• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

bijepur
ବିଜେପୁର ନିର୍ବାଚନ ନବୀନଙ୍କ ପାଇଁ ଚ୍ୟାଲେଞ୍ଜ ଭରା ହେବନି ତ ?

ଭୁବନେଶ୍ୱର: ହିଞ୍ଜିଳି ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏଥର କିନ୍ତୁ ତାଙ୍କର ମୋଡ୍‌ ବଦଳିଛି। ସେ ହିଞ୍ଜିଳି ସହିତ ବରଗଡ଼ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି। ତେବେ ନବୀନ କାହିଁକି ବିଜେପୁରରେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ? ବର୍ଷେ ତଳେ ଉପ-ନିର୍ବାଚନ ପ୍ରଚାର ବେଳେ ବିଜେପୁରବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ମିଳିଥିଲା, ତାହା କେତେଦୂର ପୂରଣ ହୋଇଛି ? ଏସବୁ ପ୍ରସଙ୍ଗ ଏବେ ନବୀନଙ୍କ ଆଗରେ ବଡ଼ […]

  • Tuesday, 20 July 2021
b3
ବିଜେଡିରେ ବିଦ୍ରୋହ: ଦଳ ଛାଡ଼ୁଛନ୍ତି ନେତା, ୯ ବିଧାନସଭା ଆସନ ପାଇଁ ଛିଣ୍ଡୁନି ଅଙ୍କ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ବିଜେଡିରେ ଅସମ୍ଭାଳ ସ୍ଥିତି। ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଖୋଲାଖୋଲି ବିଦ୍ରୋହ ଦେଖିବାକୁ ମିଳୁଛି। ଟିକେଟ୍‌ରୁ ବଞ୍ଚିତ ହେବା ପରେ ଆଜି ସାଂସଦ ଅର୍କକେଶରୀ ଦେଓ, କୁସୁମ ଟେଟେ, କେ.ନାରାୟଣ ରାଓ ଓ ପ୍ରମୋଦ ପଟ୍ଟନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେପଟେ ସାଂସଦ ଟିକେଟ୍‌ରୁ ବଞ୍ଚିତ ହେବା ପରେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ବି ଦଳ ଛାଡ଼ିବାକୁ ପରୋକ୍ଷରେ ଧମକ ଦେଇଛନ୍ତି। ବିଦ୍ରୋହ ବଢୁଥିବାରୁ ପ୍ରଥମ […]

  • Tuesday, 20 July 2021
bjp
ଗୁଇନ୍ଦା ରିପୋର୍ଟକୁ ନେଇ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେପି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପୁଲିସ୍‌ର ଗୁଇନ୍ଦା ରିପୋର୍ଟ ଆଧାରରେ ହିଞ୍ଜିଳିରୁ ହାରିବା ଭୟରେ ବିଜେପୁରରୁ ପ୍ରାର୍ଥୀ ହୋଇଥିବା ବିଜେପି ଅଭିଯୋଗ ଆଣିବା ପରେ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ଏହାକୁ ନେଇ ଉଭୟ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେପି ଦେଖାଉଥିବା ପ୍ରମାଣପତ୍ର ଜାଲ ବୋଲି ବିଜେଡି କହିବା ସହ ଏହା ହୀନ ରାଜନୀତି ବୋଲି ଆକ୍ଷେପ କରିଛି। ଅନ୍ୟପକ୍ଷରେ ନବୀନଙ୍କ ନିର୍ବାଚନ ମଣ୍ଡଳୀ ସଂପର୍କିତ ଏହି ଗୁଇନ୍ଦା ରିପୋର୍ଟକୁ ନେଇ […]

  • Tuesday, 20 July 2021
purna
ମୋ ପ୍ରତି ଅନ୍ୟାୟ ହୋଇଛି: ପୂର୍ଣ୍ଣଚନ୍ଦ୍ର ନାୟକ

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଟିକେଟ କଟିଛି। ଗତକାଲି ନବୀନ ପଟ୍ଟନାୟକ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ନାହିଁ। ଏହାକୁ ନେଇ ପୂର୍ଣ୍ଣଚନ୍ଦ୍ର ଅସନ୍ତୋ ପ୍ରକାଶ କରିଛନ୍ତି। ଏହା ମୋ ପ୍ରତି ଅନ୍ୟାୟ ବୋଲି ପୂର୍ଣ୍ଣଚନ୍ଦ୍ର କହିଛନ୍ତି। ସେ ଆହୁରି କହିଛନ୍ତି, “ଦଳ ପାଇଁ ନିଷ୍ଠାପର ଭାବେ କାମ କରୁଥିଲି। ଏହାସତ୍ତ୍ୱେ ମୋତେ ଟିକେଟରୁ ବଞ୍ଚିତ କରାଯାଇଛି। ନିଜ ନିର୍ବାଚନ ମଣ୍ଡଳୀର କର୍ମୀଙ୍କ ସହ କଥା ହୋଇ ସେ ପରବର୍ତ୍ତୀ […]

  • Tuesday, 20 July 2021
debaraj
ଟିକେଟ୍‌ ନମିଳିବାକୁ ନେଇ ଦେବରାଜଙ୍କ କ୍ଷୋଭ

ଆସିକା (ମନୋଜ ମୁନି): ବିଜେଡି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ଆସିକା ବିଧାୟକ ଦେବରାଜ ମହାନ୍ତିଙ୍କ ନାଁ ନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ନିଜେ ଦେବରାଜ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସବୁ ଯୋଗ୍ୟତା ଥାଇ, କ’ଣ ପାଇଁ ଟିକେଟ୍‌ କଟିଲା ଜାଣିପାରୁନାହିଁ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, “ବିଧାୟକ ଭାବେ ଅନେକ କାମ କରିଛି। ଦଳ ଗଠନ ଦିନରୁ କାମ କରି ଆସିଛି। ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହ ରହି ସବୁବେଳେ […]

  • Tuesday, 20 July 2021
bjd
ନବୀନଙ୍କ ପ୍ରାର୍ଥିତ୍ୱକୁ ନେଇ ବିଜେପି ହୀନ ରାଜନୀତି କରୁଛି: ବିଜେଡି

ଭୁବନେଶ୍ୱର: ଗତକାଲି ଓଡ଼ିଶା ପୁଲିସ୍‌ର ଗୁଇନ୍ଦା ଚିଠି ଦେଖାଇ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ହାରିବା ଭୟରେ ବିଜେପୁରରୁ ପ୍ରାର୍ଥୀ ହେଉଥିବା ବିଜେପି ଅଭିଯୋଗ କରିଥିଲା। ଆଜି ଏହାର ସ୍ପଷ୍ଟିକରଣ ରଖିଛି ବିଜେଡି। ବିଜେପି ମିଥ୍ୟା ଡକ୍ୟୁମେଣ୍ଟ ଦେଖାଇ ଥିବା କହି ଏହା ହୀନ ରାଜନୈତିକ ଚକ୍ରାନ୍ତ ବୋଲି ବିଜେଡି କହିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ପ୍ରତାପ ଦେବ ବିଜେପି ଦେଖାଇଥିବା ଚିଠି ଜାଲ୍‌ ବୋଲି କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ ସମାନ ଢାଞ୍ଚାରେ […]

  • Tuesday, 20 July 2021
naveen
୨୬ ବିଧାୟକଙ୍କ ସ୍ଥାନରେ ନୂଆ ପ୍ରାର୍ଥୀ ଦେଲେ ନବୀନ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଘୋଷଣା ହୋଇଥିବା ୫୪ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ମଧ୍ୟରେ ୨୬ ନୂଆ ମୁହଁ ଥିବା ଜଣାପଡ଼ିଛି। ସେହିପରି ୯ଟି ଲୋକସଭା ଆସନ ମଧ୍ୟରେ ମାତ୍ର ବଲାଙ୍ଗିରରେ କଳିକେଶ ସିଂହଦେଓଙ୍କୁ ଛାଡ଼ି ବାକି ସମସ୍ତ ଆସନରେ ନୂଆ ମୁହଁକୁ ବିଜେଡି ସ୍ଥାନ ଦେଇଛି। ବିଜେଡିର ତାଲିକା ଅନୁସାରେ ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀଙ୍କୁ ଡାବୁଗାଁକୁ ପଠାଯାଇଥିବାବେଳେ ନବରଙ୍ଗପୁରରେ ସଦାଶିବ ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି କଣ୍ଟାବାଞ୍ଜିରେ ଆୟୁବ ଖାଁଙ୍କ ବଦଳରେ […]

  • Tuesday, 20 July 2021
kandhamala
କନ୍ଧମାଳରେ ଅଚ୍ୟୁତଙ୍କୁ ବିରୋଧ: ରାସ୍ତାକୁ ଓହ୍ଲାଇଲେ ବିଜେଡି ନେତା ଓ କର୍ମୀ

କନ୍ଧମାଳ (ତ୍ରୀନାଥ ସାହୁ): କନ୍ଧମାଳ ଲୋକସଭା ଆସନରେ ଅଚ୍ୟୁତ ସାମନ୍ତଙ୍କ ପ୍ରାର୍ଥିତ୍ୱକୁ ନେଇ ସ୍ଥାନୀୟ ବିଜେଡିର ତୀବ୍ର ବିରୋଧ ଦେଖିବାକୁ ମିଳିଛି। ଫୁଲବାଣୀସ୍ଥିତ ବିଜୁ ପଟ୍ଟନାୟକ ଛକରେ ଦଳର ଅନେକ ନେତା ଓ କର୍ମୀ ଟାୟାର ଜାଳି ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି। ବାହାରୁ ନୁହେଁ କନ୍ଧମାଳ ଜିଲ୍ଲାରୁ ହିଁ କୌଣସି ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବାକୁ ସେମାନେ ବିଜେଡି ସଭାପତିଙ୍କୁ ଦାବି କରିଛନ୍ତି। ଗତଥର ଜିଲ୍ଲା ବାହାରୁ ଏଠାରୁ ଜଣଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଏଥର ବି […]

  • Tuesday, 20 July 2021
evm
ପ୍ରଥମ ଦିନରେ ୪ ଜଣଙ୍କ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ଆଜିଠୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ ୪ ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ପ୍ରଥମ ଦିନରେ ଲୋକସଭା ଆସନ ପାଇଁ କୌଣସି ପ୍ରାର୍ଥୀପତ୍ର ଦାଖଲ ହୋଇନଥିବାବେଳେ ନର୍ଲା, ନବରଙ୍ଗପୁର, ବ୍ରହ୍ମପୁର ଓ ମାଲକାନଗିରି ବିଧାନସଭା ପାଇଁ ଜଣେ ଲେଖାଏ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା […]

  • Tuesday, 20 July 2021
bjp
ହିଞ୍ଜିଳିରୁ ହାରିବା ଭୟରେ ବିଜେପୁରରୁ ପ୍ରାର୍ଥୀ ହୋଇଛନ୍ତି ନବୀନ: ବିଜେପି

ଭୁବନେଶ୍ୱର: ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜେଡି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ଥର ଦୁଇଟି ଆସନରୁ ନିର୍ବାଚନ ଲଢ଼ିବେ। ସେ ହିଞ୍ଜିଳି ଓ ବିଜେପୁରରୁ ପ୍ରାର୍ଥୀ ହେବେ ବୋଲି ତାଲିକାରେ ଦର୍ଶାଯାଇଛି। ତେବେ ନବୀନ ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ିବାକୁ ନେଇ ବିଜେପି ଟାର୍ଗେଟ କରିଛି। ହିଞ୍ଜିଳିରେ ନବୀନଙ୍କ ପ୍ରତି ବଢ଼ି ଚାଲିଥିବା ଅସନ୍ତୋଷ ଯୋଗୁଁ ହାରିବା ଭୟରେ ସେ ବିଜେପୁରରୁ ନିର୍ବାଚନ […]

  • Tuesday, 20 July 2021
praphula
ପ୍ରଫୁଲ୍ଲଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇଲା ବିଜେଡି

ଭୁବନେଶ୍ୱର: ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କ ଉପରୁ ବହିଷ୍କାର ଆଦେଶ ଉଠିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ତାଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇଛନ୍ତି। ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ ଏନେଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ପ୍ରଫୁଲ୍ଲ ଘଡ଼ାଇ ଦଳ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ଦଳ ଭିତରେ ଅସନ୍ତୋଷ ଗୁଞ୍ଜରିତ ହେଉଥିଲା। ଏପରିକି ଦଳର ବରିଷ୍ଠ ନେତାମାନେ ନବୀନଙ୍କୁ ଭେଟି […]

  • Tuesday, 20 July 2021
congress
ଆଜି କଂଗ୍ରେସ ପ୍ରକାଶ କରିପାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି କଂଗ୍ରେସ୍‌ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରେ। ଏନେଇ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସ୍କ୍ରିନିଂ କମିଟି ତର୍ଜମା କରିଥିବା ତାଲିକା ଉପରେ ଆଜି କେନ୍ଦ୍ରୀୟ ପ୍ରଭାରୀଙ୍କ ସହ ଆଲୋଚନା ହୋଇପାରେ। ଏନେଇ ନୂଆଦିଲ୍ଲୀରେ ବସିଛି ସିଇସି ବୈଠକ। କଂଗ୍ରେସ ୪ଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ବି ଏଯାଏଁ ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ନିର୍ବାଚନ ମଣ୍ଡଳୀଗୁଡିକରେ ଏକାଧିକ […]

  • Tuesday, 20 July 2021
cm
ପଶ୍ଚିମ ଓଡ଼ିଶା କାର୍ଡ ଖେଳିଲେ ନବୀନ: ବିରୋଧୀ କହିଲେ ବୁମେରାଂ ହେବ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ି ପାରନ୍ତି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପଶ୍ଚିମ ଓଡ଼ିଶାର ବିଜେଡି ନେତାଙ୍କ ସହ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ପରେ ନବୀନ ଏହାକୁ ଗୁରୁତର ସହ ବିଚାର କରୁଥିବା କହିଛନ୍ତି। ତେବେ ଲଗାତାର ହିଞ୍ଜିଳିରୁ ନିର୍ବାଚିତ ହେଉଥିବା ନବୀନ, ପଶ୍ଚିମ ଓଡ଼ିଶାରୁ ହଠାତ୍ କାହିଁକି ନିର୍ବାଚନ ଲଢ଼ିବା ପାଇଁ ମନ ବଳାଇଲେ ତାହା ଏବେ ଚର୍ଚ୍ଚାର ବିଷୟ […]

  • Tuesday, 20 July 2021
bjp
କେନ୍ଦ୍ରାପଡ଼ାରେ ପ୍ରଚାର ଆରମ୍ଭ କଲା ବିଜେପି

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ଆଜିଠୁ ପ୍ରଚାର ଆରମ୍ଭ କରିଛି ବିଜେପି। ଏହି ସଂସଦୀୟ କ୍ଷେତ୍ରର ୭ଟି ନିର୍ବାଚନ ମଣ୍ଡଳୀରେ ପ୍ରଚାର ପାଇଁ ୨୧ଟି ରଥ ବୁଲିବ। ପ୍ରତି ନିର୍ବାଚନ ମଣ୍ଡଳୀରେ ୩ଟି ଲେଖାଏ ରଥ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି। ଆଜି ଏନେଇ ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଭୁବନ ମୋହନ ଜେନା, ବିଜେପି ନେତ୍ରୀ, ଉର୍ମିଳା ସେଠୀ, […]

  • Tuesday, 20 July 2021
balabhadra
ବିଜେଡି ଉପରେ ବର୍ଷିଲେ ବଳଭଦ୍ର

ଭୁବନେଶ୍ୱର: ବିଜେପିରେ ମିଶିବା ପରେ ବିଜେଡି ଉପରେ ବର୍ଷିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି। ବିଜେଡି ଶାସନରେ ଆଦିବାସୀମାନଙ୍କ ବିକାଶ ହୋଇପାରି ନାହିଁ। ଆଦିବାସୀଙ୍କୁ ଭୁଆଁ ବୁଲାଇବାକୁ ସ୍ପେଶାଲ ଟ୍ରାଇବାଲ କାଉନସିଲ ଗଠନ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ସାଂସଦ ହିସାବରେ କୌଣସି ମତ ରଖିବାକୁ ବିଜେଡିରେ ସୁଯୋଗ ଦିଆଯାଇନାହିଁ। ମୋତେ ବିଜେଡି ବାରମ୍ବାର ଅଣଦେଖା କରିଛି।” ଅନ୍ୟପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ରମେଶ ମାଝି। ସେ କହିଛନ୍ତି, “ଅଞ୍ଚଳର […]

  • Tuesday, 20 July 2021
election
ରାଜନୀତିକ ଦଳଙ୍କ ପାଇଁ କାଳ ହୋଇପାରେ ଭୋଟରଙ୍କ ଅସନ୍ତୋଷ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ରଣକୌଶଳ ପ୍ରସ୍ତୁତି କରିସାରିଲେଣି। ଏପରିକି ରାଜନେତାମାନେ ମଇଦାନକୁ ଲମ୍ଫ ମାରିବାକୁ ସଜବାଜ ହେଲେଣି। ହେଲେ ଚଳିତବର୍ଷ ରାଜନୀତିକ ଦଳ ଗୁଡ଼ିକ ପାଇଁ କାଳ ହୋଇପାରେ ଭୋଟରଙ୍କ ଅସନ୍ତୋଷ। ପ୍ରତିଶ୍ରୁତି ଦେଇ ଠକିଥିବାରୁ କେତେକ ସ୍ଥାନରେ ଭୋଟରମାନେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ବସବାସ କରନ୍ତି ଝୋଡ଼ିଆ ସଂପ୍ରଦାୟ। ଆଦିବାସୀ ମାନ୍ୟତା ଦାବିରେ ଏମାନେ […]

  • Tuesday, 20 July 2021
prakash-behera
କଂଗ୍ରେସ ଛାଡ଼ି ପାରନ୍ତି ସାଲେପୁର ବିଧାୟକ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଜାରି ରହିଛି ହଟଚମଟ। ଡାକ୍ତର ଦାମୋଦର ରାଉତଙ୍କ ପରେ ପଦ୍ମ କ୍ୟାମ୍ପରେ ସାମିଲ୍‌ ହୋଇପାରନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା। ଆସନ୍ତାକାଲି ସେ କଂଗ୍ରେସ ଛାଡୁଥିବା ପ୍ରକାଶଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି। ତେବେ ପ୍ରକାଶ କିନ୍ତୁ ଏନେଇ ମୁହଁ ଖୋଲିନାହାନ୍ତି। ସେପଟେ ସାଲେପୁରରୁ ପ୍ରଶାନ୍ତ ବେହେରାଙ୍କ ଟିକଟ କେହି କାଟି ପାରିବେ ନାହିଁ ବୋଲି ମନ୍ତ୍ରୀ ପ୍ରତାପ ଜେନାଙ୍କ ଘୋଷଣା ପରେ ପ୍ରକାଶଙ୍କ ବିଜେଡି ଯିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ […]

  • Tuesday, 20 July 2021
pratap
ସାମ୍ନାକୁ ଆସିଲା ଭୋଟରଙ୍କୁ ଟଙ୍କା ଲୋଭ ଦେଖାଉଥିବା ମନ୍ତ୍ରୀଙ୍କ ଭିଡିଓ

ଭୁବନେଶ୍ୱର: ବିଜେଡି ସଭାରେ ଭୋଟରଙ୍କୁ ଟଙ୍କା ଲୋଭ ଦେଖାଉଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡିଓକୁ ନେଇ ବିବାଦ ପରେ ଏବେ ଏହାର ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଛି। ସାଲେପୁର ମାଳଠାରେ ଗତ ୧୩ ତାରିଖରେ ଏକ ସଭାରେ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଖୋଲା ଅଫର ଦେଇଥିଲେ ପ୍ରତାପ। ସାଲେପୁର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ଯେଉଁ ପଞ୍ଚାୟତ ଅଧିକ ଭୋଟ୍ ଦେବ ସେହି ପଞ୍ଚାୟତକୁ ୩୫ ଲକ୍ଷ ଓ ବୁଥ୍‌କୁ ୧୫ ଲକ୍ଷ ଟଙ୍କା […]

  • Tuesday, 20 July 2021
bjp2
କ୍ଷମତାକୁ ଆସିଲେ ୬ ମାସ ଭିତରେ ସବୁ ଚିଟ୍‌ଫଣ୍ଡ କ୍ଷିତଗ୍ରସ୍ତଙ୍କୁ ଚିହ୍ନଟ କରାଯାଇ: ବିଜେପି

ଭୁବନେଶ୍ୱର: କ୍ଷମତାକୁ ଆସିଲେ ୬ ମାସ ଭିତରେ ସବୁ ଚିଟ୍‌ଫଣ୍ଡ କ୍ଷିତଗ୍ରସ୍ତଙ୍କୁ ଚିହ୍ନଟ କରାଯିବ। ପରବର୍ତ୍ତୀ ୬ ମାସ ମଧ୍ୟରେ ଅର୍ଥ ଫେରସ୍ତ କରିବ। ନିଜ ନିର୍ବାଚନୀ ଇସ୍ତାହାର ପତ୍ରରେ ଏକଥା ସ୍ଥାନିତ କରିବାକୁ ବିଜେପି ଇସ୍ତାହାର କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଏହାସହ ଦଳ କ୍ଷମତାକୁ ଆସିଲେ ଭାଗଚାଷୀ ଆଇନ ଲାଗୁ କରିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ଇସ୍ତାହାର କମିଟି ଅଧ୍ୟକ୍ଷ ବିଶ୍ୱଭୂଷଣ ହରିଚନ୍ଦନ। ଏ ଦୁଇ ପ୍ରସଙ୍ଗ ସହ ଜଳସେଚନକୁ ଗୁରୁତ୍ୱ ଓ […]

  • Tuesday, 20 July 2021
bjp1
ଦାମଙ୍କ ‘ଆପଣମାନେ ଖୁସି ତ’ ବାଣ, ବୈଜୟନ୍ତ ମାରିଲେ ଛକା

ଭୁବନେଶ୍ୱର: ଦିଲ୍ଲୀରେ ପଦ୍ମ ଧରିବା ପରେ ବରିଷ୍ଠ ନେତା ଡା. ଦାମୋଦର ରାଉତ ଆସି ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଏକ ରାଲିରେ ତାଙ୍କୁ ବିଜେପି କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ ତାଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ସଭାରେ ଦାମ ଏବଂ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଥିଲେ। ଏହି ସଭାରେ ଦାମବାବୁ ନବୀନଙ୍କ […]

  • Tuesday, 20 July 2021
dama-ok
ପଦ୍ମ ଧରିଲେ ଦାମ

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେପିରେ ଯୋଗଦେଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ପ୍ରଭାରୀ ଅରୁଣ ସିଂ ଓ କେଭି ସିଂଦେଓଙ୍କ ଉପସ୍ଥିତିରେ ସେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି। ବିଜେପିରେ ଯୋଗ ଦେବା ପରେ ସେ କହିଛନ୍ତି,“ଓଡ଼ିଶାର ସ୍ୱାର୍ଥ ପାଇଁ ମୁଁ ବିଜେପିରେ ଯୋଗ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ […]

  • Tuesday, 20 July 2021
bolangiri
ବଲାଙ୍ଗିରରେ ବଢ଼ିବାରେ ଲାଗିଛି ରାଜନୈତିକ ଉଷ୍ମତା

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ନିର୍ବାଚନ ଯେତେ ପାଖେଇ ଆସୁଛି ବଲାଙ୍ଗିରରେ ରାଜନୈତିକ ଉଷ୍ମତା ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ୫ଟି ବିଧାନସଭା ମଣ୍ଡଳୀରୁ କାଁ ଭାଁ ଗୋଟିଏ, ଅଧେକୁ ଛାଡିଦେଲେ, ସବୁଠି ମାଳ ମାଳ ଆଶାୟୀ। ତେଣୁ କେଉଁଠୁ କିଏ ଟିକେଟ ପାଇବ ? ବିଧାୟକଙ୍କ ଟିକେଟ ରହିବ ନାଁ କଟିବ ? ଏପରି ରାଜନୈତିକ ହିସାବ ନିକାଶରେ ଏବେ ବ୍ୟସ୍ତ ଅଛନ୍ତି ଆଶାୟୀମାନେ। ବଲାଙ୍ଗିର ସଦର ନିର୍ବାଚନ ମଣ୍ଡଳୀ ଜିଲ୍ଲାର ରାଜନୀତିରେ ବେଶ ଗୁରୁତ୍ୱ ବହନ […]

  • Tuesday, 20 July 2021
advejary
ଶୃଙ୍ଖଳିତ ନିର୍ବାଚନ ପାଇଁ ଗାଇଡ୍‌ଲାଇନ୍‌ ଜାରି କଲା କମିଶନରେଟ ପୁଲିସ

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ନେଇ ସବୁ ଦଳ ମଧ୍ୟରେ ଚାଲିଛି ଜୋରଦାର କସରତ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କମିଶନରେଟ ପୁଲିସ ପକ୍ଷରୁ ପ୍ରାର୍ଥୀଙ୍କ ପାଇଁ ଆଡ୍‌ଭାଇଜାରୀ ସହ ପବ୍ଲିକ୍ ମିଟିଂ, ରାଲି ଓ ରୋଡ୍‌ ଶୋ’ ପାଇଁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ସେହିପରି ଶିଶୁ, ପଶୁ ଓ ସ୍କୁଲ ଡ୍ରେସ୍‌ରେ ଥିବା ପିଲାଙ୍କୁ ପ୍ରଚାରରେ ସାମିଲ ନକରିବାକୁ ନିର୍ଦ୍ଦେଶ ରହିଛି। ନିୟମ ଉଲ୍ଲଂଘନ କଲେ ପ୍ରାର୍ଥୀଙ୍କଠାରୁ ଫାଇନ ଆଦାୟ ସହ ମାମଲା ରୁଜୁ […]

  • Tuesday, 20 July 2021
pratap
ପ୍ରତାପ ଜେନାଙ୍କ ଭୋଟ ପାଇଁ ପ୍ୟାକେଜ୍‌ ଘୋଷଣା: ଦେବେ ୩୫ ଲକ୍ଷ !

ସାଲେପୁର: ଭୋଟରଙ୍କୁ ପ୍ରଲୋଭିତ କରିବାକୁ ମନ୍ତ୍ରୀ ପ୍ରତାପ ଜେନା ଖୋଲା ଅଫର ଘୋଷଣା କରିଛନ୍ତି। ସାଲେପୁରର ମାଳଠାରେ ଆୟୋଜିତ ବିଜେଡି ସଭାରେ ମନ୍ତ୍ରୀ ଭୋଟ୍ ପାଇଁ ଟଙ୍କା ଲୋଭ ଦେଖାଇଥିବା ଅଭିଯୋଗ ହୋଇଛି। ସାଲେପୁର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ଯେଉଁ ପଞ୍ଚାୟତ ଅଧିକ ଭୋଟ୍ ଦେବେ ସେହି ପଞ୍ଚାୟତକୁ ୩୫ ଲକ୍ଷ ଓ ବୁଥ୍‌କୁ ୧୫ ଲକ୍ଷ ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ ଖୋଲାଖୋଲି ଘୋଷଣା କରିଛନ୍ତି। ଏହି ଅର୍ଥ ନିର୍ବାଚନ ପରେ […]

  • Tuesday, 20 July 2021
mamata
ମମତାଙ୍କ ମହିଳା କାର୍ଡ ବଢ଼ାଇଲା ଓଡ଼ିଶାରେ ଚିନ୍ତା

ଭୁବନେଶ୍ୱର: ମମତା ବାନାର୍ଜୀ ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗର ୪୨ ସାଂସଦ ସିଟ୍‌ରେ ୧୭ ଜଣ ମହିଳା (୪୧ ପ୍ରତିଶତ)ଙ୍କୁ ପ୍ରାର୍ଥୀ କରି ପୂରା ଦେଶରେ ହଇଚଇ ସୃଷ୍ଟି କରିଛନ୍ତି। ଯାହାର ପ୍ରଭାବ ଓଡ଼ିଶା ରାଜନୀତିରେ ପଡ଼ିବାକୁ ଲାଗିଛି। ମମତାଙ୍କ ମାଷ୍ଟର ଷ୍ଟ୍ରୋକ୍‌ ପରେ ୧୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିସାରିଥିବା କଂଗ୍ରେସ୍‌ ଏଥିରେ ପରିବର୍ତ୍ତନ କରିବାକୁ ଯାଉଛି। ଅନ୍ୟପକ୍ଷରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କାର୍ଡ ଖେଳି କିଛିଦିନ ତଳେ ଜାତୀୟ […]

  • Tuesday, 20 July 2021