ଭୋଟ୍ ମାଗିବାକୁ ଆସୁଥିବା ନେତାଙ୍କୁ ଗାଁରେ ପୁରାଇ ଦେବୁନି । ‘ରାସ୍ତା ଓ ପାଣି ସୁବିଧା ନହେବା ଯାଏଁ ଭୋଟ୍ ଦେବୁନି’ ଏମିତି ନାରା ଦେଇ ଏକାଠି ହୋଇଛନ୍ତି କୋରାପୁଟ ସଦରମହକୁମାଠୁ ୭ କିଲୋମିଟର ଦୂର କୋଲାବ ଜଳଭଣ୍ଡାର କୂଳରେ ରହୁଥିବା ଲଙ୍କାପୁଟ ପଞ୍ଚାୟତ ବାସିନ୍ଦା ।
ଭୋଟ୍ ମାଗିବାକୁ ଆସୁଥିବା ନେତାଙ୍କୁ ଗାଁରେ ପୁରାଇ ଦେବୁନି । ‘ରାସ୍ତା ଓ ପାଣି ସୁବିଧା ନହେବା ଯାଏଁ ଭୋଟ୍ ଦେବୁନି’ ଏମିତି ନାରା ଦେଇ ଏକାଠି ହୋଇଛନ୍ତି କୋରାପୁଟ ସଦରମହକୁମାଠୁ ୭ କିଲୋମିଟର ଦୂର କୋଲାବ ଜଳଭଣ୍ଡାର କୂଳରେ ରହୁଥିବା ଲଙ୍କାପୁଟ ପଞ୍ଚାୟତ ବାସିନ୍ଦା ।
ରାଜ୍ୟରେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ପ୍ରାର୍ଥୀ ଆପଣାଉଛନ୍ତି ଭିନ୍ନ ଭିନ୍ନ ଢଙ୍ଗ । କେଉଁଠି ଜୀଅନ୍ତା ମାଛ ଧରି ତ କେଉଁଠି ଲଣ୍ଠନ ଧରି ଓହ୍ଲାଇ ପଡିଛନ୍ତି ନିର୍ବାଚନ ପ୍ରଚାରକୁ। ଦେଶର ୫ଟି ରାଜ୍ୟରେ ଚଳିତମାସ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରମରେ ଏବେ ପ୍ରାର୍ଥୀମାନେ ନିଜ ନିଜ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିବାରେ ଲାଗିପଡିଛନ୍ତି ।
ରାଜ୍ୟର ସବୁଠୁ ବଡ ଜିଲ୍ଲା, ଆଉ ସମସ୍ୟା ବି ଅଧିକ । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ ରାସ୍ତାଘାଟ, ପିଇବା ପାଣି ଓ ସ୍ୱାସ୍ଥ୍ୟସେବା ଭଳି ମୌଳିକ ସେବା ଆଜିବି ଲୋକଙ୍କ ପାଖରେ ଅପହଂଚ ।
ପଞ୍ଜାବ କଂଗ୍ରେସର ଚେହେରା ହୋଇପାରନ୍ତି ଚନ୍ନି । ୬ ଫେବୁଆରୀରେ ଘୋଷଣା ସମ୍ଭାବନା ରହିଛି ।
ନିର୍ବାଚନ ଆସିଲା ବେଳକୁ ପ୍ରାର୍ଥୀ କହୁଛନ୍ତି ତମେ ଯାହା ଚାହିଁବ ଆମେ କରିଦେବୁ।
ନାମାଙ୍କନ ପତ୍ର ଦାଖଲ ପାଇଁ ବାହାରିଥିବା ଯୋଗୀଙ୍କ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି ।
୧୯୯୩ରେ କଟକ ଜିଲ୍ଲାରୁ ଅଲଗା ହୋଇ ସ୍ୱତନ୍ତ୍ର ଜିଲ୍ଲା ହେବା ପରେ ଏଯାଏଁ ପାଂଚ ଥର ପଂଚାୟତ ନିର୍ବାଚନ ହୋଇଛି ।
ନା ସଭା ସମିତି ମାଧ୍ୟମରେ ପ୍ରଚାର ହୋଇପାରୁଛି ନା ରାଲି, ରୋଡ୍ ସୋ ପାଇଁ ଅନୁମତି ମିଳିଛି । ତଥାପି କଟକଣା ଭିତରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ନେତାଏ ଅଭିନବ ପ୍ରଚାରରେ କ୍ୟାମ୍ପେନିଂ ପାଇଁ ଲାଗି ପଡିଛନ୍ତି । ଆପଣାଉଛନ୍ତି ଅଲଗା ଅଲଗା ଫଣ୍ଡା । ବିଭିନ୍ନ ସ୍ଥାନରେ ନିଜ ନିଜର ନିର୍ବାଚନୀ ଚିହ୍ନକୁ ଧରି ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି ।
ନା ସଭା ସମିତି ମାଧ୍ୟମରେ ପ୍ରଚାର ହୋଇପାରୁଛି ନା ରାଲି, ରୋଡ୍ ସୋ ପାଇଁ ଅନୁମତି ମିଳିଛି । ତଥାପି କଟକଣା ଭିତରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ନେତାଏ ଅଭିନବ ପ୍ରଚାରରେ କ୍ୟାମ୍ପେନିଂ ପାଇଁ ଲାଗି ପଡିଛନ୍ତି । ଆପଣାଉଛନ୍ତି ଅଲଗା ଅଲଗା ଫଣ୍ଡା । ବିଭିନ୍ନ ସ୍ଥାନରେ ନିଜ ନିଜର ନିର୍ବାଚନୀ ଚିହ୍ନକୁ ଧରି ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି ।
ରାଜନୀତିରେ ମହିଳାଙ୍କ ଯୋଗଦାନ କିଛି ନୂଆ ନୁହେଁ । କିନ୍ତିୁ ରାଜନୀତି ଓ ହାଣ୍ଡିଶାଳର ସମନ୍ୱୟ ରକ୍ଷା କରିବା ନିଶ୍ଚିତ ଭାବେ ବଡ କଥା । ମହିଳା ମାନଙ୍କର ଦବଦବା ଏବେ ପଞ୍ଚାୟତ ରାଜନୀତିରେ ଦେଖିବାକୁ ମିଳୁଛି । ଉଚ୍ଚ ଶିକ୍ଷିତ ମହିଳାମାନେ ମଧ୍ୟ ଓହ୍ଲାଇ ଆସିଛନ୍ତି ରାଜନୀତି ମଇଦାନକୁ ।
ରିକ୍ସା ଚଳାଉଥିଲେ ବି ମୁଁ ଗରିବଙ୍କ ଦୁଃଖ ବୁଝିପାରିବି।
କେତେବେଳେ ଭାଇ ଭାଇ ମଧ୍ୟରେ ଲଢେଇ ତ କେତେ ବେଳେ ବାପା ପୁଅ ଗୋଟିଏ ପଦବୀ ଲାଗି କରୁଛନ୍ତି ପ୍ରତିଦ୍ୱନ୍ଦିତା ।
ଆଖିରେ ପଟି ବାନ୍ଧି ଟେକି ନେଇଥିଲେ ଦୁର୍ବୃତ୍ତ । ପ୍ରଚାର ନକରିବାକୁ ରାସ୍ତାରେ ଧମକ ଦେଇଥିଲେ ।
ଦେବଗଡ଼ ଜିଲ୍ଲା ପାଇଁ ରାସ୍ତା, ନେଟ୍ଓ୍ୱର୍କ ଓ ରେଳପଥ ପ୍ରମୁଖ ପ୍ରସଙ୍ଗ ପାଲଟିଛି ।
ସମସ୍ୟା ପିଛା ଛାଡୁ ନଥିବା ଜିଲ୍ଲାଟିଏ ନୂଆପଡ଼ା ପଞ୍ଚାୟତ ଭୋଟକୁ ପ୍ରଭାବିତ କଲାଭଳି ଏଠି ଅନେକ ପ୍ରସଙ୍ଗ । ରାସ୍ତାଘାଟଠୁ ସ୍ୱାସ୍ଥ୍ୟ, ପିଇବା ପାଣି, ଦାଦନ ଏମିତି କେତେ କଣ ? ଏଥର ପଞ୍ଚାୟତ ନିର୍ବାଚନରେ ସେଇ ସବୁ ସମସ୍ୟାକୁ ମାଳ କରି ପିନ୍ଧିଛନ୍ତି ନୂଆପଡ଼ା ବାସିନ୍ଦା, ପୁଣି ପ୍ରତିଶ୍ରୁତିର ପଶରା ଧରି ଭୋଟରଙ୍କୁ ଭଳେଇବା ଚେଷ୍ଟାରେ ନେତା ।
ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଆକ୍ରମଣ ଅଭିଯୋଗ ମାମଲାର ପୋଲିସ୍ ତଦନ୍ତ ଆରମ୍ଭ କରିଛି। କେନ୍ଦ୍ରମନ୍ତ୍ରୀଙ୍କ ବାରିପଦା ଅଫିସକୁ ଯାଇ ପୋଲିସ ତଦନ୍ତ କରିଛି।
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାରରେ ଯାଇଥିବା ବେଳେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ହଟହଟା ହେବାକୁ ପଡ଼ିଛି। କୌଣସି ବିକାଶମୂଳକ କାମ ହୋଇନଥିବା ଅଭିଯୋଗ ଆଣିବା ସହ ତାଙ୍କୁ ଲୋକମାନେ ବିରୋଧ କରିଥିଲେ।
ପଂଚାୟତ ନିର୍ବାଚନି ପ୍ରଚାର ପାଇଁ ଭୋଟ ମାଗୁବାକୁ ଯାଇଥିଲେ ପ୍ରାର୍ଥୀ। କରୋନା ସମୟରେ ଯୋଦ୍ଧା ସାଜି ଲୋକଙ୍କର ବଂଚାଇଥିଲେ ଜୀବନ...ପାଖରେ ପ୍ରିୟ ନେତ୍ରୀଙ୍କୁ ପାଇ ହୁଳହୁଳି ଦେଲେ ହଳଦୀ ପାଣିରେ ଗୋଡ ଧୋଇଦେଲେ ଭୋଟର, ଦେଖନ୍ତୁ ଏହି ନିଆରା ଦୃଶ୍ୟ…
ଲିଙ୍ଗରାଜଙ୍କ ଜମି କିଣାବିକାକୁ ନେଇ ତେଜିଲା ରାଜନୀତି I ଭୁବନେଶ୍ୱରସ୍ଥିତ ବିବାଦୀୟ ଜମିରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ I ରାଜ୍ୟ ସରକାର ଓ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ବିଜେପିର ନିଶାନା ଜମି ମାଲିକ କହିଲେ କିଛି ବେନିୟମ କାମ ହୋଇନି
ଜମିର ମାଲିକ କିରୁଥିକା ପ୍ରଭାକରନଙ୍କୁ ଓ଼ଟିଭି ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ଜାଣନ୍ତୁ ସେ କଣ କହିଲେ
ରାଜନୀତି ଏମିତି ଏକ ନିଶା, ଯେଉଁଠି ଦେଖାଯାଏନି ବୟସର ତାରତମ୍ୟ । ଜୀବନର ଅପରାହ୍ନରେ ପହଞ୍ଚି ବି ଅନେକ ମଣିଷ କେମିତି ରାଜନୀତି ମାଧ୍ୟମରେ ଜନସେବା କରିବାକୁ ପ୍ରବଳ ଆଗ୍ରହୀ, ତାର ଚିତ୍ର ଆସିଛି ପଞ୍ଚାୟତ ନିର୍ବାଚନ ମଇଦାନରୁ । ସେମିତି ଜଣେ ବ୍ୟକ୍ତିତ୍ୱଙ୍କୁ ଆମ ଟିମ୍ ଭେଟିଛି । ବୟସ ଖୁବ୍ ଅଧିକ, ହେଲେ ବୟସ ଆଗରେ ଲୋକଙ୍କ ସବେ କରିବା ମନବୃତ୍ତି ହାର ମାନିନି ।
ନିର୍ବାଚନ ମଇଦାନରେ ସେହି ମହାଶୟଙ୍କ ଜୋଶ୍ ଦେଖିଲେ ଠିକ୍ ଅନୁମାନ କରିହେଉଛି, ଯେମିତି ବୟସ ୟାଙ୍କ ପାଖେ ହାର ମାନିଛି । ଉଭୟ ଚାଲି ଓ ବୋଲି ଦୁଇଟି ଯାକରେ ପାରଙ୍ଗମ ।
ସର୍ବାଧିକ ୧ ହଜାର ଲୋକଙ୍କୁ ନେଇ ହୋଇପାରିବ ନିର୍ବାଚନୀ ସଭା । ସର୍ବାଧିକ ୫ ଶହ ଲୋକଙ୍କୁ ନେଇ ହୋଇପାରିବ ଇଣ୍ଡୋର ସଭା । ୨୦ ଜଣଙ୍କୁ ନେଇ କରାଯାଇ ପାରିବ ଘରକୁ ଘର ବୁଲି ପ୍ରଚାର ।
ପୌରସଂସ୍ଥା ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ୧୦୭ଟି ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ବିଜ୍ଞପ୍ତି ପ୍ରକାଶ ପାଇଛି।