Advertisment

Vastu Tips: ଗୃହନିର୍ମାଣରେ କରନ୍ତୁ ନାହିଁ ଏହି ଭୁଲ୍; ହୋଇପାରେ ମାରାତ୍ମକ ରୋଗ

ଗୃହବାସୀ ଏବଂ ଗୃହସ୍ୱାମୀଙ୍କ ମଙ୍ଗଳ, ସୁଖ ସମୃଦ୍ଧି, ଐଶ୍ଚର୍ଯ୍ୟ ପ୍ରାପ୍ତି ପାଇଁ ବାସ୍ତୁର ଆବଶ୍ୟକତା ଅଛି। ଶାସ୍ତ୍ରର ଅବହେଳା ହେଲେ ଅନେକ ଦୁଃଖ ଓ ନିରାଶା ମିଳିଥାଏ। ଏବେ ଜାଣିବା କେଉଁସବୁ ଦୋଷ ତୃଟି ଯୋଗୁଁ ବାସ୍ତୁଦୋଷ ସୃଷ୍ଟି ହୋଇଥାଏ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Vastu Tips For Home

Don't make this mistake in home construction; May be fatal disease

ବାସ୍ତୁଶାସ୍ତ୍ର ଅନୁସାରେ ନିର୍ମାଣ ହୋଇଥିବା ଗୃହ ସମସ୍ତ ପ୍ରକାର ସୁଖ ଦେଇଥାଏ। ଗୃହ ନିର୍ମାଣରେ ଏହି ଶାସ୍ତ୍ରର ଅବହେଳା ହେଲେ ଅନେକ ଦୁଃଖ ଓ ନିରାଶା ମିଳିଥାଏ। ଏଣୁ ସମସ୍ତ ଗୃହ, ନଗର ବାସ୍ତୁଶାସ୍ତ୍ରର ନିୟମ ଅନୁସାରେ କରିବା ଉଚିତ। ନାରଦ ସଂହିତାରେ କୁହାଯାଇଛି ଯେ ଗୃହବାସୀ ଏବଂ ଗୃହସ୍ୱାମୀଙ୍କ ମଙ୍ଗଳ, ସୁଖ ସମୃଦ୍ଧି, ଐଶ୍ଚର୍ଯ୍ୟ ପ୍ରାପ୍ତି ପାଇଁ ବାସ୍ତୁର ଆବଶ୍ୟକ ଅଛି।

Advertisment

ତେବେ ବାସ୍ତୁର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଧର୍ମ, ଅର୍ଥ, କାମ ଓ ମୋକ୍ଷର ପ୍ରାପ୍ତ। ଏବେ ଜାଣିବା କେଉଁ ସବୁ ଦୋଷ ତୃଟି ଯୋଗୁଁ ବାସ୍ତୁଦୋଷ ସୃଷ୍ଟି ହୋଇ ଗୃହବାସୀଙ୍କ ଉପରେ ପଡେ ଯାହାର ପ୍ରଭାବ ଯୋଗୁଁ ସ୍ୱାସ୍ଥ୍ୟହାନୀ ହୋଇଥାଏ।

ଦକ୍ଷିଣ ଦିଗରେ କୂଅ ଥିଲେ:

ଦକ୍ଷିଣ ଦିଗ ସବୁବେଳେ ଉଚ୍ଚା ଏବଂ ଓଜନିଆ ରହିବା କଥା, କିନ୍ତୁ କୂଅ କରିବା ଦ୍ୱାରା ଏହି ସ୍ଥାନ ନିଚ୍ଚା ହୋଇଥାଏ। ଫଳରେ ଭୂମିର ଯେଉଁ ଶକ୍ତି ଥାଏ ସେଥିରେ ସନ୍ତୁଳନର ଅଭାବରେ ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ଏବଂ ଏହା ଗୃହବାସୀଙ୍କ ଉପରେ ପଡିବା ଦ୍ୱାରା ମାରାତ୍ମକ ରୋଗ ସୃଷ୍ଟି ହୋଇଥାଏ।

Advertisment

ଅଧିକ ପଢ଼ନ୍ତୁ: ଡ୍ରଇଂରୁମ୍‌ର କେଉଁଠି ପକାଇବେ ସୋଫା, କେଉଁଠି ରଖିବେ ଝରକା

ପ୍ରତିକାର- ଏହାକୁ ତୁରନ୍ତ ବନ୍ଦ କରିଦେବା ଉଚିତ। କିନ୍ତୁ ଯଦି ସୁବିଧା ହେଉନାହିଁ ତେବେ ଏହି କୂଅର ନକରାତ୍ମକ ବାସ୍ତୁର ନିୟମ ସାହାଯ୍ୟରେ ବାସ୍ତୁବିତ୍‌ଙ୍କ ସହାୟତାରେ ଦୋଷ ନିବାରଣ କରାଗଲେ ତୁରନ୍ତ ଶୁଭ ପ୍ରଭାବ ପରିଲକ୍ଷିତ ହୋଇଥାଏ।

ଐଶାନ୍ୟ କୋଣରେ ରୋଷେଇ ଘର:

ରୋଷେଇ ଘର ଐଶାନ୍ୟ ଭାଗରେ ଥିଲେ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇଥାଏ। କାରଣ ଐଶାନ୍ୟ କୋଣରୁ ଗୃହ ମଧ୍ୟକୁ ସକାରାତ୍ମକ ଶକ୍ତିର ପ୍ରବାହ ହୋଇଥାଏ। ତେଣୁ ଏହି ଐଶାନ୍ୟ କୋଣ ଖୋଲା ରଖିବା କଥା। ଏନେଇ ଏହି ଭାଗରେ ଠାକୁର ଘର ନିର୍ମାଣ କରାଯାଇଥାଏ। ରୋଷେଇ ଘର ନିର୍ମାଣ ଦ୍ୱାରା ଏଠାରେ ଅଗ୍ନି ଜଳିବା ଦ୍ୱାରା ଏହି ଦିଗର ଶୁଭଶକ୍ତିର ନଷ୍ଟ ହୋଇଥାଏ। ଏହାର ପ୍ରଭାବରେ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇଥାଏ।

ପ୍ରତିକାର- ଏଠାରେ ରୋଷେଇ ଘରକୁ ଅଗ୍ନିକୋଣକୁ ସ୍ଥାନାନ୍ତରିତ କରିଦେବା କଥା, ଯଦି ଏହା ସମ୍ଭବ ହେଉନାହିଁ ତେବେ ବାସ୍ତୁବିତ୍‌ଙ୍କ ସାହାଯ୍ୟ ନେଇ ଏହାର ପ୍ରତିକାର କରିନେବା କଥା। ଘରେ ପ୍ରତ୍ୟେକ ଦିନ ଗୁରୁଳର ଧୂପ ଦେବା ମଧ୍ୟ ଶୁଭ ଫଳ ପ୍ରଦାନ କରିଥାଏ।

ଐଶାନ୍ୟ କୋଣରେ ଶୌଚାଳୟ:

ଐଶାନ୍ୟ କୋଣରେ ଶୌଚାଳୟ ଥିଲେ ଏହା ଅତ୍ୟଧିକ ବାସ୍ତୁଦୋଷ ସୃଷ୍ଟି କରୁଥିବାର ଦେଖାଯାଏ। ଏହାଦ୍ୱାରା ଗୃହସ୍ୱାମୀ ଏବଂ ଗୃହବାସୀ ସମସ୍ତେ ନିଜର ପ୍ରତିକୂଳ ଗ୍ରହଦଶା ସମୟରେ ଗୁରୁତର ବ୍ୟାଧିରେ ପିଡିତ ହୋଇ ଯନ୍ତ୍ରଣା ପାଇଥାନ୍ତି। କାରଣ ଏହି ଦିଗର ଅଧିପତି ଗ୍ରହ ହେଉଛନ୍ତି ବୃହଷ୍ପତି ଏବଂ ଅଧିପତି ଦେବତା ହେଉଛନ୍ତି ଭଗବାନ ଶିବ। ଏହି ସ୍ଥାନରେ ଶୌଚକର୍ମ କରାଗଲେ ଏହି ଦେବତାଙ୍କ ଶୁଭ ଶକ୍ତି ଘରକୁ ମିଳି ନଥାଏ। ଫଳରେ ଘରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ବିଶେଷକରି ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇଥାଏ।

ପ୍ରତିକାର- ଏହି ଶୌଚାଳୟକୁ ଦକ୍ଷିଣ-ପଶ୍ଚିମ ଭାଗକୁ ସ୍ଥାନାନ୍ତର କରିନିଅନ୍ତୁ, ଅନ୍ୟଥା ଏହି ଶୌଚାଳୟରେ ଫିଟିକିରି ଏବଂ ସାମୁଦ୍ରିକ ଅବିଶୋଧିତ ଲୁଣ ପୃଥକ୍‌ ପୃଥକ୍ କାଚ ପାତ୍ରରେ ରଖନ୍ତୁ। ନିୟମିତ ବ୍ୟବଧାନ ବା ଶନିବାରକୁ ଶନିବାର ବଦଳାଇ ଦିଅନ୍ତୁ। ବାସ୍ତୁବିତଙ୍କ ପରାମର୍ଶ ନେଇ ଦୋଷ ମୁକ୍ତ କରାଇ ଦିଅନ୍ତୁ।

ପ୍ରବେଶ ଦ୍ୱାର ସାମ୍ନାରେ ଅଳିଆଗଦା:

ପ୍ରବେଶ ଦ୍ୱାର ସାମ୍ନାରେ ଅଳିଆଗଦା ଥିଲେ ବାୟୁ ପ୍ରବାହ ଦ୍ୱାରା ଏହାର ଦୁର୍ଗନ୍ଧ ଗୃହ ମଧ୍ୟକୁ ପ୍ରବେଶ କରି ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଥାଏ। ଯାହାଫଳରେ ମଧ୍ୟ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇଥାଏ। ଯଥା ସମ୍ଭବ ଘରର ପ୍ରବେଶ ଦ୍ୱାର ସାମ୍ନା ଏବଂ ପାର୍ଶ୍ୱସ୍ଥାନକୁ ଅଳିଆ ଆବର୍ଜନା ମୁକ୍ତ ରଖନ୍ତୁ। ପ୍ରବେଶ ଦ୍ୱାର ସମ୍ମୁଖରେ ତୁଳସୀ ଗଛ ଲଗାନ୍ତୁ। ଦିଗ ଅନୁଯାୟୀ ଶୁଭ ସ୍ଫଟିକମାନ ପ୍ରବେଶ ଦ୍ୱାରରେ ରଖନ୍ତୁ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Tips Vastu Vichara
Advertisment
Advertisment