Advertisment

ଆସାମରେ ବିଜେପିର କ୍ଲିନ୍ ସୁଇପ୍, ୮୦ରୁ ୭୪ ଆସନରେ ବିଜୟୀ

୮୦ଟି ପୌର ପରିଷଦରୁ ବିଜେପି ଏକାକୀ ୭୪ରେ ବିଜୟୀ । ବିଜେପି ସହଯୋଗୀ ଆସାମ ଗଣପରିଷଦ ୨ଟିରେ ବିଜୟୀ । କଂଗ୍ରେସ ଗୋଟିଏ ଏବଂ ସ୍ୱାଧୀନ ପ୍ରାର୍ଥୀ ୨ଟିରେ ବିଜୟୀ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

BAIJAYANTA1

ଆସାମ ମ୍ୟୁନିସପାଲ ବୋର୍ଡ ନିର୍ବାଚନରେ ବିଜେପିର କ୍ଲିନ୍ ସୁଇପ୍ । ମୋଟ ୮୦ଟି ପୌର ପରିଷଦରୁ ବିଜେପି ଏକାକୀ ୭୪ରେ ବିଜୟୀ । ବିଜେପି ସହଯୋଗୀ ଆସାମ ଗଣପରିଷଦ ୨ଟିରେ ବିଜୟୀ । କଂଗ୍ରେସ ଗୋଟିଏ ଏବଂ ସ୍ୱାଧୀନ ପ୍ରାର୍ଥୀ ୨ଟିରେ ବିଜୟୀ ।

Advertisment

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା କହିଛନ୍ତି ବିଜେପି ନିଜେ ୭୪ଟି ମ୍ୟୁନିସିପାଲିଟିରେ ବିଜୟୀ ହୋଇଥିବା ବେଳେ ମେଣ୍ଟ ଦଳ ଅନ୍ୟ ମ୍ୟୁନିସିପାଲିଟିରେ ବିଜୟୀ ହୋଇଛନ୍ତି । କଂଗ୍ରେସକୁ କେବଳ ଗୋଟିଏ ମ୍ୟୁନିସିପାଲିଟି ମିଳିଛି । ତେବେ ଟୁଇଟ୍ କରି ବୈଜୟନ୍ତ ପଣ୍ଡା ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଯୋଗୁ ସଂଭବ ହୋଇଛି ବୋଲି କହିଛନ୍ତି ।

ଆସାମ ମ୍ୟୁନିସିପାଲ ବୋର୍ଡ ନିର୍ବାଚନ ଫଳାଫଳରୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱ ପ୍ରତି ସ୍ଥାନୀୟ ବାସିନ୍ଦା ଆସ୍ଥା ପ୍ରକଟ କରିଥିବା ସେ ଲେଖିଛନ୍ତି। ବୈଜୟନ୍ତ ଗତ ବିଧାନସଭା ନିର୍ବାଚନରେ ଆସାମ ବିଜେପି ପ୍ରଭାରୀ ଭାବେ ସୂଚାରୁରୂପେ ଦାୟିତ୍ୱ ତୁଲାଇବା ସହ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେହିଭଳି ମୋଟ ୯୭୭ ୱାର୍ଡ ମଧ୍ୟରୁ ବିଜେପି ୫୪୮ ୱାର୍ଡରେ ଆଗୁଆ ରହିଛି । କଂଗ୍ରେସ ୬୧ ଏବଂ ଅନ୍ୟମାନେ ୧୨୫ ୱାର୍ଡରେ ଆଗୁଆ ଥିବା ସୂଚନା ମିଳିଛି । 

Advertisment

ସେପଟେ ୫ ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏକ୍‌ଜିଟ୍‌ ପୋଲ ବି ବିଜେପି ସପକ୍ଷରେ ମତ ରଖୁଛି । ତେଣୁ ବେଜେପି ଶିବିରରେ ଉତ୍ସବର ମାହୋଲ । ସଜେଇ ହେଲାଣି ବିଜେପି ମୁଖ୍ୟାଳୟ । ନୂଆଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଏବେ ହଲଚଲ ଦେଖିବାକୁ ମିଳିଛି । ଆସନ୍ତାକାଲି ୫ ରାଜ୍ୟର ବିଧାନସଭା ଫଳାଫଳ ଆସିବାକୁ ଥିବା ବେଳେ ଏହାକୁ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । କାର୍ଯ୍ୟାଳୟକୁ ଗେରୁଆ ରଙ୍ଗରେ ସଜା ଯାଉଛି । ଉତ୍ତରପ୍ରଦେଶରେ ବିଜେପି ପୁଣି ସରକାର ଗଠନ କରୁଥିବା ଏକଜିଟ୍ ପୋଲ୍‌ ରିପୋର୍ଟ ଆସିବା ପରେ ଏନେଇ ଅଧିକ ଉତ୍ସାହ ଦେଖିବାକୁ ମିଳିଛି ।

Assam Municipal Election Result
Advertisment
Advertisment