘରକୁ ଘର ବୁଲି ପ୍ରଚାର । ନିର୍ବାଚନ ରଣାଙ୍ଗନରେ ଜିଲ୍ଲା ପରିଷଦ ପଦବୀ ଲାଗି ଓହ୍ଲାଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ମମତା ଜାନି
ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ସହ କର୍ମୀଙ୍କୁ ବି ଦେଉଛନ୍ତି ଗୁରୁମନ୍ତ୍ର