• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁରୀ ଶ୍ରୀମନ୍ଦିରକୁ ଆସୁଥିବା ଦିବ୍ୟାଙ୍ଗମାନେ ଶ୍ରୀଜିଉଙ୍କୁ ଠିକ୍ ଭାବେ ଦର୍ଶନ କରିପାରୁନଥିବାରୁ ଅସନ୍ତୋଷ ଦେଖାଦେଇଛି । ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନେକ ଦିବ୍ୟାଙ୍ଗ ଆସୁଛନ୍ତି । ହେଲେ ସେମାନେ ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ଦର୍ଶନ କରିବା ସମ୍ଭବ ହେଉନି । ତଥାପି ବହୁ କଷ୍ଟରେ ଦର୍ଶନ କରୁଛନ୍ତି ସିନା ହେଲେ ସେମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ।

ଗତକାଲି ଏମିତି ଜଣେ ଦିବ୍ୟାଙ୍ଗ ଭକ୍ତ ଜଗାର ଦର୍ଶନ ପାଇଁ ଆସିଥିଲେ । କିନ୍ତୁ ଦର୍ଶନ ନପାଇ ମନ ଦୁଃଖରେ ଫେରିଯାଇଥିଲେ । ଆଉ ଜଣେ ଦିବ୍ୟାଙ୍ଗ ଭିତରକୁ ଯାଇନପାରି ସିଂହଦ୍ୱାରରୁ ପତିତପାବନଙ୍କୁ ଦର୍ଶନ କରିବାକୁ ବାଧ୍ୟ ହୋଇଥିଲେ । ତେଣୁ ଦିବ୍ୟାଙ୍ଗ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ପ୍ରଶାସନ କରିବାକୁ ଦାବି ଜୋର ଧରିଛି ।

୨୦୧୭ ମସିହାରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଉତ୍ତର ଦ୍ୱାର ଦେଇ ରାମ୍ପ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ବିଭିନ୍ନ କାରଣରୁ ତାହା ଆଜି ପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ । ପୂର୍ବରୁ ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ ବ୍ୟାରିକେଡ୍ ଯନ୍ତ୍ରଣା ବଢ଼ୁଥିବା ଦେଖିବାକୁ ମିଳିଥିଲା । ଭକ୍ତଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା ହୋଇଥିବା ନେଇ ପ୍ରଶାସନର ବାହାସ୍ପୋଟ ସତ୍ତ୍ୱେ ବ୍ୟାରିକେଡ୍ ଭିତରେ ଭକ୍ତ ଅସୁସ୍ଥ ହୋଇ ପଡ଼ି ଝାଡ଼ା କରିଦେବା ଭଳି ସ୍ଥିତି ଦେଖିବାକୁ ମିଳିଥିଲା ।

ଘଣ୍ଟା ଘଣ୍ଟା ଧରି ଲମ୍ବାଧାଡ଼ିରେ ଠିଆ ହେବା ଭିତରେ ଅସୁସ୍ଥ ହୋଇ ବ୍ୟାରିକେଡ୍ ଭିତରେ ହିଁ ଝାଡ଼ା କରିଦେଇଥିଲେ ଜଣେ ଭକ୍ତ । ସୀମା ଟପିଥିଲା ଦର୍ଶନଆତୁର ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ।

  • Reported by:
  • MADHUSUDAN MISHRA