Advertisment

ଜିତିଥିବା ପ୍ରାର୍ଥୀଙ୍କ ଚିହ୍ନକୁ ନେଇ ଦ୍ଵନ୍ଦ୍ୱ

ଶ୍ରୀ ଦାସଙ୍କ ନାମର ବର୍ଣ୍ଣମାଳା ଅନୁଯାୟୀ ନିକିତି ଚିହ୍ନ ପାଇ ପ୍ରଚାର ମୈଦାନରେ ଅବତୀର୍ଣ୍ଣ ହୋଇଥିଲେ।

author-image
Chandan Shishu
Symbol Conflict

Symbol Conflict

ବାସୁଦେବପୁର(କିରୀଟି ଦାସ): ବାସୁଦେବପୁର ବ୍ଲକରେ ଗତ ପଞ୍ଚାୟତ ନିର୍ବାଚନରେ ଅଧିକାରୀମାନଙ୍କ ତ୍ରୁଟିପୂର୍ଣ୍ଣ ନିର୍ବାଚନ ପରିଚାଳନାକୁ ନେଇ ପ୍ରଶ୍ନ ଉଠିଛି। ଜିତିଥିବା ଜଣେ ପ୍ରାର୍ଥୀଙ୍କୁ ହରାଇ ଦେଇଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି ୱାର୍ଡମେମ୍ବର ପ୍ରାର୍ଥୀ ଦିଗବିଜୟ ଦାସ। ବ୍ଲକର ନରସିଂହପୁର ପଞ୍ଚାୟତ ୧୧ ନମ୍ବର ୱାର୍ଡର ୱାର୍ଡମେମ୍ବର ପ୍ରାର୍ଥୀ ଭାବେ ଶ୍ରୀ ଦାସ ନାମାଙ୍କନ ପତ୍ର ଦାଖଲ କରିବା ସହ ପ୍ରାର୍ଥିପତ୍ର ବି କାଏମ ରହିଥିଲା। 

Advertisment

ନିର୍ବାଚନ କମିଶନରଙ୍କ ନିୟମ ଅନୁଯାୟୀ ଶ୍ରୀ ଦାସଙ୍କ ନାମର ବର୍ଣ୍ଣମାଳା ଅନୁଯାୟୀ ନିକିତି ଚିହ୍ନ ପାଇ ପ୍ରଚାର ମୈଦାନରେ ଅବତୀର୍ଣ୍ଣ ହୋଇଥିଲେ। ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ମଧ୍ୟ ପାଇଥିବା ଶଗଡ଼ ଚିହ୍ନ ପାଇ ନିଜର ପ୍ରଚାର କରିବା ସହ ନିର୍ବାଚନ ଲଢିଥିଲେ। ନିର୍ବାଚନ ଗଣତି ପରେ ନିକିତି ଚିହ୍ନ ଏକ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଛନ୍ତି ବୋଲି ଘୋଷଣା ହେଲା। ଯେଉଁ ଚିହ୍ନଟି ଦିଗବିଜୟ ଦାସଙ୍କର। ହେଲେ ନିକିତି ଚିହ୍ନ ତାଙ୍କର ନୁହଁ ବରଂ ତାଙ୍କ ପ୍ରତିଦ୍ବନ୍ଦୀ ସେକ ଇନୁସଙ୍କର ବୋଲି ଘୋଷଣା କରାଯାଇଥିଲା।

ଏହି ଚିହ୍ନ ଦ୍ୱନ୍ଦକୁ ନେଇ ବେସ ମର୍ମାହତ ହୋଇଥିଲେ ଦିଗବିଜୟ। ନିର୍ବାଚନ ପରିଚାଳନା କରୁଥିବା ଅଧିକାରୀମାନେ ଚଞ୍ଚକତା କରି ତାଙ୍କର ଚିହ୍ନ ବଦଳି ଦେଇଥିବା ଅଭିଯୋଗ ଆଣିଛନ୍ତି। ବାସ୍ତବରେ ନିର୍ବାଚନ ଜିତିଥିବା ଶ୍ରୀ ଦାସ ମର୍ମାହତ ହେବା ସହ ସରକାରଙ୍କ ବିଭିନ୍ନ ସ୍ତରରେ ଅଭିଯୋଗ କରିଥିଲେ ବି ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରକାଶ କରିଛନ୍ତି।

Advertisment
Vote Result Panchayat Elections
Advertisment
Advertisment