/odishatv-khabar/media/post_attachments/uploadimage/library/16_9/16_9_0/puri_1709481202.jpg)
puri
ଶ୍ରୀମନ୍ଦିର ଭିତରେ ଅଣହିନ୍ଦୁ ତଥା ବିଦେଶୀଙ୍କ ପ୍ରବେଶ ଅଭିଯୋଗ । ଜଣେ କି ଦୁଇ ଜଣ ନୁହଁନ୍ତି, ୪ ଜଣ ଅଣହିନ୍ଦୁ ଆଜି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି । କୁହାଯାଉଛି, ଏମାନେ ସମସ୍ତେ ବାଂଲାଦେଶର । ସେମାନଙ୍କର ପାସପୋର୍ଟ ଏବଂ ପରିଚୟ ପତ୍ର ଯାଞ୍ଚରୁ ଏହି ତଥ୍ୟ ମିଳିଛି ।
Advertisment
ଏମାନେ ମୋଟ୍ ୯ ଜଣ ଆସିଥିବାବେଳେ ୪ ଜଣ ମନ୍ଦିର ଭିତରକୁ ପଶିଥିଲେ। ଅନ୍ୟ ୫ ଜଣ ବାହାରେ ଥିଲେ । ଏହି ୯ ଜଣଙ୍କୁ ସିଂହଦ୍ବାର ଥାନା ପୋଲିସ ଅଟକ ରଖିଛି । ତେବେ କେମିତି କାଡ଼ ସୁରକ୍ଷା ଭେଦ କରି ମନ୍ଦିର ଭିତରକୁ ପ୍ରବେଶ କଲେ ? କେଉଁ ପରିସ୍ଥିତିରେ ଏମାନେ ଶ୍ରୀମନ୍ଦିର ପ୍ରବେଶ କଲେ ?
ସେନେଇ ସ୍ପଷ୍ଟ ସୂଚନା ମିଳିପାରିନଥିବାବେଳେ ଘଟଣାସ୍ଥଳକୁ ତଦନ୍ତ ପାଇଁ ଯାଇଛନ୍ତି ସିଂହଦ୍ବାର ଥାନା ଅଧିକାରୀ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)