Advertisment

ଥରୁର୍‌ ନା ଖଡଗେ ? କାହା ମୁଣ୍ଡରେ ଦଳ ବାନ୍ଧିବ ମୁକୁଟ

ଶଶି ଥରୁର୍‌ ନା ମଲ୍ଲିକାର୍ଜୁନ ଖଡଗେ ? କିଏ ହେବେ ସଭାପତି  ? ଆଜି ଘୋଷଣା ହେବ କଂଗ୍ରେସର ନୂଆ ସଭାପତିଙ୍କ ନାଁ ।

author-image
Minati Mishra
ଅଦ୍ୟତନ ହୋଇଛି
Congress President Election

AICC President Election

ଶଶି ଥରୁର୍‌ ନା ମଲ୍ଲିକାର୍ଜୁନ ଖଡଗେ ? କିଏ ହେବେ ସଭାପତି  ? ଆଜି ଘୋଷଣା ହେବ କଂଗ୍ରେସର ନୂଆ ସଭାପତିଙ୍କ ନାଁ ।  ସୋନିଆ ଗାନ୍ଧି ଙ୍କ ପରେ କିଏ ହେବେ ଏଆଇସିସିର ମଙ୍ଗୁଆଳ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଆଜି ଏହା ଜଣାପଡ଼ିବ ଫାଇନାଲ ରେଜଲ୍ଟ।  ଏ ନେଇ ଆଜି ସକାଳ ୧୦ଟାରୁ ଆରମ୍ଭ ହେବ ଭୋଟ୍ ଗଣତି ।

Advertisment

ଏଥିପାଇଁ ଗତ ୧୭ ତାରିଖରେ ଭୋଟିଂ ହୋଇଥିଲା  । ଦିଲ୍ଲୀ ଏଆଇସିିସି ମୁଖ୍ୟାଳୟ ସମେତ ସମସ୍ତ ରାଜ୍ୟର ପିସିସି କାର୍ଯ୍ୟାଳୟରେ ଭୋଟ୍ ଦେଇଥିଲେ ୯ ହଜାର କଂଗ୍ରେସ ସଦସ୍ୟ।  ୨୫ ବର୍ଷ ପରେ ଜଣେ ଅଣଗାନ୍ଧି ନେତାଙ୍କୁ କଂଗ୍ରେସ ସଭାପତି ଆସନ ମିଳିବାକୁ ଯାଉଛି  । ୨୦୧୯ ନିର୍ବାଚନରେ କଂଗ୍ରେସର ପରାଜୟ ପରେ ରାହୁଲ ଗାନ୍ଧି ହିଁ ଦଳର ପରବର୍ତ୍ତୀ ମୁଖ୍ୟ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା  । ସେହିବର୍ଷ ଅଗଷ୍ଟ ମାସରେ ସୋନିଆ ମୁଖ୍ୟ ପଦବୀରୁ ଓହରି ଗଲା ପରେ ଦଳୀୟ ନେତାଙ୍କ ଚାପରେ ଅନ୍ତରୀଣ ସଭାପତି ଭାବେ ଏପର୍ଯ୍ୟନ୍ତ ଅଛନ୍ତି ।

ସୂଚନାଥାଉ କି,  ଦଳ ପ୍ରତି ଆସୁଥିବା ପାରିବାରିକ ରାଜନୀତି ଅଭିଯୋଗ ହଟେଇବା ପାଇଁ ଦୀର୍ଘ ବର୍ଷ ପରେ ଅଧ୍ୟକ୍ଷ ନିର୍ବାଚନ ହେଉଛି। ପ୍ରତିଦ୍ୱନ୍ଦ୍ୱିତା ମଲ୍ଲିକାର୍ଜ୍ଜୁନ ଖଡ୍‌ଗେ  ଏବଂ ଶଶି ଥରୁରଙ୍କ ମଧ୍ୟରେ ହୋଇଥିଲା।  ଦୁଇ ପ୍ରାର୍ଥୀଙ୍କ ମଧ୍ୟରୁ ମଲ୍କିକାର୍ଜୁନଙ୍କୁ ଯଦି ବା ସିଧାସଳଖ ଭାବେ ଗାନ୍ଧି ପରିବାରର ସମର୍ଥକ ପ୍ରାର୍ଥୀ ଭାବେ ଘୋଷଣା କରାଯାଇନି, ତଥାପି ତାଙ୍କ ପ୍ରତି ଗାନ୍ଧି ପରିବାରର ସମର୍ଥନ ରହିଛି । ଆଉ ଏଥିପାଇଁ ଅନେକ ବରିଷ୍ଠ ନେତାଙ୍କ ସମର୍ଥନ ଖଡଗେଙ୍କ ପ୍ରତି ଥିବା ଜଣାପଡିଛି । ଏପଟେ ସୋନିଆ ହିଁ କି-ପ୍ଲେୟାର ବୋଲି ପୂର୍ବରୁ କହିସାରିଛନ୍ତି ଖଡଗେ । ଏପଟେ ଥରୁରୁ ସିଧାସଳଖ ଗାନ୍ଧି ପରିବାରକୁ ଆକ୍ଷେପ କରିନଥିଲେ ବି ପ୍ରଚାର ବେଳେ ଅନେକ ପିସିସି ମୁଖ୍ୟ ଏବଂ ବରିଷ୍ଠ ନେତାଙ୍କ ଦେଖାନଥିବା ଅଭିଯୋଗ ଉଠାଇଥିଲେ । ଯାହା ବି ହେଉ, କାହାମୁଣ୍ଡରେ ବନ୍ଧା ହେବ ମୁକୁଟ ତାହ ଆଜି ସ୍ପଷ୍ଟ ହେବ ।

Advertisment
Congress Congress President Election Mallikarjun Kharge Sashi Tharoor
Advertisment
Advertisment