ଆପଣ ହେୟାର ଷ୍ଟ୍ରେଟନିଙ୍ଗ କରିବାକୁ ମନସ୍ଥ କରିଛନ୍ତି କି? ତେବେ ଆପଣଙ୍କୁ କେତେକ ସମସ୍ୟା ଭୋଗିବାକୁ ପଡିପାରେ। ଜାଣନ୍ତୁ ଏହିସବୁ ସମସ୍ୟାଗୁଡିକ କ’ଣ।
ଟି-୨୦ ବିଶ୍ୱକପ୍ରେ ‘ଏସିଆ କପ୍ ସମସ୍ୟା’କୁ ଖେଳିବ ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆରେ ଚୂଡ଼ାନ୍ତ ଏକାଦଶରେ ନ ଥିବେ ଦୁଇ ପ୍ରମୁଖ ଖେଳାଳି - ପେସର୍ ଯଶପ୍ରୀତ ବୁମ୍ରା ଓ ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା। ଏପରି ସ୍ଥିତିରେ ରୋହିତ ସେନା କ’ଣ ବିଶ୍ୱକପ୍ ଜିତିପାରିବ?
ଗୃହର ଐଶାନ୍ୟ କୋଣ ଅନ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି କୋଣରେ ଦୋଷତୃଟି ଥିଲେ ଗୃହବାସୀଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡିଥାଏ। ଏଣୁ ଏହି କୋଣର ଦୋଷ ତୃଟିକୁ ଜାଣିବା ସହ ଏହି ସ୍ଥାନକୁ ଏତେ ଗୁରୁତ୍ୱ କାହିଁକି ଦିଆଯାଏ ଆସନ୍ତୁ ଜାଣିବା।
ଜେପି ନଡ୍ଡାଙ୍କ ସାଢେ ୩୧ ମିନିଟ୍ ଭାଷଣରେ ୬ ମିନିଟ୍ କଂଗ୍ରେସ ବିରୋଧୀ ଓ ପରିବାରବାଦ ରାଜନୀତି, ୧୫ ମିନିଟ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଫଳତା ଅଭିଭାଷଣରେ ଓଡ଼ିଶା ସଂପର୍କରେ ମାତ୍ର ୨ ମିନିଟ୍; ସେଥିରେ ପୁଣି ମୁଖ୍ୟମନ୍ତ୍ରୀଙ୍କ ନାଆଁ ନାହିଁ। କ’ଣ ରହିଛି ଏହା ପଛର କାରଣ?
ଇରାନୀ ମହିଳାମାନେ ଏବେ ହିଜାବ ପରିଧାନ ବିରୋଧରେ ରାଜରାସ୍ତାକୁ ଓହ୍ଲାଇ ଆସିଥିବା ବେଳେ ଇରାନ୍ ସରକାର ସେମାନଙ୍କୁ ବଳପୂର୍ବକ ଘଉଡାଇବା ପାଇଁ ସବୁପ୍ରକାର ପ୍ରୟାସ କରୁଛି। ଏମିତି କି ମାଡ ମାରି ହତ୍ୟାକରିବାକୁ ବି ପଛଉ ନାହିଁ। ଏହା କ’ଣ ଇରାନ୍ ସରକାରର ମହିଳା ଦମନ ନୀତି ନୁହେଁ କି?
ଆଜିକାଲି ଅନେକ କମ୍ ବୟସର ଲୋକମାନଙ୍କର ହୃଦ୍ଘାତରେ ପୀଡିତ ହେବା ଦେଖିବାକୁ ମିଳୁଛି। ବିଶ୍ୱ ସ୍ୱାସ୍ଥ୍ୟ ସ°ଗଠନ ଅନୁସାରେ ପୃଥିବୀରେ ପ୍ରତିବର୍ଷ ହାରାହାରି ୧୭.୯ ମିଲିୟନ ଲୋକ ହୃଦ୍ଘାତ ବା କାର୍ଡିଓଭାସ୍କୁଲାର୍ ଡିଜିଜ୍ କାରଣରୁ ପ୍ରାଣ ହରାଉଛନ୍ତି। ତେବେ ଏହାର କାରଣ ଓ ନିରାକରଣ କ’ଣ ଆସନ୍ତୁ ଜାଣିବା।
ମହାମାରୀ କରୋନା ଓ ତାଲାବନ୍ଦ ଦ୍ୱାରା ଦୀର୍ଘ ଦୁଇ ବର୍ଷ ଧରି କ୍ଷତାହତ ଲକ୍ଷ ଲକ୍ଷ ଲୋକ ପରିବାର ପ୍ରତିପୋଷଣ ପାଇଁ ଚେଷ୍ଟା କରୁଥିବା ବେଳେ ପ୍ରଶାସନ ପ୍ରତିବନ୍ଧକ ହୋଇ ଛିଡାହେଉଛି। ଲୋକେ ଛୋଟମୋଟ ଦୋକାନକୁ ନେଇ ଆର୍ଥିକ ମେରୁଦଣ୍ଡକୁ ସଳଖ କରି ଠିଆହେବାକୁ ଉଦ୍ୟମ କରୁଥିବାବେଳେ ପ୍ରଶାସନର ବୁଲ୍ଡୋଜର୍ ମାଡ ଲୋକଙ୍କ ଜୀବନ ଜୀବିକାକୁ ଅନ୍ଧାରକୁ ଠେଲି ଦେଉଛି। ସେମାନେ ବଞ୍ଚିବେ ତ?
ପ୍ରତିଦ୍ୱନ୍ଦ୍ୱିତାମୂଳକ ଟେନିସ୍ରେ ରୋଜର୍ ଫେଡ଼ରର୍ ଯୁଗର ଅବସାନ ଘଟିଛି। ୨୪ ବର୍ଷର ଦୀର୍ଘ କ୍ୟାରିଅର, ୨୦ ଗ୍ରାଣ୍ଡସ୍ଲାମ୍ ବିଜୟ, ୩୧୦ ସପ୍ତାହ ଧରି ଶୀର୍ଷ ମାନ୍ୟତାରେ ରାଜୁତି କରିବାର ବିରଳ ଉପଲବ୍ଧି, ୪୦ ଦେଶରେ ଖେଳିବାର ଅପୂର୍ବ ସୁଯୋଗ - ଏହା ଠାରୁ ଆଉ କ’ଣ ଅଧିକ ଆଶା କରିଥିବେ ୪୧ ବର୍ଷ ବୟସରେ ପହଞ୍ଚିଥିବା ଏହି ମହାନ ଖେଳାଳି ଅଥବା ତାଙ୍କର ଅଜସ୍ର ପ୍ରଶଂସକ।
ଘର ଭିତରେ ଯଦି ଶୋଚାଳୟ ନିର୍ମାଣ କରୁଛନ୍ତି ତେବେ କେତେକ ବାସ୍ତୁ ନିୟମ ମାନିବାକୁ ହୋଇଥାଏ। ଯଦି ଭୁଲ୍ ବାସ୍ତୁ ଥାଏ ତେବେ ଅନେକ ସମସ୍ୟା ହୋଇଥାଏ। ଯଦି ବି ଶୋଚାଳୟ ନିର୍ମାଣରେ ଭୁଲ ହୋଇଥାଏ ତେବେ କେତେକ ପ୍ରତିକାର ବିଷୟରେ ନଜର ପକାନ୍ତୁ।
ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଘୋଷିତ ୧୫ ଜଣିଆ ଭାରତୀୟ ଟିମ୍ରେ ସ୍ଥାନ ପାଇ ନାହାନ୍ତି ଦ୍ରୁତ ବୋଲର୍ ମହମ୍ମଦ ଶାମୀ। ଏଥିପାଇଁ ଚୟନକାରୀଙ୍କୁ କଡ଼ା ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି। ତେବେ ଏହି ଅଭିଜ୍ଞ ଓ ଫିଟ୍ ପେସର୍ଙ୍କୁ କାହିଁକି ବାରମ୍ବାର ଅଣଦେଖା କରାଯାଉଛି? ଏସିଆ କପ୍ ବିଫଳତା କ’ଣ କିଛି ଶିକ୍ଷା ଦେଲା ନାହିଁ?
ଆଜିକାଲି ଜାଗାବାଡିର ମୂଲ୍ୟ ଯାହା ହେଲାଣି ସବୁ ସ୍ଥାନରେ ଜାଗା କିଣିବା ସମ୍ଭବ ହେଉନି। ଯଦି ସୁବିଧାରେ କେଉଁଠି ମିଳୁଛି ତେବେ ବାସ୍ତୁର ସବୁ ନିୟମ ମଧ୍ୟ ମାନି ହେଉନି। ଯଦି ଘର ପାଖକୁ ଲାଗି ଜାଗା ମିଳୁଛି ଆଉ ଆପଣ କିଣିବାକୁ ଚାହୁଛନ୍ତି ତେବେ ଧ୍ୟାନ ଦିଅନ୍ତୁ, ନହେଲେ ଆସିପାରେ ବିପଦ।
ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଅଭିଯାନ ଦେଶବ୍ୟାପୀ ରାଜନୈତିକ ଆଲୋଡନ ସୃଷ୍ଟି କରିଛି। ୫ ମାସ ମଧ୍ୟରେ ଦେଶର ୧୨ଟି ରାଜ୍ୟ ଦେଇ ଏହି ଯାତ୍ରା ଯିବ । ଏହି ଯାତ୍ରା ଦ୍ୱାରା କଂଗ୍ରେସକୁ ଏକ ନୂଆ ପରିଚୟ ମିଳିବ କି? ଏହା ଦଳୀୟ ତଥା ସମର୍ଥକଙ୍କ ମନବଳକୁ ମଜଭୁତ କରିପାରିବ?
ବଢୁଛି ଯୁବକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା। ଏହା ପଛରେ ଅନେକ କାରଣ ରହିଥିଲେ ବି ଏହା ସବୁକିଛିର ସମାଧାନ ନୁହେଁ। ସବୁ ଜାଣିଲା ଏବଂ ବୁଝିଲା ପରେ ମଧ୍ୟ ଅନେକ ସମୟରେ ବାପା-ମା'ମାନେ ସମସ୍ୟାଟିକୁ ସମାଧାନ କରିବା ନେଇ ବ୍ୟସ୍ତ ହୋଇପଡନ୍ତି। ତେବେ ଆସନ୍ତୁ ଏ ଦିଗରେ ଜାଣିଦେବା କେତୋଟି ସରଳ ଉପାୟ।
ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ୨୦୨୨ ପୂର୍ବରୁ ଏସିଆ କପ୍ ପ୍ରସ୍ତୁତି ସଦୃଶ ଥିଲା। କିନ୍ତୁ ମନେ ହେଉଥିଲା ଯେମିତି ଟିମ୍ ଇଣ୍ଡିଆ ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନ ଥିଲା। ଏବେ ଭୟ ଘାରିଲାଣି, ଟି-୨୦ ମହାକୁମ୍ଭରେ ଏସିଆ କପ୍ ଦଶା ଭୋଗିବନି ତ ରୋହିତ ସେନା?
ଘରଟିଏ ହେଲେ ସେଥିରେ ଦର୍ପଣ ବ୍ୟବହାର ଏକ ଆବଶ୍ୟକୀୟ ସାମଗ୍ରୀ। ଏହି ଦର୍ପଣ ବ୍ୟବହାର ନେଇ ମଧ୍ୟ ରହିଛି ଅନେକ ବାସ୍ତୁ ନିୟମ। ଏହାର ଭୁଲ ବ୍ୟବହାର ଘରେ ଆର୍ଥିକ କ୍ଷତି ପକାଇଥାଏ। ଏହାର ସଠିକ ବ୍ୟବହାର ଜାଣିବା ପାଇଁ ପଢନ୍ତୁ।
ସମାବେଶର ସୋ’ବାଜୀରେ ଦୀର୍ଘ ୫ ବର୍ଷ ହେଲା ପଥର ତଳେ ପିଲାଙ୍କ ଭବିଷ୍ୟତ। ବାରମ୍ବାର ନିଯୁକ୍ତିକୁ ନେଇ ନିର୍ଯାତନାର ଶୀକାର ହେଉଥିବା ରାଜ୍ୟର ହଜାର ହଜାର ପିଲା ଏବେ ଅନିଶ୍ଚିତତାରେ। ୨୩ ଲକ୍ଷ ଚାକିରି ଆଶାୟୀ ଏବେ ବି ଓଡିଶା ସରକାରଙ୍କ କୃପା ଦୃଷ୍ଟିକୁ ଚାହିଁ ବସିଛନ୍ତି। ସଫଳ ହେବ କି ସେମାନଙ୍କ ଆଶା…
ଏକଦା ଟିମ୍ ଇଣ୍ଡିଆ ପାଇଁ ଏକପ୍ରକାର ଅଲୋଡ଼ା ହୋଇଯାଇଥିବା ଅଲ୍ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଏତେ ଲୋଡ଼ା ପଡ଼ିଲେଣି କାହିଁକି? ଟି-୨୦ ବିଶ୍ୱକପ୍ ୨୦୨୨ରେ ସେ ଟିମ୍ ପାଇଁ ଟ୍ରମ୍ପ୍ କାର୍ଡ ସାବ୍ୟସ୍ତ ହେବେ କି? ହୋଇପାରନ୍ତି କି ସେ ଭାରତୀୟ ଟିମ୍ର ଉପ-ଅଧିନାୟକ? ଜାଣିବା ପାଇଁ ପଢନ୍ତୁ…
ବାସ୍ତୁରେ ଅନିୟମିତତା ହେଲେ ଓଭର୍ହେଡ୍ ପାଣି ଟାଙ୍କି ଆଣିଥାଏ ଘୋର ଆର୍ଥିକ ସମସ୍ୟା। ଖାଲି ଏମିତି ନୁହେଁ, ଘରେ ବିବାଦ ସୃଷ୍ଟି କରିବା ସହ ସମ୍ମାନରେ ମଧ୍ୟ ହାନୀ ଆଣିଥାଏ। ତେବେ ଏନେଇ କ’ଣ ରହିଛି ବାସ୍ତୁ ନିୟମ ଆସନ୍ତୁ ଜାଣିବା।
ନେତାଙ୍କୁ ଘାରିଛି ଚାଷୀଙ୍କ ଭୋଟ୍ ମୋହ। ଓଡିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ମହିଳା ନେତୃତ୍ୱଙ୍କୁ ଚାଷୀମାନଙ୍କ ଗହଣରେ କ୍ଷେତରେ ଦେଖିବାକୁ ମିଳୁଛି। ନିର୍ବାଚନ ସମୟ ଆସିଗଲେ ଏମିତି ଲୋକ ଦେଖାଣିଆ ଭାବ ହାଇଡ୍ରାମା ନୁହେଁ କି…
ଦେଶ ସାଧୀନତା ପର ଠାରୁ ଭ୍ରଷ୍ଟାଚାର ବଢି ବଢି ଚାଲିଛି। ପୂର୍ବରୁ ନିମ୍ନତମ କର୍ମଚାରୀମାନେ ଦୁର୍ନୀତିରେ ଲିପ୍ତ ରହୁଥିବା ବେଳେ ଏବେ ଉଚ୍ଚ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀମାନେ ଭ୍ରଷ୍ଟାଚାରର ଆଗରେ ଅଛନ୍ତି। କିଏ ଏହାକୁ ଉଠେଇବ?
ଶରୀରର ଅନେକ ମାରାତ୍ମକ ରୋଗ ଷ୍ଟ୍ରେସ୍ କାରଣରୁ ହିଁ ହୋଇଥାଏ। ଯଦି ଆପଣ ଏଭଳି ସମସ୍ୟାରେ ପିଡିତ ତେବେ ଆପଣଙ୍କ ପାଇଁ ଏହି ଖବର। ଏଥିରେ ଏହିଛି ଏମିତି କିଛି ନିୟମ, ଯାହାକୁ ମାନିଲେ ଆପଣ ବି ଏଭଳି ସମସ୍ୟାରୁ ମୁକ୍ତି ପାଇଯିବେ।
ଭାରତୀୟ ହକି କହିଲେ ଯାହାଙ୍କ ନାଁ ମନ ଭିତରେ ସ୍ୱତଃ ଭାସି ଆସେ, ସେ ହେଉଛନ୍ତି ତିନି ଥର ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ମେଜର୍ ଧ୍ୟାନ ଚାନ୍ଦ। ଅସାମାନ୍ୟ ଖେଳାଳି, ‘ହକି ଯାଦୁକର’ ଭାବରେ ଆଖ୍ୟାୟିତ; ଅଥଚ ଧ୍ୟାନ ଚାନ୍ଦଙ୍କୁ ପ୍ରଥମ କ୍ରୀଡ଼ାବ୍ୟକ୍ତିତ୍ୱ ଭାବେ ମରଣୋତ୍ତର ‘ଭାରତ ରତ୍ନ’ ଦିଆ ନ ଯାଇ ଜଣେ କ୍ରିକେଟ୍ ତାରକାଙ୍କୁ ବଛାଯିବା ପଛରେ କି କାରଣ ଥିଲା ଆସନ୍ତୁ ଜାଣିବା।
ଘର ତିଆରି ବେଳେ ପ୍ରତ୍ୟେକ ହିନ୍ଦୁ ପରିବାର ଏକ ଠାକୁର ଘର ନିର୍ମାଣର ଚିନ୍ତା କରିଥାନ୍ତି। ଘରେ ସର୍ବଦା ଈଶ୍ୱର କରୁଣା ରହୁ ଏହା ସମସ୍ତଙ୍କର ଲକ୍ଷ ଥାଏ। ତେବେ ଏହି ଠାକୁର ଘର କିପରି ହେଲେ ଶୁଭ ଫଳ ମିଳିବ ଆସନ୍ତୁ ଜାଣିବା।
ମହାନଦୀ ହେଉ କି ସୁବର୍ଣ୍ଣରେଖା ଅବା ବୈତରଣୀ; ଯେବେ ବି ଏହି ନଦୀରେ ବନ୍ୟା ଆସିଛି ଲୋକଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲିଦେଇଛି। ବିକାଶର ଗୋଟି ଗୋଟି ପାହାଚ ଅତିକ୍ରମ କରୁଥିବା ବିପନ୍ନଙ୍କୁ ପୁଣି ପଛରେ ପକାଇଦେଉଛି। ଦୀର୍ଘ ଦଶନ୍ଧି ଧରି ଚାଲିଆସୁଥିବା ଏହି ପ୍ରକ୍ରିୟା ୨୨ ବର୍ଷର ନୀରବଛିନ୍ନ ସ୍ଥାୟୀ ଶାସନ ପାଇଁ ଏକ ବିରାଟ ପ୍ରଶ୍ନ ଠିଆକରିଛି; ସରକାର କରିଛନ୍ତି କ’ଣ?
ୟୁରୋପୀୟ ଦେଶଗୁଡ଼ିକ ଇନ୍ଧନ (ପେଟ୍ରୋଲିୟମ୍)କୁ ନେଇ ଆଜି ବି ବେପରୁଆ। ପାଖରେ ପର୍ଯ୍ୟାପ୍ତ ଅର୍ଥ ଥିବାରୁ ନିଜ ମନଇଚ୍ଛା ଇନ୍ଧନର ଅପବ୍ୟବହାର କରୁଛନ୍ତି। ଇନ୍ଧନର ମୂଲ୍ୟ ଯେତେ ଅଧିକ ହେଲେ ମଧ୍ୟ ସେମାନଙ୍କ ଉପରେ ସେସବୁର କୌଣସି ପ୍ରଭାବ ପଡ଼ୁନାହିଁ, କିନ୍ତୁ ସେମାନଙ୍କ ଏ ପ୍ରକାର ଖାମଖିଆଲି ମନୋଭାବ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରଭାବିତ କରୁନି କି?