• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଉତ୍ତରପ୍ରଦେଶରେ ଗଣତନ୍ତ୍ର ମହାଯଜ୍ଞର ପୂର୍ଣ୍ଣାହୁତି । ସରିଲା ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ବାରାଣସୀ ସମେତ ୯ ଜିଲ୍ଲାର ୫୪ଟି ଆସନ ପାଇଁ ଭୋଟଗ୍ରହଣ ହୋଇଥିଲା । ମତଦାନ ସରିବା ପରେ ଅନ୍ତିମ ପର୍ଯ୍ୟାୟର ୬୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି ଇଭିଏମ୍‌ରେ । ଆଜମଗଡ଼, ମଉ, ଜୌନପୁର, ଗାଜିପୁର, ଚନ୍ଦୌଲି, ବାରାଣସୀ, ମିର୍ଜାପୁର, ଭାଦୋହି ଏବଂ ସୋନଭଦ୍ରା ଆଦି ଜିଲ୍ଲାରେ ସକାଳ ୭ଟାରୁ ଆରମ୍ଭ ହୋଇଥିଲା ଅନ୍ତିମ ପର୍ଯ୍ୟାୟ ଭୋଟିଂ । ରାଜ୍ୟରେ ଫେବୃୟାରୀ ୧୦ରୁ ଆରମ୍ଭ ହୋଇଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ଶେଷ ହୋଇଥିବାବେଳେ ଚଳିତ ମାର୍ଚ୍ଚ ୧୦ ତାରିଖରେ ଗଣତି ହେବ ।

ତେବେ ଉତ୍ତର ପ୍ରଦେଶରେ ପୁଣି ବାବାଙ୍କ ଦବଦବା ଜାରି ରହିବ ବୋଲି ଏକଜିଟ୍‌ ପୋଲରେ ଆକଳନ କରାଯାଉଛି । ପୁଣି ଥରେ ବାବାଙ୍କ ଦରବାରରେ ଲାଗିବ ଭିଡ଼ । ଉତ୍ତର ପ୍ରଦେଶରେ ପୁଣି ଫୁଟିବ ପଦ୍ମ । ଆଉ ନିରାଶ ହେବେ ଅଖିଳେଶ ଯାଦବ । ନ୍ୟୁଜ ୧୮ ଏକ୍‌ଜିଟ୍‌ ପୋଲ ରିପୋର୍ଟ ଅନୁଯାୟୀ ଉତ୍ତର ପ୍ରଦେଶରେ ପୁଣି ବାବା କରିବେ ରାଜ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ସୁନା କଳସ ଢ଼ାଳିଛନ୍ତି ଉତ୍ତରପ୍ରଦେଶ ବାସିନ୍ଦା । ଏଠାରେ ବିଜେପିକୁ ୨୬୨ରୁ ୨୭୭ ସିଟ୍‌ ମଳୁଥିବା ବେଳେ ଆଖିଳେଶଙ୍କ ସମାଜବାଦୀ ପାର୍ଟିକୁ ମିଳିବ ୧୧୯ରୁ ୧୩୪ ଆସନ । ତେବେ ଉତ୍ତରପ୍ରଦେଶରେ ମଧ୍ୟ କଂଗ୍ରେସକୁ ନିରାଶ ହେବାକୁ ପଡ଼ିଛି । ଏଥର କଂଗ୍ରେସ ଏଠାରେ ୩ରୁ ୮ ଟି ଆସନ ପାଇବ ବୋଲି ଆଶା କରାଯାଉଛି । କିନ୍ତୁ ଅନ୍ୟାନ୍ୟ ଦଳ ଗୁଡ଼ିକ ୭ରୁ ୧୫ ସିଟ୍‌ ହାତେଇବ ବୋଲି ଆଶା ଆକଳନ କରାଯାଇଛି ।