• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆସାମ ମ୍ୟୁନିସିପାଲ ବୋର୍ଡ ନିର୍ବାଚନରେ ବିପୁଳ ବିଜୟ ଅଭିମୁଖେ ବିଜେପି । ମୋଟ ୯୭୭ ୱାର୍ଡ ମଧ୍ୟରୁ ବିଜେପି ୫୪୮ ୱାର୍ଡରେ ଆଗୁଆ ରହିଛି । କଂଗ୍ରେସ ୬୧ ଏବଂ ଅନ୍ୟମାନେ ୧୨୫ ୱାର୍ଡରେ ଆଗୁଆ ଥିବା ସୂଚନା ମିଳିଛି । ଆସାମର ୮୦ଟି ମୁନିସିପାଲ ବୋର୍ଡରେ ହୋଇଥିବା ନିର୍ବାଚନ ପାଇଁ ବର୍ତ୍ତମାନ ଭୋଟ ଗଣତି ଚାଲିଛି ।

ସେପଟେ ଭୋଟ ଗଣତିକୁ ନେଇ ଟୁଇଟ୍ କରିଛନ୍ତିବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା । ଆସାମ ମ୍ୟୁନିସିପାଲ ବୋର୍ଡ ନିର୍ବାଚନ ଫଳାଫଳରୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱ ପ୍ରତି ସ୍ଥାନୀୟ ବାସିନ୍ଦା ଆସ୍ଥା ପ୍ରକଟ କରିବା ସହ ଉତ୍ତର-ପୂର୍ବର ବିକାଶ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ସାହକୁ ଦୃଢ ଭାବେ ସମର୍ଥନ ଜଣାଇଛନ୍ତି ।

ବୈଜୟନ୍ତ ଗତ ବିଧାନସଭା ନିର୍ବାଚନରେ ଆସାମ ବିଜେପି ପ୍ରଭାରୀ ଭାବେ ସୂଚାରୁରୂପେ ଦାୟିତ୍ୱ ତୁଲାଇବା ସହ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।