• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଦଳରୁ ବହିଷ୍କାର କଲା ବିଜେଡି । ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜେନ୍ଦ୍ର ଦାସ ବିଜେଡିରୁ ବହିଷ୍କୃତ ହେଲେ । ସେ ଏବେ ଧାମନଗର ଉପନିର୍ବାଚନ ରେ ସ୍ୱାଧିନ ଭାବେ ପ୍ରାର୍ଥୀ ହୋଇଛନ୍ତି । ନିଜ ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ଚାଲି ଚାଲି ଯାଇ ସେ ନାମାଙ୍କନ ଦାଖଲ କରିଥିଲେ । ପ୍ରଥମେ ସେ ବିଜେଡିର ଆଶାୟୀ ପ୍ରାର୍ଥୀ ଥିଲେ । କିନ୍ତୁ ଦଳରୁ ଟିକଟ ନମିଳିବାରୁ ସ୍ୱାଧିନ ଭାବେ ନାମାଙ୍କନ ଦାଖଲ କରିଛନ୍ତି ।

ତେବେ ବିଜେଡିରୁ ବହିଷ୍କାର ପରେ ରାଜେନ୍ଦ୍ର ଦାସ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ‘ସଭାପତିଙ୍କ ନିଷ୍ପତ୍ତିକୁ ମୁଣ୍ଡ ପାତି ସହୁଛି ଓ ସ୍ୱାଗତ କରୁଛି । ଆମେ ଲୋକଙ୍କ ସହ ଅଛୁ, କାର୍ଯ୍ୟାନୁଷ୍ଠାନ ଏକ ବଡ଼ କଥା ନୁହେଁ । ଲୋକଙ୍କ ସେବା କରିବା ପାଇଁ ରାଜନୀତି କରୁଛି । ଧାମନଗରବାସୀଙ୍କ ସ୍ୱାଭିମାନ ରକ୍ଷା ପାଇଁ ସଂଗ୍ରାମ ଜାରି ରହିବ । ଧାମନଗରବାସୀଙ୍କ ସମର୍ଥନ ରହିଛି, ନିଶ୍ଚୟ ବିଜୟୀ ହେବି ।’

ଅଧିକ ପଢ଼ନ୍ତୁ: ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ରାଜେନ୍ଦ୍ର ଦାସ

ରାଜେନ୍ଦ୍ର ସ୍ୱାଧିନ ଭାବେ ନାମାଙ୍କନ ଦାଖଲ କରିବା ପରେ ତାଙ୍କୁ ମିଳିଛି ନୌକା ଚିହ୍ନ । ବିଜେଡିରୁ ବିଦ୍ରୋହ କରିବା ପରେ ନିର୍ବାଚନ ବୈତରଣୀକୁ ନୌକାରେ କେମିତି ପାର ହେବେ ସେଥିପାଇଁ ପୁରା ଦମ୍‌ରେ ଲାଗିପଡ଼ିଛନ୍ତି । ହାତରେ ଅଛି ନୌକା ଚିହ୍ନ ଥିବା ପ୍ଳା-କାର୍ଡ, ଆଉ ପ୍ଲା-କାର୍ଡର ରଙ୍ଗ ବିଜେଡି ରଂଗ ଭଳି ପୁରା ସବୁଜ । ବିଜେଡିର ପୋଷ୍ଟର-ବ୍ୟାନର ଯେମିତି, ରାଜୁଙ୍କ ପୋଷ୍ଟର ବି ଠିକ୍ ସେମିତି । ଏଠାରେ ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଛି ।

ଅନ୍ୟପଟେ ଯୋଦ୍ଧା ଚୂଡ଼ାନ୍ତ ହେବା ପରେ ଧାମନଗର ଯୁଦ୍ଧ ପାଇଁ ଆରମ୍ଭ ହୋଇସାରିଛି ପ୍ରଚାର । ମୈଦାନକୁ ଓହ୍ଲାଇସାରିଛନ୍ତି ସବୁ ପ୍ରାର୍ଥୀ । ଗତକାଲି ତିହିଡି ବ୍ଲକରେ ସୂର୍ଯ୍ୟବଂଶୀ ସୂରଜ ଓ ରାଜେନ୍ଦ୍ର ଦାସ ପ୍ରଚାର କରିଥିବା ବେଳେ ଧାମନଗରରେ କ୍ୟାଂପେନ୍ କରିଛନ୍ତି ଅବନ୍ତୀ ଦାସ ଓ ହରେକୃଷ୍ଣ ସେଠୀ । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ତିହିଡି ବ୍ଲକ୍ ବୋଡକ ପଂଚାୟତରେ ଆଜି ପ୍ରଚାର କରିଛନ୍ତି । ସାଙ୍ଗରେ କୌଣସି ହେଭିୱେଟ୍ ନେତା ନଥିଲେ ବି ବିଜେପି କର୍ମୀ ଓ ମହିଳାମାନେ ତାଙ୍କ ସହ ବୁଲୁଛନ୍ତି । ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କ ଫଟୋକୁ ଆଗରେ ରଖି, ତାଙ୍କ ବିକାଶମୂଳକ କାର୍ଯ୍ୟ ଓ ସ୍ୱପ୍ନ କଥା କହି ଭୋଟ୍ ମାଗୁଛନ୍ତି ସୂର୍ଯ୍ୟବଂଶୀ ।