ଅର୍ପଣ ରଥରୁ ମିଳିଛି ୩ କୋଟିରୁ ଅଧିକ ଦକ୍ଷିଣା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ରାଜ୍ୟସାରା ବୁଲିଥିବା ଅର୍ପଣ ରଥରେ ଭକ୍ତ ହାତ ଖୋଲି ଦକ୍ଷିଣା ଦେଇଛନ୍ତି ।
ଏଥର ପଣା ସଂକ୍ରାନ୍ତି କେବେ ? ଏପ୍ରିଲ ୧୩ ନା ୧୪ ତାରିଖ ?.. ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ । ଏ ଦ୍ୱନ୍ଦ୍ୱ ଏଥିପାଇଁ ଯେ, ବିଭିନ୍ନ ପଞ୍ଜିକାରେ ପଣା ସଂକ୍ରାନ୍ତିକୁ ନେଇ ରହିଛି ଭିନ୍ନ ଭିନ୍ନ ତାରିଖ ।
ସର୍ବସମ୍ମୁଖରେ ଯୁବକଙ୍କୁ ପୋଲିସ ଅଧିକାରୀଙ୍କ ନିସ୍ତୁକ ମାଡ଼। ସିସିଟିଭିରେ କଏଦ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଘଟଣାଟି ପିପିଲି ଅଞ୍ଚଳର ଏବଂ ସୋମବାର ରାତିର ବୋଲି ଚର୍ଚ୍ଚା ହେଉଛି।
ଘନକୁହୁଡି ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଗଂଜାମ, ଗଜପତି ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡି ଦେଖାଦେବ ।
ନୀତି ବିଭ୍ରାଟକୁ ନେଇ ଭକ୍ତଠୁ ସେବାୟତ ସମସ୍ତେ କ୍ଷୁବ୍ଧ । ସୁଆର ନିଯୋଗର କ୍ଷତି ଆକଳନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପ ।
'କେବଲିଂ ଓ ପାଇପ୍ ଲାଇନ୍ ପାଇଁ ସେ ଫାଟ ହୋଇଛି' । 'ଫାଟ ଆଜିର ନୁହେଁ, ଦୀର୍ଘଦିନର; ଆମେ ରିପ୍ଲେସ କରିବୁ' ।
ଗୁମୁଟର ପଛ ଭାଗରେ ବିରାଟ ଏକ ଗର୍ତ୍ତ ସୃଷ୍ଟି ହୋଇଛି । ବହୁ ବର୍ଷ ହେଲା ଏଏସଆଇ ପକ୍ଷରୁ ସଂରକ୍ଷଣ କାର୍ଯ୍ୟ କରାଯାଉଥିଲେ ମଧ୍ୟ କିଭଳି ସ୍ଥିତିରେ ଏହି ଫାଟ ହେଲା ସେ ନେଇ ପ୍ରଶ୍ନ ଉଠିଛି ।
ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ଅର୍ପଣ ରଥ ଗାଁ ଗାଁ ବୁଲି ପ୍ରାୟ ୧୨ ହଜାର କୁଇଣ୍ଟାଲ ଚାଉଳ ସଂଗ୍ରହ କରିଛି ।
ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରିନସପାଲଙ୍କ ଫତୱା । ଛାତ୍ର ଅସନ୍ତୋଷ ସାଙ୍ଗକୁ ତେଜିଲା ରାଜନୀତି ।
ଭର୍ଚୁଆଲରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସତ୍ୟବାଦୀକୁ ଓଡ଼ିଆ ନବଜାଗରଣର ପୀଠ କହିଲେ ମୁଖ୍ୟମନ୍ତ୍ରୀ ।
ଆଗକୁ ଏହି ଅର୍ପଣ ଚାଉଳ, ଗୁଆ ଓ ନଡ଼ିଆ ଅନେକ ଜିଲ୍ଲାରୁ ଆସିବ। ତେଣୁ ଏହି ପ୍ରକ୍ରିୟା ଆସନ୍ତା ଫେବ୍ରୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ।
ପ୍ରତିଶ୍ରୁତି ପୂରଣରେ ବିଳମ୍ବ ଅଭିଯୋଗ । ରାସ୍ତାକୁ ଓହ୍ଲାଇଲେ ବଡ଼ଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀ । ଗତକାଲିର ଧାରଣା ପରେ ଆଜି ଶୋଭାଯାତ୍ରା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ।
ଅର୍ପଣ ରଥ ବୁଲାଇ ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ, ଚାଉଳ ଦେବାକୁ ଅନୁରୋଧ କରିଥିଲେ ସରକାର। ଯାହାକୁ ସରକାରଙ୍କ ପ୍ରଚାର ଯାତ୍ରା କହିଥିଲେ ଗଜପତି ମହାରାଜ ।
ମରାମତି ପାଇଁ ୧୦ ତାରିଖରେ ବିମ୍ ଡିଜାଇନ୍ ମଧ୍ୟ ଚୂଡ଼ାନ୍ତ ହୋଇଥିବା କହିଛନ୍ତି ଆମିକସ୍ କ୍ୟୁରି ।
ଯେତେବେଳେ ଲୋକାର୍ପଣ ଉତ୍ସବ ପାଇଁ ତାରିଖ ଧାର୍ଯ୍ୟ କରାଗଲା, ନା ଜଗତଗୁରୁଙ୍କ ପରାମର୍ଶ ନିଆଯାଇଥିଲା ନା ତାଙ୍କୁ ପଚରା ଯାଇଥିଲା। ନିଶ୍ଚିତ ଭାବେ ଏଥିରେ ତ୍ରୁଟି ଘଟିଛି।
ଆଜି ସେଇ ମାହେନ୍ଦ୍ର ବେଳା । ଆଜି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଅପରାହ୍ନ ଗୋଟାଏ ୧୫ରୁ ସାଢ଼େ ଗୋଟାଏ ମଧ୍ୟରେ ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।
ଗତକାଲି ସୂର୍ଯ୍ୟୋଦୟରୁ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ହୋଇଥିଲା ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବ ମହାଯଜ୍ଞର ଶୁଭାରମ୍ଭ । ଶ୍ରୀମନ୍ଦିର ଐଶାନ୍ୟକୋଣରେ ସ୍ଥାପିତ ବିଶାଳ ଯଜ୍ଞ କୁଣ୍ଡରେ ରୋଷଶାଳାରୁ ବୈଷ୍ଣବାଗ୍ନୀ ସଂସ୍କାର ପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥଲା ।
ମକର ସଂକ୍ରାନ୍ତିରୁ ତ୍ରିଦିନାତ୍ମକ ଯଜ୍ଞର ଶୁଭାରମ୍ଭ, ବେଦଧ୍ବନିରେ କଂପୁଛି ଚଉଦିଗ । ଶ୍ରୀସେତୁରୁ ଶ୍ରୀମାର୍ଗ ଯାଏଁ ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ ଓ ଡିଜିପି ।
ସୁରୁଖୁରୁରେ ସବୁ କାର୍ଯ୍ୟ ସମ୍ପାଦନ ପାଇଁ ବ୍ୟବସ୍ଥା ହୋଇଛି ବୋଲି DGP କହିଛନ୍ତି ।
ଆମେ ସାମିଲ ହେବା ଉଚିତ ନା ନାହିଁ ଏହା ଆପଣ ବିଚାର କରନ୍ତୁ । ଭୁବନେଶ୍ୱର ରାମ ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏହି ପ୍ରତିକ୍ରିୟା ରଖିଛନ୍ତି ।
ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନୀରେ ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି ହେବ । ସେପଟେ ଲୋକାର୍ପଣ ମହୋତ୍ସବ ପାଇଁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଗଲାଣି ଶ୍ରଦ୍ଧାଳୁଙ୍କ ଗହଳି ।
ପବିତ୍ର ମକର ସଂକ୍ରାନ୍ତି ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଅଛି ସ୍ୱତନ୍ତ୍ର ନୀତିକାନ୍ତି । ମକର ସଂକ୍ରାନ୍ତିରେ ମକରଚୌରାଶୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀଜିଉ ।
ବଡମ୍ବାର କଙ୍କଡ଼ାଯୋଡି ଗାଁରେ ବି ବିରୋଧ । ବିରୋଧ କଲେ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀ ।
ସେପଟେ ଏଯାଏଁ ଶତ ପ୍ରତିଶତ ସରିପାରିନି ଶ୍ରୀସେତୁ ଠାରୁ ଶ୍ରୀଦାଣ୍ଡ ଓ ପରିକ୍ରମା ପ୍ରକଳ୍ପର କିଛି କାମ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର । ଯେଉଁଠି ଆଜି ସୁଦ୍ଧା କାମ ସରିଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା ସେଠି ଏବେ ଆହୁରି ଅନେକ କାମ ବାକି ରହିଛି ।