୨୦୨୪ରେ ଓଡ଼ିଶାରେ ବିଜେପି ସରକାର ପାଇଁ କସରତ । ପୁରୀରେ ବିଜେପିର ୩ ଦିନିଆ ପ୍ରଶିକ୍ଷିଣ ଶିବିର ।
ବିଜେପିର ନବାନ ଚଲୋ ଅଭିଯାନରେ ଯୋଗ ଦେବା ପାଇଁ ବହୁ ସଂଖ୍ୟାରେ ବିଜେପି କର୍ମୀମାନେ ଟ୍ରେନ୍ ଯୋଗେ କୋଲକତା ଅଭିମୁଖେ ଆସିଥିଲେ ।
ପ୍ରଜାଙ୍କ ଘରେ ରାଜା କରିଲେ ଭୋଜନ। ସାଧାରଣ ଲୋକଟିଏ ପାଇଁ ଏହାଠାରୁ ବଡ ଖବର ଆଉ କ’ଣ ହୋଇପାରେ ! ଖୁସିରେ ଉଛୁଳୁ ଥିଲା ଅଟୋ ଡ୍ରାଇଭର ବିକ୍ରମ ଦନ୍ତାନିଙ୍କ ଘର। ସକାଳୁ ସକାଳୁ ରୋଷେଇରେ ଲାଗି ପଡିଥିଲେ ପୂରା ପରିବାର। ତାଙ୍କ ଘରେ ଭୋଜନ କରିବେ ନିଜେ ମୁଖ୍ୟମନ୍ତ୍ରୀ।
CMC କାଉନସିଲ ବୈଠକରେ ମେୟରଙ୍କୁ ଟାର୍ଗେଟ କଲେ ବିଜେପି କର୍ପୋରେଟର୍ । ବୈଠକ ଚାଲିଥିବାବେଳେ କଳା ପତାକା ପ୍ରଦର୍ଶନ କରିବା ସହ ହଲ୍ ମଝିକୁ ଆସି ବିଜେପି କର୍ପୋରେଟରମାନେ ବିଭିନ୍ନ ସମସ୍ୟାକୁ ନେଇ ମେୟରଙ୍କୁ ବିରୋଧ କରିଛନ୍ତି ।
ଦୀର୍ଘବର୍ଷ ପରେ ବି କାହିଁକି ହୋଇପାରୁନି ସହମତି? କିଏ ପୁରାଉଛି କେଁ? ନେତା ନା ସରକାର? WODCର ହେଡ୍ କ୍ୱାଟର୍ ସ୍ଥାପନ ନେଇ ଛିଣ୍ଡୁନି ଅଙ୍କ ।
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟାଳୟ ଇସ୍ୟୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ, ଏହା ପଶ୍ଚିମ ଓଡ଼ିିଶା ଲୋକଙ୍କ ଭାବାବେଗ ସହ ଜଡିତ ଥିବାରୁ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି ।
ଶାହା କମିଟି ରିପୋର୍ଟରୁ ୬୫ ହଜାର କୋଟି ଟଙ୍କାର ଭ୍ରଷ୍ଟାଚାର ବାବଦରେ ଜଣାପଡ଼ିଥିଲା। କିନ୍ତୁ ରାଜ୍ୟ ସରକାର ଶାହା କମିଶନ ରିପୋର୍ଟକୁ ଗୁରୁତ୍ୱ ଦେଇନଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସାଜିଛି କି ପାର୍ଟି ଅଫିସ୍ ? ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମୁହାଁ ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକଙ୍କଠୁ ନେଇ ନେତା, ବିଧାୟକ, ମନ୍ତ୍ରୀ ଗଲେ, ମିଟିଂ ସାରି ଫେରିଲେ। ଏପଟେ ଭାଇରାଲ୍ ହେଉଥିବା ବିଜୁ ଛାତ୍ର ଓ ଯୁବ ଜନତା ଦଳର ଏକାଧିକ ନେତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟସବୁରେ ଲେଖାଯାଇଛି- ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ପଦାଧିକାରୀଙ୍କୁ ଭିସିରେ ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ଦେଲେ।
ଏକଥା ଖାଲି ଆମେ କହୁନୁ, ବିଜେଡିର ଛାତ୍ର ଓ ଯୁବନେତାମାନେ ମଧ୍ୟ ଏନେଇ ସୋସିଆଲ୍ ମିଡିଆରେ ଜୋରଦାର ପ୍ରଚାର ପ୍ରସାର କରୁଛନ୍ତି।
ରାଜ୍ୟକୁ କେନ୍ଦ୍ରମନ୍ତ୍ରୀମାନଙ୍କ ଘନ ଘନ ଗସ୍ତ ବି ଚର୍ଚ୍ଚା ସୃଷ୍ଟି କରିଛି।
ଯାହାର ନିଶ୍ଚିତ ଭଲ ପ୍ରଭାବ ପଡ଼ିବ ବୋଲି କହିଛନ୍ତି ବୈଜୟନ୍ତ।
କଂଗ୍ରେସ ଅଧ୍ୟକ୍ଷ ହେବେ କି ରାହୁଲ ଗାନ୍ଧି ? କହିଲେ, ୨୦୨୪ରେ ସବୁ ସ୍ପଷ୍ଟ ହେବ । ଆଗତ ଭବିଷ୍ୟତ ସ୍ଥିର କରିସାରିଛନ୍ତି କି ରାହୁଲ ?
କିଏ ହେବ କଂଗ୍ରେସ ସଭାପତି? ରାହୁଲ କହିଲେ, ମୁଁ ବି ହୋଇପାରେ...୨୦୨୪ରେ ହେବ ସବୁ ନିଷ୍ପତ୍ତି। ସଭାପତି ପଦକୁ ନେଇ କଂଗ୍ରେସରେ କମ୍ପନ
ବିଜେପି ଫୋକସରେ ଓଡ଼ିଶା । ୨୪ରେ କ୍ଷମତା ଦଖଲ ଲାଗି ଫୁଲ୍ ଦମ୍ରେ ପ୍ରସ୍ତୁତି ଆରମ୍ଭ କରିଛି ଦଳ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ପରେ ଓଡ଼ିଶା ଆସି ସାଂଗଠନିକ ସ୍ଥିତି ପରଖି ଥିଲେ ପ୍ରଭାରୀ ସୁନିଲ୍ ବଂଶଲ । ଏହାର ଦୁଇ ଦିନ ପରେ ରାଜ୍ୟରେ ପହଞ୍ଚିଛନ୍ତି ଏକାବେଳକେ ୭ କେନ୍ଦ୍ରମନ୍ତ୍ରୀ ।
ମିଶନ ୨୪କୁ ନେଇ ଚଳଚଞ୍ଚଳ ବିଜେପି ଶିବିର । ରାଜ୍ୟକୁ ଛୁଟିଛି କେନ୍ଦ୍ରୀୟ ନେତାଙ୍କ ସୁଅ । ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରଭାରୀ ସୁନିଲ୍ ବଂଶଲଙ୍କ ପରେ ଓଡ଼ିଶା ଗସ୍ତରେ ୭ କେନ୍ଦ୍ର ମନ୍ତ୍ରୀ ।
କେନ୍ଦ୍ରାପଡ଼ାରେ ରହିଛି ନିଶିଥ ପାରମାଣିକ ଓ ଯାଜପୁରରେ ରହିଛି ଅର୍ଜୁନ ମୁଣ୍ଡାଙ୍କ କାର୍ଯ୍ୟକ୍ରମ । ଅର୍ଜୁନ ମୁଣ୍ଡା ଯାଜପୁର ଯାଇ ଦଳୀୟ ପଦାଧିକାରୀଙ୍କ ସହିତ ଆଲୋଚନା କରିବେ ।
ବିଜେପି ଯୁବମୋର୍ଚ୍ଚା ଆନ୍ଦୋଳନକୁ ଓହ୍ଲାଇବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ।
କ୍ଷୟକ୍ଷତି ଭରଣା ଲାଗି ରାଜ୍ୟ ସରକାର ୧୨୮ କୋଟି ଟଙ୍କା ସହୟତା ରାଶି ମଂଜୁର କରାଯାଇଛି। ତେବେ ବନ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ଆପତ୍ତି ଉଠାଇଛନ୍ତି ବିରୋଧୀ।
ଅଖିଳେଶ ଯାଦବଙ୍କ ଏକ ବୟାନକୁ କାଉଣ୍ଟର କରି ବିଜେପି ନେତା କେଶବ ପ୍ରସାଦ କହିଛନ୍ତି, ‘ସତ୍ତା ହରାଇବା ପରେ ଅଖିଳେଶ ଯାଦବ ହତାଶ ହୋଇପଡ଼ିଛନ୍ତି ।
କାହିଁକି ଏଭଳି ଫଟୋ ପୋଷ୍ଟ କରାଯାଇଥିଲା ଏବଂ ପୋଷ୍ଟ ହେବା ପରେ କାହିଁକି ତାକୁ ଡିଲିଟ୍ କରାଗଲା । ସେନେଇ ଏବେ ରାଜନୀତି ବିଶାରଦ ମହଲରେ ଖୁବ୍ ଚର୍ଚ୍ଚା ଚାଲିଛି ।
ଦିଲ୍ଲୀ ବିମାନବନ୍ଦରରେ କିଛି ବିଜେଡି ନେତା ମଦ ପିଇ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗ ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।
ସମାବେଶର ସୋ’ବାଜୀରେ ଦୀର୍ଘ ୫ ବର୍ଷ ହେଲା ପଥର ତଳେ ପିଲାଙ୍କ ଭବିଷ୍ୟତ। ବାରମ୍ବାର ନିଯୁକ୍ତିକୁ ନେଇ ନିର୍ଯାତନାର ଶୀକାର ହେଉଥିବା ରାଜ୍ୟର ହଜାର ହଜାର ପିଲା ଏବେ ଅନିଶ୍ଚିତତାରେ। ୨୩ ଲକ୍ଷ ଚାକିରି ଆଶାୟୀ ଏବେ ବି ଓଡିଶା ସରକାରଙ୍କ କୃପା ଦୃଷ୍ଟିକୁ ଚାହିଁ ବସିଛନ୍ତି। ସଫଳ ହେବ କି ସେମାନଙ୍କ ଆଶା…
ଭାରତ ଯୋଡ଼ ଯାତ୍ରା ମାଧ୍ୟମରେ ନିଜର ଅଭିଯାନ ଆରମ୍ଭ କରିଛି କଂଗ୍ରେସ୍ ।
ନବୀନଙ୍କ ପାଓ୍ୱାର ସୋ ପରେ ଗାଁ ଗାଁରେ ବିଡେଜି କରିବ ପୁରସ୍କାର ପ୍ରଚାର । ଏଣେ ସୁନୀଲ ବଂଶଲଙ୍କ ସମୀକ୍ଷା ପରେ ଜେପି ନଡ୍ଡାଙ୍କ ଓଡ଼ିଶା ନକ୍ସାକୁ ବିଜେପିର ଅପେକ୍ଷା । ଭାରତ ଯୋଡ଼ ଯାତ୍ରାରୁ କଂଗ୍ରେସର ଅଭିଯାନ ଆରମ୍ଭ ।
ରାଜନୀତି ସହ ଦୂର ଦୂର ପର୍ଯ୍ୟନ୍ତ ସମ୍ପର୍କ ନଥାଇ ବି ତାଙ୍କ ଫଟୋକୁ ପୋଷ୍ଟରରେ ରଖାଯିବା ପରେ ବିବାଦ ଦେଖାଦେଇଛି ।