• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଉତ୍ତର ପ୍ରଦେଶରେ ବାବାଙ୍କ ରାଜ୍ । ଜାରି ରହିବ ବାବାଙ୍କ ଦବଦବା । ପୁଣି ଥରେ ବାବାଙ୍କ ଦରବାରରେ ଲାଗିବ ଭିଡ଼ । ଉତ୍ତର ପ୍ରଦେଶରେ ପୁଣି ଫୁଟିବ ପଦ୍ମ । ଆଉ ନିରାଶ ହେବେ ଅଖିଳେଶ ଯାଦବ । ନ୍ୟୁଜ ୧୮ ଏକ୍‌ଜିଟ୍‌ ପୋଲ ରିପୋର୍ଟ ଅନୁଯାୟୀ ଉତ୍ତର ପ୍ରଦେଶରେ ପୁଣି ବାବା କରିବେ ରାଜ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ପୁଣି ଥରେ ସୁନା କଳସ ଢ଼ାଳିଛନ୍ତି ଉତ୍ତରପ୍ରଦେଶ ବାସିନ୍ଦା । ଏଠାରେ ମୋଟ ୪୦୩ ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇଥିଲା । ସେଥିରୁ ବିଜେପିକୁ ୨୬୨ରୁ ୨୭୭ ସିଟ୍‌ ମିଳିବ ବୋଲି ରିପୋର୍ଟରେ କୁହାଯାଇଥିବା ବେଳେ ଅଖିଳେଶଙ୍କ ସମାଜବାଦୀ ପାର୍ଟିକୁ ମିଳିବ ୧୧୯ରୁ ୧୩୪ଟି ଆସନ । ଆଉ କଂଗ୍ରେସକୁ ପୁଣି ଥରେ ନିରାଶ ହେବାକୁ ପଡ଼ିବ । ଏଥର କଂଗ୍ରେସ ଏଠାରେ ୩ରୁ ୮ ଟି ଆସନ ପାଇବ ବୋଲି ଆଶା କରାଯାଉଛି । କିନ୍ତୁ ଅନ୍ୟାନ୍ୟ ଦଳ ଗୁଡ଼ିକ ୭ରୁ ୧୫ ସିଟ୍‌ ହାତେଇବ ବୋଲି ରିପୋର୍ଟ କହୁଛି । 

Exit Poll Uttar PradeshExit Poll Uttar Pradesh

ସେହିଭଳି ପଞ୍ଚାବରେ ସତ୍ତା ହରାଇବ କଂଗ୍ରେସ, କ୍ଷମତାକୁ ଆସିବ ଆମ୍‌ ଆଦ୍‌ମୀ ପାର୍ଟି ! ସେପଟେ ଗୋଆରେ ସରକାର ଗଢ଼ିବ ବିଜେପି ! ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏଭଳି ପୂବର୍ବାନୁମାନ କରାଯାଇଛି । ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ଅନୁଯାୟୀ ଏଭଳି ଆକଳନ କରାଯାଇଛି ।

Exit Poll PunjabExit Poll Punjab

ଇଣ୍ଡିଆ ଟୁଡେ କହୁଛି, ପଞ୍ଜାବରେ କଂଗ୍ରେସକୁ ୧୯ରୁ ୩୧ ସିଟ୍‌ ମିଳିବ ବୋଲି ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ଆସିଥିବା ବେଳେ ବିଜେପି ମାତ୍ର ୧-୪ ଟି ସିଟ୍‌ ହାସଲ କରିବ ବୋଲି ଆକଳନ କରାଯାଇଛି । ତେବେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍‌ ଆଦମୀ ପାର୍ଟି ୭୬ ରୁ ୯୦ ସିଟ୍‌ ପାଇ ସରକାର ଗଠନ କରିବ । ଏହାସହ ଅନ୍ୟାନ୍ୟ ଦଳ ୭-୧୧ଟି ସିଟ୍‌ ହାସଲ କରିବାରେ ସକ୍ଷମ ହେବେ ।

GOA EXIT POLLGOA EXIT POLL

ସେହିଭଳି ଇଣ୍ଡିଆ ଟିଭି ସିଏନ୍‌ଏକ୍ସ ସର୍ଭେ ଅନୁଯାୟୀ ଏକ୍‌ଜିଟ୍‌ ପୋଲ କହୁଛି ଗୋଆରେ ସରକାର ଗଢ଼ିବ ବିଜେପି । ଏଠାରେ ମୋଟ ୪୦ଟି ଆସନ ରହିଥିବା ବେଳେ ବିଜେପିକୁ ମିଳିପାରେ ୧୬ରୁ ୨୨ଟି ଆସନ । ସେପଟେ କଂଗ୍ରେସ ହାତକୁ ୧୧ରୁ ୧୭ଟି ଆସନ ଯିବ ବୋଲି ରିପୋର୍ଟ କହୁଥିବା ବେଳେ ଆପ୍‌କୁ ଲାଗିବ ଝଟ୍‌କା । କେଜ୍ରିଙ୍କ ଆପ୍‌ ମାତ୍ର ଗୋଟିଏରୁ ଦୁଇଟି ଆସନ ହାତେଇବ ବୋଲି ଆଶା କରାଯାଉଛି । 

 Exit Poll Uttarakhand Exit Poll Uttarakhand

ସେପଟେ ଉତ୍ତରାଖଣ୍ଡ କଥା ଯଦି ଦେଖାଯିବ । ତେବେ ସେଠାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେଉଛି । ଏବିପି ସି-ଭୋଟର ସର୍ଭେ ଅନୁଯାୟୀ, ଉତ୍ତରାଖଣ୍ଡରେ ବିଜେପିକୁ ୨୬ରୁ ୩୨ଟି ସିଟ୍‌ ମିଳୁଥିବା ବେଳେ କଂଗ୍ରେସକୁ ବିଳିବ ୩୨ରୁ ୩୮ଟି ସିଟ୍‌ । ତେଣୁ ଏଠାରେ କିଏ ଗଢ଼ିବ ସରକାର ତାହା ଏବେଠୁ କହିବା ଅତ୍ୟନ୍ତ କଠିନ୍‌ । ତେବେ ସମାଜବାଦୀ ପାର୍ଟି ଏଠାରେ ଗୋଟିଏ କି ଦୁଇଟି ଆସନ ପାଇବ ବୋଲି ଆଶଙ୍କା କରାଯାଉଥିବା ବେଳେ ଅନ୍ୟାନ୍ୟ ଦଳ ପାଇବେ ୩ରୁ ୭ଟି ସିଟ୍‌ ବୋଲି ଏବିପି ସି-ଭୋଟର ଏକ୍‌ଜିଟ୍‌ ପୋଲ ରିପୋର୍ଟ କହୁଛି ।