• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉତ୍ତର ପ୍ରଦେଶ ବିଧାନସଭା ଫଳାଫଳ ଆସିବା ପୂର୍ବରୁ ଶାସକ ଦଳ ବିରୋଧରେ ଇଭିଏମ୍ ଟାମ୍ପରିଂ ଅଭିଯୋଗ ଆଣିଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳେଶ କହିଛନ୍ତି ଭୋଟ୍ ଗଣତି କେନ୍ଦ୍ରରୁ ଇଭିଏମ ଚୋରି କରାଯାଉଛି । ଯାହାର ଭିଡିଓ ଫୁଟେଜ୍ ପ୍ରମାଣ ତାଙ୍କ ନିକଟରେ ରହିଥିବା ସେ ଦାବି କରିଛନ୍ତି ।

ବାରଣସୀର ଏକ ସ୍ଥାନରୁ ତିନିଟି ଟ୍ରକରେ ଇଭିଏମ୍ ଯାଇଥଲା, ଯାହା ଭିତରୁ ଗୋଟିଏକୁ ସମାଜବାଦୀ ପାର୍ଟି କର୍ମୀମାନେ ପିଛା କରିଥିଲେ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ସେ ଶୁଣୁନଥିବା କହିଛନ୍ତି ଅଖିଳେଶ । ସେପଟେ ଏସବୁ ଇଭିଏମ୍ ତାଲିମ୍ ଉଦ୍ଦେଶ୍ୟରେ ଯାଉଥିବା ସ୍ଥାନୀୟ ପ୍ରଶାସନ କହିଥିବା ବି ପ୍ରଶାସନର ଏହି ଦାବିକୁ ଗ୍ରହଣ କରି ପାରି ନାହାନ୍ତି ଅଖିଳେଶ । ଗତକାଲି ଆସିଥିବା ଏକଜିଟ୍ ପୋଲ ଫଳାଫଳରୁ ରାଜ୍ୟରେ ବିଜେପି ସରକାର ପୁଣି ଫେରୁଥିବା ଆକଳନ କରାଯାଇଥିବାରୁ ଏକଜିଟ୍ ପୋଲ ପାଇଁ ଅର୍ଥ କିଏ ଦେଉଛି ବୋଲି ପ୍ରଶ୍ନ କରିଛନ୍ତି ଅଖିଳେଶ ।

କାରଣ ୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୨୦୨ ଆବଶ୍ୟକ ରହିଥିବା ବେଳେ ଏକ୍‌ଜିଟ୍‌ ପୋଲ କହୁଛି ଏଥର ବିଜେପି ଦରକାର । ମ୍ୟାଜିକ୍ ସଂଖ୍ୟାଠୁୁ ଅଧିକ ଅର୍ଥାତ ୨୩୦ ଉପରେ ସିଟ୍ ଦଖଲ ନେଇ ସବୁ ଏକଜିଟ୍ ପୋଲ ସଂସ୍ଥା ପୂର୍ବାନୁମାନ କରିଛି । ତେଣୁ ଏଠାରେ ପୁଣି ବିଜେପି ରାଜ୍ ଚାଲିବା ସମ୍ଭାବନା ଅଧିକ ।

ତେବେ ୨୦୧୭ରେ ବିଜେପିକୁ ୩୧୨ ସିଟ୍‌ରେ ଯେଉଁ ଅପ୍ରତ୍ୟାଶିତ ସଫଳତା ମିଳିଥିଲା, ଏଥର କିନ୍ତୁ ଦଳ ଏତେ ସଂଖ୍ୟା ଛୁଇଁବନି ବୋଲି ଏକଜିଟ୍ ପୋଲରୁ ଅନୁମାନ କରାଯାଇଛି । ତେବେ ଏଥିରେ ଅସହମତ ଦଳୀୟ ନେତା । ଏଥର ବି ୩ ଶହରୁ ଅଧିକ ସିଟ୍ ମିଳିବ ବୋଲି ସେମାନେ ଆଶା ରଖିଛନ୍ତି । ସେପଟେ ଏକଜିଟ୍ ପୋଲକୁ ଅଗ୍ରାହ୍ୟ କରିଛି ସମାଜବାଦୀ ପାର୍ଟି । ଅଖିଳେଶଙ୍କ ନେତୃତ୍ୱରେ ଦଳ କ୍ଷମତାକୁ ଫେରିବ ବୋଲି ଦୃୃୃଢ଼ତାର ସହ କହିଛି ଦଳ ।