• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିଜେ କାଉଣ୍ଟରରେ ଟିକେଟ୍ କାଟିଲେ ପରେ ମେଟ୍ରୋ ଟ୍ରେନ୍‌ରେ ସାଧାରଣ ଲୋକଙ୍କ ସହ ଯାତ୍ରା କଲେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଭଳି ଘଟଣା ଦେଖିବାକୁ ମିଳିଛି, ଆଜି ପୁଣେ ସହରରେ । ପୁଣେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଟ୍ରୋ ରେଲ୍ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାସହ ସାଧାରଣ ଲୋକଙ୍କ ସହ ମେଟ୍ରୋରେ ପୁଣେ ସହର ପରିଭ୍ରମଣ କରିଛନ୍ତି ।

ତେବେ ମେଟ୍ରୋରେ ଯାତ୍ରା ପୂର୍ବରୁ ମୋଦି ନିଜେ କାଉଣ୍ଟରରୁ ଟିକେଟ କାଟିଥିଲେ । ଗରଓ୍ୱାରେ ମେଟ୍ରୋ ଷ୍ଟେସନରୁ ଆନନ୍ଦନଗର ଷ୍ଟେସନ ଯାଏ ସେ ମେଟ୍ରୋରେ ସାଧାରଣ ଲୋକଙ୍କ ସହ ଯାତ୍ରା କରିଥିଲେ । ମେଟ୍ରୋ ଟ୍ରେନ ଆରମ୍ଭ ହେବା ପରେ ସହରବାସୀଙ୍କ ପାଇଁ ଗମନାଗମନରେ ସୁବିଧା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରସ୍ତାବିତ ୩୨ କିଲୋମିଟର ଲମ୍ବର ମେଟ୍ରୋ ରେଲ ପ୍ରକଳ୍ପରୁ ଏବେ ମାତ୍ରା ୧୨ କିଲୋମିଟର ଶେଷ ହୋଇଛି ।

ବର୍ତ୍ତମାନ ପାଇଁ ବନାଜରୁ ଗରଓ୍ୱାରେ କଲେଜ ମେଟ୍ରୋ ଏବଂ ପିସିଏମ୍‌ସିରୁ ଫୁଗେଓ୍ୱାଡ଼ିଯାଏ ୨ଟି ରୁଟ୍ ଚଳାଚଳ କରିବ ମେଟ୍ରୋ । ୨୦୧୬ ମସିହାରେ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୋଦି । ଏହି ମେଟ୍ରୋ ଷ୍ଟେସନ୍‌ ପାଇଁ ୧୧ ହଜାର ୪୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହି ଅବସରରେ ପୁଣ ମୁନିସିପାଲ କର୍ପୋରେସନ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ନବ ନିର୍ମିତ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତୀ ମଧ୍ୟ ଅନାବରଣ କରିଛନ୍ତି ।