Advertisment

ଶ୍ରୀ ହରାଉଛି ପୁରୀ ଜଗନ୍ନାଥ ବଲ୍ଲଭର ପ୍ରମୋଦ ଉଦ୍ୟାନ, ଆଉ ଶୁଭୁନି କୋଇଲିର ଡାକ

ମହାପ୍ରଭୁଙ୍କ ଜଗନ୍ନାଥ ବଲ୍ଲଭରେ ଅବସ୍ଥିତ ପ୍ରମୋଦ ଉଦ୍ୟାନର ପରିବେଶ ବଦଳି ଯାଇଛି। ପୂର୍ବପରି ଆଉ ଜଙ୍ଗଲ ଭରା ପରିବେଶ ନାହିଁ। କୋଇଲିର ଶବ୍ଦ ଶୁଭୁ ନାହିଁ କି ଶୁଆ,ସାରିଙ୍କ ବସା ନାହିଁ। ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନର ବହୁ ସ୍ଥାନ କଂକ୍ରିଟ ଉଦ୍ୟାନ ପାଲଟିଛି।

author-image
Pallipuspa Samal
ଅଦ୍ୟତନ ହୋଇଛି
Puri Jagannath Boulevard Pramod Garden

pramod udyan

ପୁରୀ ଜଗନ୍ନାଥ ବଲ୍ଲଭ ପରିସରରେ ଥିବା ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନର ବହୁ ସ୍ଥାନ କଂକ୍ରିଟ ଉଦ୍ୟାନ ପାଲଟିଛି। ବାକି ଥିବା ଅଞ୍ଚଳକୁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ସହ ପ୍ରମୋଦ ଉଦ୍ୟାନକୁ ବିକଶିତ କରିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ସହ ଖସଡ଼ା ପ୍ରସ୍ତୁତ ହୋଇଛି। ବାସ୍ତବ ପକ୍ଷେ ପୁରୁଣା ପରିବେଶ ଆଉ ଫେରିବା ଅସମ୍ଭବ। ଆମେ ଅଭିଯୋଗ କଲେ କିଛି ହେବନାହିଁ। ସରକାର ଚାହିଁଲେ ସବୁ ହୋଇପାରିବ ବୋଲି ଜଗନ୍ନାଥ ବଲ୍ଲଭ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।

Advertisment

ବଡ଼ଦାଣ୍ଡରେ ଥିବା ଜଗନ୍ନାଥ ବଲ୍ଲଭ ହେଉଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନ। ବର୍ଷକ ଯାକ ଶ୍ରୀମନ୍ଦିର ନୀତି ଏଠାରେ ରହିଛି। ଭକ୍ତଙ୍କ ସୁବିଧା ଲାଗି ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଏହାକୁ ଅନ୍ତର୍ଭୁକ୍ତ କରି, ପାର୍କିଂ ବ୍ୟବସ୍ଥା ଲାଗି କଂକ୍ରିଟକରଣ କରିଛନ୍ତି। ତେଣୁ ଜଗନ୍ନାଥ ବଲ୍ଳଭ ପ୍ରମୋଦ ଉଦ୍ୟାନ ତାର ଶ୍ରୀ ହରାଇଛି।

ସ୍କନ୍ଦ ପୁରାଣ ଆଧାରିତ ନୀଳମାଧବ, ବ୍ରହ୍ମମା, ବିଦ୍ୟାପତି, ଜମ ଆଦି ଦେବତାମାନଙ୍କ ପ୍ରତିମୂର୍ତ୍ତି ରଖାଯିବା ନେଇ ଖସଡ଼ା ପ୍ରସ୍ତୁତ ହେଉଛି। ଏଥି ପାଇଁ ସବ କମିଟି ଗଠନ କରାଯାଇଛି। ସେଠାରୁ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି।

Advertisment

ମହାପ୍ରଭୁଙ୍କ ଜଗନ୍ନାଥ ବଲ୍ଲଭରେ ଅବସ୍ଥିତ ପ୍ରମୋଦ ଉଦ୍ୟାନର ପରିବେଶ ବଦଳି ଯାଇଛି। ପୂର୍ବପରି ଆଉ ଜଙ୍ଗଲ ଭରା ପରିବେଶ ନାହିଁ। କୋଇଲିର ଶବ୍ଦ ଶୁଭୁନାହିଁ କି ଶୁଆ,ସାରିଙ୍କ ବସା ନାହିଁ। ବହୁ ପ୍ରକାରର ଔଷଧୀୟ ଗଛ ଆଉ ଦେଖିବାକୁ ମିଳୁନି ।

ପ୍ରମୋଦ ଉଦ୍ୟାନର ବିକାଶ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ହୋଇଛି। ଖସଡ଼ା ପ୍ରସ୍ତୁତ କରାଯାଇ ଆଗାମୀ ପରିଚାଳନା କମିଟିରେ ଆଲୋଚନା କରାଯିବା ପରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି। ଆଗକୁ ଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନର ଆଧ୍ୟାତ୍ମିକ ପରିବେଶ କିପରି ଫେରିପାରିବ ଏବେ ତାକୁ ଅପେକ୍ଷା ।

Puri Sri Mandir
Advertisment
Advertisment