Advertisment

Vastu Tips: ଘର ତିଆରି ପାଇଁ ଭୁଲ୍‌ରେ କିଣନ୍ତୁ ନାହିଁ ଏମିତି ଭୂମି; ନଚେତ୍…

ଠିକ୍ ଭାବରେ ଭୂମି ଚୟନ ନକରି ଭୂମି କ୍ରୟ କଲେ ଯଦି ଭୂମିରେ ଦୋଷ ଥାଏ ତେବେ ଯେତେ ବାସ୍ତୁ ନିୟମ ଗୃହ ନକ୍ସା କରି ଗୃହ ନିର୍ମାଣ କରିଥିଲେ ମଧ୍ୟ ଭୂମି ଦୋଷରୁ ଉତ୍ପନ୍ନ ହୋଇଥିବା ବାସ୍ତୁଦୋଷ ଅନେକ ସମସ୍ୟା ସୃଷ୍ଟି କରିଥାଏ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Vastu Tips For Home

Don't buy such land for building a house

ବାସ୍ତୁ ଏବଂ ଭୂମି ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସମ୍ବନ୍ଧ ରହିଛି। ଗୃହ ନିର୍ମାଣ ପାଇଁ ପ୍ରଥମ କାମ ଭୂମିକ୍ରୟ କରିବା। ଭୂମିକ୍ରୟ କଲାବେଳେ ଭୂମି ଚୟନ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଠିକ୍ ଭାବରେ ଭୂମି ଚୟନ ନକରି ଭୂମି କ୍ରୟ କଲେ ଯଦି ଭୂମିରେ ଦୋଷ ଥାଏ ତେବେ ଯେତେ ବାସ୍ତୁ ନିୟମ ଗୃହ ନକ୍ସା କରି ଗୃହ ନିର୍ମାଣ କରିଥିଲେ ମଧ୍ୟ ଭୂମି ଦୋଷରୁ ଉତ୍ପନ୍ନ ହୋଇଥିବା ବାସ୍ତୁଦୋଷ ଅନେକ ସମସ୍ୟା ସୃଷ୍ଟି କରିଥାଏ।

Advertisment

ଆମେ ବାସ କରିବା ପାଇଁ କିପରି ଭୂଖଣ୍ଡ ଆବଶ୍ୟକ, କେଉଁପରି ଭୂମି ସୁଖ, ଶାନ୍ତି ଦେଇଥାଏ। ସେ ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ। ବାସ କରିବା ହେତୁ ସବୁବେଳେ ଜୀବିତ ଭୂମି କ୍ରୟ କରିବା ଆବଶ୍ୟକ। ଜୀବିତ ଭୂମି କହିଲେ ଯେଉଁ ଭୂମିରେ ଗଛ-ଲତା ଆଦି ରହିଥାନ୍ତି।

ଯେଉଁ ଭୂମିରେ ବୃକ୍ଷ ଲତା ଆଦି କୌଣସି ଗଛ ନଥାଏ, ଭୂମି ଟାଙ୍ଗରା ଥାଏ, ଫାଟ ଥାଏ, ଭୂମିରେ ହାଡ ଆଦି ପଡିଥାଏ ତେବେ ସେଇ ଭୂମିରେ ଗୃହ ନିର୍ମାଣ କଲେ ବହୁତ ଅଶୁଭ ଫଳ ମିଳିଥାଏ। ବୃହତ୍ ସଂହିତାରେ ବର୍ଣ୍ଣନା ଅଛି ଯେ ଫାଟଯୁକ୍ତ ଭୂମି ମୃତ୍ୟୁ ତୂଲ୍ୟ। ଆବଡ ଖାବଡ ଭୂମି ଶତ୍ରୁ ବୃଦ୍ଧି କରିଥାଏ। ଶଲ୍ୟ ଯୁକ୍ତ ଭୂମି ଅନର୍ଥକାରୀ।

Advertisment

ଅଧିକ ପଢ଼ନ୍ତୁ: ଗୃହନିର୍ମାଣରେ କରନ୍ତୁ ନାହିଁ ଏହି ଭୁଲ୍; ହୋଇପାରେ ମାରାତ୍ମକ ରୋଗ

ଅନେକ ପ୍ରକାର ଔଷଧି ବୃକ୍ଷ ତଥା ଲତା ଦ୍ୱାରା ସୁଶୋଭିତ ଉତ୍ତମ ସୁଗନ୍ଧଯୁକ୍ତ ଭୂମିରେ ଗୃହନିର୍ମାଣ କଲେ ଗୃହ କର୍ତ୍ତାକୁ ଶୁଭଫଳ ମିଳେ। ଯେଉଁ ଭୂମିରେ ନେଉଳ ବାସ କରିଥାଏ ସେହି ଭୂମି ମଧ୍ୟ ଅନେକ ପ୍ରକାର ଶୁଭ ଫଳ ପ୍ରଦାନ କରିଥାଏ।

ଏହି ପ୍ରକାର ଭୂମି ବହୁତ ପ୍ରକାର ନେଗେଟିଭ୍ ଏନର୍ଜିକୁ ନଷ୍ଟ କରିଥାଏ। ଯେଉଁ ଭୂମିରେ ପୂର୍ବରୁ ଘୋଡାଶାଳା ଥିବ ସେହି ଭୂମି ଉପରେ ଗୃହ ନିର୍ମାଣ କରି ରହିଲେ ଅନେକ ପ୍ରକାର ଧନ ସମ୍ପତ୍ତି ଲାଭ ହୋଇଥାଏ, ଶରୀର ସୁସ୍ଥ ରହିଥାଏ।

ମେଷ, ସିଂହ, ଓ ଧନୁ ରାଶି ପାଇଁ ଏହି ଭୂମି ବହୁତ ଶୁଭ ଫଳ ପ୍ରଦାନ କରିଥାଏ। ଗୋଶାଳା ଥିବା ଭୂମିରେ ଗୃହ ନିର୍ମାଣ କରି ରହିଲେ ଶୁଭଫଳ ମିଳେ। କିନ୍ତୁ ଗୋଚର ଭୂମି ଅର୍ଥାତ୍ ଗାଇମାନେ ଚରୁଥିବା ସ୍ଥାନ ଉପରେ ଗୃହ ନିର୍ମାଣ କଲେ ମହାପାପ ହୋଇଥାଏ।

ଯେଉଁ ଭୂମିରେ ମହୁମାଛି ବାସ କରେ ସେହି ଭୂମି ଉପରେ ବସବାସ କଲେ ଗୃହକର୍ତ୍ତା ଧନବାନ ହୋଇଥାନ୍ତି। ବୃହଷ୍ପତ୍ତି ହେଉଛନ୍ତି ଧନକାରକ ଗ୍ରହ ଏବଂ ମହୁ ହେଉଛି ବୃହଷ୍ପତିଙ୍କ ପ୍ରତୀକ। ଯେଉଁ ଭୂମିରେ ଶଙ୍ଖ, ଗୋଶଙ୍ଖ, ଅନ୍ୟ ସମୁଦ୍ର ଜାତ ଦ୍ରବ୍ୟ ସହିତ ଧାତୁ ମିଳିଥାଏ ସେହି ଭୂମି ମଧ୍ୟ ସୁଖ, ଶାନ୍ତି, ପ୍ରଦାନ କରିଥାଏ।

ଭୂମି ଉପରେ ଗୃହନିର୍ମାଣ ପୂର୍ବରୁ ରାଶି ବୁଣି ଦିଅନ୍ତି ଏବଂ ଏହି ରାଶି ଯଦି ତିନିଦିନ ମଧ୍ୟରେ ଅଙ୍କୁରିତ ହୁଏ ତେହେ ତାହା ଉତ୍ତମ ଭୂମି ବୋଲି ଜାଣନ୍ତୁ। ଯଦି ପାଞ୍ଚଦିନ ମଧ୍ୟରେ ଅଙ୍କୁରିତ ହୋଇଥାଏ ତେବେ ତାହା ମଧ୍ୟମ କିନ୍ତୁ ସାତଦିନରୁ ଅଧିକ ଲାଗିଲେ ସେହିଭୂମି ଅଶୁଭ ବୋଲି ଜାଣନ୍ତୁ। ଯେଉଁ ଭୂମିରେ ସାପ, ବିଛା, ଶିଆଳ, ଘୁଷୁରି, କୁକୁର ନିତ୍ୟ ବସବାସ କରୁଥାନ୍ତି ତେବେ ସେହି ଭୂମି ଅଶୁଭ ଫଳ ଦିଏ।

ଯେଉଁ ଭୂମିରେ କୋଇଲା, ସୀସା ଏବଂ କଳା ଧାତୁ ମିଳିଥାଏ ସେହି ପ୍ରକାର ଭୂମି ଗୃହବାସୀଙ୍କୁ ଅନେକ ପ୍ରକାର ଅଶୁଭ ଫଳ ଦେଇଥାଏ।

ଏଣୁ ସବୁବେଳେ ଏହି ଉପରୋକ୍ତ ତଥ୍ୟକୁ ମାନି ଭୂମି ଚୟନ କଲେ ଏବଂ ସେହି ଭୂମିରେ ଗୃହ ନିର୍ମାଣ କରି ବସବାସ କଲେ ଅନେକ ଶୁଭ ଫଳ ମିଳିଥାଏ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips
Advertisment
Advertisment