ସରିଲା ତୃତୀୟ ପର୍ଯ୍ୟାୟ ପଂଚାୟତ ଭୋଟ୍ । ଉପକୂଳରୁ ଉପାନ୍ତ ସବୁଠି ଆଗ୍ରହର ସହ ନିଜ ନିଜର ମନପସନ୍ଦର ପ୍ରାର୍ଥୀ ବାଛିଲେ ଭୋଟର୍ । ଯୁବ, ମହିଳା, ବୟସ୍କ ହୁଅନ୍ତୁ କି ଦିବ୍ୟାଙ୍ଗ ମତଦାତା, ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇଥିଲେ ।
ସୀମା ଟପିଲା ଭୋଟ୍ ହିଂସା, ବିଶୃଙ୍ଖଳା। ରାଜନଗରରେ ପୋଲିସ୍କୁ ପିଟିଲେ। ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ। ତିହିଡ଼ିରେ ବୁଥ୍ ଜବରଦଖଲ। ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ଭୋଟ ବେଳେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଏମିତି ଚରମ ବିଶୃଙ୍ଖଳାର ମାଳ ମାଳ ଚିତ୍ର।
ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ୧୦ ଲକ୍ଷ ଟଙ୍କାର ଡିଲ୍। ଦୁଇ ପଦରେ ଦୁଇ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରିବାକୁ ୧୦ ଲକ୍ଷ ଟଙ୍କାର ଡିଲ୍ ପାଇଁ ଲିଖିତ ଚୁକ୍ତିନାମା। ଏଭଳି ସାଂଘାତିକ ଅଭିଯୋଗ ଆସିଛି ଗଂଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଚାନ୍ଦପୁର ପଞ୍ଚାୟତରୁ।
ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ରଶ୍ମିତା ଓ ପ୍ରିୟଙ୍କାଙ୍କ ବିରୋଧରେ କେହି ଛିଡ଼ା ହେବେ ନାହିଁ।
ଗଂଜାମ ଧରାକୋଟ୍ ବ୍ଲକ ସାବା ପଂଚାୟତର କୋଟିଣଗଣ୍ଡା ଓ ଅଶୋକପଲ୍ଲୀର ଦୁଇଟି ସ୍ଥାନରେ ଗଛମୂଳେ ଭୋଟ୍ ଦେଇଛନ୍ତି ଭୋଟର୍ । ଗାଁରେ କୌଣସି ସ୍କୁଲ ଗୃହ କିମ୍ବା କମ୍ୟୁନିଟି ହଲ୍ ନଥିବାରୁ ଗଛ ତଳେ ଭୋଟ୍ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା ପ୍ରଶାସନ ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ ସରିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ କିଛି ସ୍ଥାନରେ ହିଂସା ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି ।
ଗତ ୧୮ ତାରିଖରେ ବୌଦ୍ଧ ଜିଲ୍ଲା ରକ୍ସା ପଂଚାୟତ ଚଉଁରିଆପଦରରେ ମତଦାନ ବେଳେ ବୁଥ କ୍ୟାପଚରିଂ ଅଭିଯୋଗ ହୋଇଥିଲା । ଏଣୁ ଆସନ୍ତା ୨୩ ତାରିଖରେ ସେହି ବୁଥରେ ସାନି ମତଦାନ କରିବାକୁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି ।
ଭୋଟଗ୍ରହଣ କେନ୍ଦ୍ରରେ ଉତ୍ତେଜନା ପରେ ଲୋକଙ୍କୁ ବୁଝାସୁଝା ପରେ ଉତ୍ତେଜନା ଥମିଥିଲା । ବାଲାଟ ପେପର ଭିଜିଥିଲେ ପୁଣିଥରେ ଭୋଟ କରିବାକୁ ପ୍ରତିଶ୍ରୁତି ପରେ ଉତ୍ତେଜନା ହ୍ରାସ ପାଇଥିଲା । ପରିସ୍ଥିତି ଶାନ୍ତ ହେବା ପରେ ପୁଣି ଧାଡ଼ିରେ ଆସି ଭୋଟ ଦେଇଥିଲେ ଲୋକେ ।
ଶାସକ ଦଳ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।
ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକରେ ମତଦାନ ବେଳେ ବୁଥ୍ ଜବରଦଖଲ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ବୁଥ୍ ଭିତରେ ପଶି ଜଣକ ପରେ ଜଣଙ୍କ ଭୋଟ୍ ଦେଉଥିବା ଦେଖିବାକୁ ମିଳିଛି।
ସବୁ ସୀମା ପାର୍ କଲା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ହିଂସାକାଣ୍ଡ। ବୁଥ୍ ରିଗିଂ, ଭୋଟ୍ ବାକ୍ସ ଲୁଟ୍, ବିଡିଓଙ୍କୁ ଆକ୍ରମଣ, ସାମ୍ବାଦିକଙ୍କୁ ମାଡ଼...ଆଉ ଏବେ ପୋଲିସ୍କୁ ମାଡ଼।
କଲ୍ୟାଣସିଂହପୁର ଶୂନଖଣ୍ଡ ପଞ୍ଚାୟତରେ ରାଇଲିମା ଗାଁ ୧୪ ନଂ ବୁଥରୁ ଭୋଟ ବାକ୍ସ ଉଠାଇ ନେଇଯାଇଛନ୍ତି ଡଙ୍ଗରିଆ କନ୍ଧ ।
ଜଣେ ସରପଞ୍ଚ ପାର୍ଥୀ ରାତିରେ ଟଙ୍କା ବାଣ୍ଟୁଥିବା ନେଇ ଗାଁ ଲୋକେ ସନ୍ଦେହ କରିଥିଲେ। ଏହାପରେ ଗାଁ ଲୋକେ ରାତି ତମାମ ସରପଞ୍ଚ ପ୍ରାର୍ଥୀଙ୍କୁ ବାନ୍ଧି ଗାଁରେ ଅଟକ ରଖିଥିଲେ।
ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନର ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ବେଳେ ରାୟଗଡ଼ା ପୋଲିସକୁ ସଫଳତା ମିଳିଛି। ନିୟମଗିରି ପାହାଡ଼ ତଳ ଏକ ପୋଲ ପାଖରୁ ଟିଫିନ ବୋମା ଜବତ ହୋଇଛି।
ବିଞ୍ଝାରପୁର ବ୍ଲକ ଜରି ପଞ୍ଚାୟତ ୧୪ ନମ୍ବର ବୁଥ୍ ଆଗରେ ଏହି ଆକ୍ରମଣ ହୋଇଛି । ବୁଥ୍ ରିଗିଂ ଉଦ୍ୟମକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ପରେ ଉତ୍ତେଜନା ଦେଖାଦେଇଥିଲା । ତେବେ ଉପସ୍ଥିତ ପୋଲିସ ଅଟକାଇବାରୁ ଟେକାପଥର ମାଡ଼ କରିଛନ୍ତି ଦୁର୍ବୃତ୍ତ ।
ମେୟର ପ୍ରମିଳା ପାଣ୍ଡେ ଆଜି କାନପୁର ସହରର ହଡସନ ମତଦାନ କେନ୍ଦ୍ରକୁ ଭୋଟ୍ ଦେବାପାଇଁ ଯାଇଥିଲେ । ଆଉ ଇଭିଏମରେ ଭୋଟ୍ ଦେବାବେଳେ ସେ ନିଜର ଫଟୋ ନେଇଥିଲେ, ଯାହାକୁ ସେ ସେୟାର କରିଛନ୍ତି ।
ଖବର ସଂଗ୍ରହ ବେଳେ ୩ ଜଣ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ବିଞ୍ଝାରପୁର ବାଛଳ ପଞ୍ଚାୟତର ୨ ନଂ ବୁଥ୍ ନିକଟରେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି।
ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତରେ ମତଦାନ ବେଳେ ଉତ୍ତେଜନା ପ୍ରକାଶ ପାଇଛି। ମତଦାନ ଚାଲିଥିବା ବେଳେ ବୁଥ୍କୁ ଜବରଦଖଲ କରିବା ପାଇଁ ଦୁର୍ବୃତ୍ତମାନେ ଚେଷ୍ଟା କରିଥିଲେ।
ବୁଥ୍ରୁ ଭୋଟ୍ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ । ଯାଜପୁର ବିଞ୍ଝାରପୁର ବ୍ଲକ ବାଛଳ ପଞ୍ଚାୟତ ୪ ନମ୍ବର ବୁଥ୍ରୁ ୪ଜଣ ଦୁର୍ବୃତ୍ତ ଭୋଟ୍ ବାକ୍ସ ଉଠାଇ ନେଇଥିବା ଅଭିଯୋଗ ହୋଇଛି।
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଦହଣା ଗାଁରେ ଗୁଳିକାଣ୍ଡ। ଏକ ବୋଲେରୋରେ କିଛି ଦୁର୍ବୃତ୍ତ ଆସି ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିବା ବେଳେ ଗୋଟିଏ ଜୀବନ୍ତ ଗୁଳି ଜବତ ହୋଇଛି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ। ତୃତୀୟ ପର୍ଯ୍ୟାୟରେ ୬୩ ବ୍ଳକ୍ର ୧୭୧ ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ୧୩୮୨ ପଞ୍ଚାୟତରେ ଭୋଟ୍ ପଡ଼ିବ।
ବ୍ୟାଘ୍ର ବଂଶ ବୃଦ୍ଧି ନାଁ ଭିଟାମାଟି ଛାଡ଼ିଲେ। ହେଲେ ହରାଇଲେ ଭୋଟ୍ ଦାନ ଅଧିକାର। ଯେଉଁଥିପାଇଁ ବର୍ତ୍ତମାନ ଚାଲିଥିବା ପଞ୍ଚାୟତ ନିର୍ବାଚନରେ ଭାଗ ନେଇ ପାରୁନାହାନ୍ତି ଖଡ଼ିଆ ସମ୍ପ୍ରଦାୟର ୧୧୪ ପରିବାର।
ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଭୋଟ୍ । ବୁଥ୍ରେ ପହଞ୍ଚିଲେଣି ପୋଲିଂ ପାର୍ଟି । କାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ ।
୨୦୨୨ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି । କାରଣ ଏବେ ଦଳରେ କୁହୁଳୁଛି ଗୋଷ୍ଠୀ କନ୍ଦଳ ନିଆଁ । କ୍ୟାନ୍ସର୍ ଭଳି ମାଡ଼ିଗଲାଣି ଦଳୀୟ କନ୍ଦଳ ରୋଗ । କେହି କାହାକୁ ଛାଡ଼ିବାକୁ ନାରାଜ ।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ପଞ୍ଚାୟତବାସୀ ଭଦ୍ରକ ଯାଜପୁର ରାସ୍ତାର କଲାଗୟାଁରେ ୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିରଖିଛନ୍ତି । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।