Advertisment

CMC ମିଟିଂରେ ବିଜେଡି କର୍ପୋରେଟରଙ୍କ ହୋ ହାଲ୍ଲା, ଜିଲ୍ଲାପାଳଙ୍କ ଉପରେ ବର୍ଷିଲେ...

ଗତ ବର୍ଷ ତୁଳନାରେ ଅହେତୁକ ଦର ବୃଦ୍ଧି ସହ ଟେଣ୍ଡର ପ୍ରକ୍ରିୟାକୁ କର୍ପୋରେଟରମାନେ ଦୃଢ ବିରୋଧ କରିଥିଲେ। ବ୍ୟବସାୟିକ ମନୋବୃତ୍ତି ନେଇ ପ୍ରଶାସନ ବାଲିଯାତ୍ରା ଆୟୋଜନ ନ କରୁ ବୋଲି କର୍ପୋରେଟରମାନେ କହିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
CMC Meeting

BJD Corporators create ruckus at CMC meeting

ବାଲିଯାତ୍ରା ପାଇଁ CMC ପକ୍ଷରୁ ଡକାଯାଇଥିବା ବୈଠକରେ ବିଜେଡି କର୍ପୋରେଟର ହୋ ହାଲ୍ଲା, ପାଟିତୁଣ୍ଡ କରିଥିବା ସୂଚନା ମିଳିଛି। ପ୍ଲଟ୍‌ ଦର ବୃଦ୍ଧିକୁ ନେଇ ଜିଲ୍ଲାପାଳଙ୍କ ଉପରେ ଶାସକ ଦଳର କର୍ପୋରେଟର ବର୍ଷିଛନ୍ତି।

Advertisment

ଗତ ବର୍ଷ ତୁଳନାରେ ଅହେତୁକ ଦର ବୃଦ୍ଧି ସହ ଟେଣ୍ଡର ପ୍ରକ୍ରିୟାକୁ କର୍ପୋରେଟରମାନେ ଦୃଢ ବିରୋଧ କରିଥିଲେ। ଏଭଳି ବ୍ୟବସାୟିକ ମନୋବୃତ୍ତି ରଖି ପ୍ରଶାସନ ନିଷ୍ପତ୍ତି ନେଲେ ଆଗାମୀ ଦିନରେ କେହି ବ୍ୟବସାୟୀ ବାଲିଯାତ୍ରା ଆସିବେ ନାହିଁ ବୋଲି କର୍ପୋରେଟରମାନେ କହିଥିଲେ। 

ବାଲିଯାତ୍ରା ଆମ ସଂସ୍କୃତି ଐତିହ ଓ ପରମ୍ପରା ସହ ଜଡ଼ିତ। ବ୍ୟବସାୟିକ ମନୋବୃତ୍ତି ନେଇ ପ୍ରଶାସନ ବାଲିଯାତ୍ରା ଆୟୋଜନ ନ କରୁ ବୋଲି କର୍ପୋରେଟରମାନେ କହିଥିଲେ। ବୈଠକରେ ଏଭଳି ହୋ ହାଲ୍ଲା ପାଟିତୁଣ୍ଡ ଦେଖି ମେୟର, କର୍ପୋରେଟରମାନଙ୍କୁ ବୁଝାସୁଝା କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ୟୁନେସ୍କୋ ଐତିହ୍ୟ ତାଲିକାରେ ସାମିଲ ହେବ କି ଐତିହାସିକ ବାଲିଯାତ୍ରା ?

ଅନ୍ୟପକ୍ଷେ, ଜିଲ୍ଲାପାଳ କହିଛନ୍ତି ଯେ, ପୂର୍ବରୁ ପ୍ଲଟ୍‌ ଆବଣ୍ଟନରେ ଅନେକ ଅନିୟମିତତା ହେଉଥିଲା। ମିଡିଲମ୍ୟାନ୍‌ ପ୍ଲଟ୍‌ କିଣି ଚଢ଼ା ଦରରେ ବିକ୍ରି କରୁଥିଲେ। ହେଲେ ଏବେ ତାହା ଆଉ ହେଉନାହିଁ। ଦର ବୃଦ୍ଧି ସେଭଳି ହୋଇ ନାହିଁ ଏବଂ ସବୁ ଦୃଷ୍ଟିରୁ ବିଚାର କରାଯାଇ ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

BJD CMC Balijatra
Advertisment
Advertisment