• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ର ନୂତନ ସଭାପତି ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ ।  ସୋନିଆଙ୍କ ପରେ ସେ ଏଆଇସିସିର ନୂଆ ମଙ୍ଗୁଆଳ ହୋଇଛନ୍ତି  । ଏ ନେଇ ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଥିଲା ଭୋଟ୍ ଗଣତି । ୨୪ ବର୍ଷ ପରେ ଜଣେ ଅଣଗାନ୍ଧୀଙ୍କ ଉପରେ କଂଗ୍ରେସ କମାଣ ଦିଆଯାଇଛି ।  ତେବେ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନି । କିନ୍ତୁ ଭୋଟିଂ ଟ୍ରେଣ୍ଡିରୁ ଏହି ତଥ୍ୟ ସାମ୍ନାକୁ ଆସିଛି । 

ବର୍ତ୍ତମାନ ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ପରବର୍ତ୍ତୀ ସଭାପତି ନିର୍ବାଚିତ ହୋଇଛନ୍ତି । ୯୩୮୫ ଭୋଟରୁ ଖଡଗେଙ୍କୁ ମିଳିଛି ୭୮୯୭ ଭୋଟ୍ । ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶଶି ଥରୁରଙ୍କୁ ୧୦୭୨ ଭୋଟ ମିଳିଥିବା ସୂଚନା ମିଳିଛି । ଏହି ନିର୍ବାଚନରେ ୪୧୪ ଭୋଟ୍ ଅବୈଧ ହୋଇଯାଇଛି । ଶଶି ଥରୁରଙ୍କ ତୁଳନାରେ ଖଡଗେଙ୍କୁ ଆଠ ପ୍ରତିଶତ ଅଧିକ ଭୋଟ୍‌ ମିଳିଛି ।ଏହାପୂର୍ବରୁ ସୀତାରାମ କେଶରୀ ଅଣଗାନ୍ଧି କଂଗ୍ରେସ ସଭାପତି ଥିଲେ । ତେବେ ଭୋଟ୍‌ ଗଣତିରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି ଶଶି ଥରୁର ।

 

ଅନ୍ୟପଟେ ଖଡଗେଙ୍କ ଏକତରଫା ବିଜୟ ପରେ କଂଗ୍ରେସର ସଭାପତି ପ୍ରାର୍ଥୀ ଶଶି ଥରୁର ଏକ ବିବୃତ୍ତି ଜାରି କରି ନବ ନିର୍ବାଚିତ ମୁଖିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଜି ଆମ ଦଳର ପୁନରୁଦ୍ଧାର ଆରମ୍ଭ ହୋଇଛି । ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ‌ ହେବା ବଡ଼ ସମ୍ମାନ ଓ ଗୁରୁ ଦାୟିତ୍ୱ କଥା । ସେ କାର୍ଯ୍ୟ ତୁଲାଇବାରେ ଖ‌ଡ଼ଗେ ସଫଳ ହୁଅନ୍ତୁ । ହଜାରରୁ ଅଧିକ ସହକର୍ମୀଙ୍କ ସମର୍ଥନ ପାଇଥିବାରୁ ଆନନ୍ଦିତ ବୋଲି ସେ କହିଛନ୍ତି ।

ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସର ନୂତନ ସଭାପତି ହେବା ପରେ କଂଗ୍ରେସ ମୁଖ୍ୟାଳୟରେ ଢ଼ୋଲ ବଜାଇ ବିଜୟ ଉତ୍ସବ ପାଳନ କରାଯାଉଛି । ଦିଲ୍ଲୀର ଏଆଇସିସି କାର୍ଯ୍ୟାଳୟ ବାହାରେ ଲୋକମାନେ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି ।   ବିଜୟ ପରେ ସଚିନ ପାଇଲଟ, ଗୌରବ ଗୋଗୋଇ, ତାରିକ ଅନୱାରଙ୍କ ପରି ନେତା ଖଡଗେଙ୍କୁ ସାକ୍ଷାତ କରିବା ପାଇଁ ପହଞ୍ଚିଛନ୍ତି । ଏମାନଙ୍କ ବ୍ୟତୀତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ତାଙ୍କ ଘରେ ସମ୍ମୁଖରେ ପହଞ୍ଚିଛନ୍ତି । 

ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ଜଣେ ପୁରୁଖାଙ୍କ ମଧ୍ୟରୁ ଜଣେ । ତାଙ୍କୁ ବର୍ତ୍ତମାନ ୮୦ ବର୍ଷ । ଦଶନ୍ଧି ଦଶନ୍ଧି ଧରି ସେ ସକ୍ରିୟ ରାଜନୀତିରେ ଅଛନ୍ତି । ଖଡଗେ ଗାନ୍ଧୀ ପରିବାରର ଅତି ନିକଟତର ବୋଲି କୁହାଯାଏ । ବିଏ ଓ ଏଲଏଲବି କରିଛନ୍ତି ଖଡଗେ । ପୂର୍ବରୁ ସେ ଜଣେ ଓକିଲ ଭାବେ କାର୍ଯ୍ୟ କରିଛନ୍ତି । ପ୍ରଥମେ ୧୯୬୯ ମସିହାରେ କର୍ଣ୍ଣାଟକରେ ଗୁଲବର୍ଗ ସିଟି କଂଗ୍ରେସର ସଭାପତି ହୋଇଥିଲେ । ଏହା ପରେ ୧୯୭୨ରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ସେବେଠାରୁ ୨୦୦୯ ପର୍ଯ୍ୟନ୍ତ ସେ ମୋଟ ୯ ଥର ଜଣେ ବିଧାୟକ ଥିଲେ । ୧୯୭୬ ମସିହାରେ ସେ କର୍ଣ୍ଣାଟକରେ ପ୍ରଥମ ଥର ପାଇଁ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ । ୧୯୮୮ରେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ଉପାଧ୍ୟକ୍ଷ ଭାବରେ ଖାର୍ଗ ନିଯୁକ୍ତ ହୋଇଥିଲେ । ସେହିପରି ୨୦୦୫ରେ ସେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ସଭାପତି ହୋଇଥିଲେ । ଏହା ପରେ ସେ ଅନେକ ବଡ ପଦବୀରେ ରହିଥିଲେ ।