ଉତ୍ତରପ୍ରଦେଶରେ କ୍ଷମତା ବଜାୟ ରଖିପାରେ ବିଜେପି । ଶେଷ ପର୍ଯ୍ୟାୟ ଭୋଟ୍ ପରେ ପ୍ରକାଶ ପାଇଥିବା ଏକଜିଟ୍ ପୋଲରେ ଏହି ଆକଳନ କରାଯାଇଛି । ଉତ୍ତର ପ୍ରଦେଶର ୪୦୩ ଆସନରୁ ପି ମାର୍କ ସଂସ୍ଥାର ଆକଳନ ଅନୁଯାୟୀ ବିଜେପିକୁ ୨୪୦, ସମାଜବାଦୀ ପାର୍ଟିକୁ ୧୪୦, କଂଗ୍ରେସ ୪, ଅନ୍ୟାନ୍ୟ ଦଳଙ୍କୁ ୧୯ଟି ଆସନ ମିଳିବ । ସେହିଭଳି NEWS 18ର ପୂର୍ବାନୁମାନ ଅନୁସାରେ ବିଜେପିକୁ ୨୬୨ରୁ ୨୭୭, ସମାଜବାଦୀ ପାର୍ଟିକୁ ୧୧୯ରୁ ୧୩୪, କଂଗ୍ରେସକୁ ୩ରୁ ୮ ଏବଂ ଅନ୍ୟାନ୍ୟ ଦଳଙ୍କୁ ୭ରୁ ୧୭ ଆସନ ମିଳିବା ସମ୍ଭାବନା ରହିଛି । I
NDIA NEWSର ଏକଜିଟ୍ ପୋଲ୍ ବି ଯାଇଛି ବିଜେପି ସପକ୍ଷରେ । BJPକୁ ଏଠାରେ ୨୨୨ରୁ ୨୬୦ଟି ଆାସନ ମିଳିବ ବୋଲି ଆାଳକନ କରିଛି ଏହି ସଂସ୍ଥା । ତାସହ ସମାଜବାଦୀ ପାର୍ଟି ୧୩୫ ରୁ ୧୬୫ଟି ଆସନ ପାଇପାରେ ବୋଲି ଏକଜିଟ୍ ପୋଲ ଆକଳନ କରିଥିବା ବେଳେ CONG ମାତ୍ର ଗୋଟାଏରୁ ୩ଟା ଏବଂ ଅନ୍ୟାନ୍ୟ ୪ରୁ ୯ଟି ଆସନ ପାଇପାରନ୍ତି । ସେହିପରି NEWSX-POLSTART ଦର୍ଶାଇଛି , ଉତ୍ତରପ୍ରଦେଶରେ BJP ୨୧୧ରୁ ୨୨୫ଟି ସିଟ୍, ସମାଜବାଦୀ ପାର୍ଟି ୧୪୬ରୁ ୧୬୦, କଂଗ୍ରେସ ୪ରୁ ୬ଟି ଏବଂ ଅନ୍ୟାନ୍ୟ ୧୪ରୁ ୨୪ଟି ଆସନ ପାଇବେ ।
ସେପଟେ ପଞ୍ଜାବରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିପାରେ ଆମ୍ ଆଦମୀ ପାର୍ଟି । ଐତିହାସିକ ସଫଳତା ସହ ଚଳିତ ବିଧାନସଭା ନିର୍ବାଚନରେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିପାରେ ଦଳ । ଫଳାଫଳ ପୂର୍ବରୁ ଅଧିକାଂଶ ଏକଜିଟ୍ ପୋଲ ସଂସ୍ଥା ଆପ୍ ସପକ୍ଷରେ ଜନମତ ଯିବ ବୋଲି ପୂର୍ବାନୁମାନ କରିଛନ୍ତି । INDIA TODAY-AXISର ଆକଳନ ଅନୁସାରେ ପଞ୍ଜାବରେ ଆପକୁ ୭୬ରୁ ୯୦, କଂଗ୍ରେସକୁ ୧୯ରୁ ୧୩, ବିଜେପିକୁ ମାତ୍ର ଗୋଟିଏରୁ ୪ଟି ଏବଂ ଅନ୍ୟାନ୍ୟ ଦଳଙ୍କୁ ୭ରୁ ୧୧ ଆସନ ମିଳିବ ବୋଲି ଅନୁମାନ କରାଯାଇଛି ।
ସେହିଭଳି ନ୍ୟୁଜ୍ ଟ୍ୱେଣ୍ଟି ଫୋର ଚାଣକ୍ୟ ଅନୁସାରେ କଂଗ୍ରେସକୁ ୧୦, ଆପକୁ ୧୦୦, ବିଜେପିକୁ ଗୋଟିଏ ଓ ଅନ୍ୟାନ୍ୟ ଦଳଙ୍କୁ ୭ଟି ଆସନ ମିଳିପାରେ । ଏବିସି ସି ଭୋଟର ଆକଳନ ଅନୁଯାୟୀ ବିଜେପିକୁ ୭ରୁ ୧୩, କଂଗ୍ରେସକୁ ୨୨-୨୮, ଆପକୁ ୫୧ରୁ ୬୧ ଏବଂ ଅନ୍ୟାନ୍ୟ ଦଳଙ୍କୁ ୨୧ରୁ ୩୧ଟି ଆସନ ମିଳିବା ସମ୍ଭାବନା ରହିଛି । ଇଣ୍ଡିଆ ନିୟୁଜର ପୂର୍ବାନୁମାନ କହିଛି ଏଠି ବିଜେପିକୁ ୬ରୁ୮, କଂଗ୍ରେସକୁ ୨୩ରୁ ୨୬, ଆପକୁ ୩୯ରୁ ୪୩ ଏବଂ ଅନ୍ୟାନ୍ୟ ଦଳଙ୍କୁ ୨୨ରୁ ୨୫ ଆସନ ମିଳିପାରେ । ଟାଇମ୍ସ ନାଓ ଭେଟୋର ଆକଳନ ଅନୁସାରେ ବିଜେପିକୁ ୫, କଂଗ୍ରେସକୁ ୨୨, ଆପକୁ ୭୦ ଏବଂ ଅନ୍ୟାନ୍ୟ ଦଳ ୧୯ଟି ଆସନ ପାଇବେ ।