Advertisment

ଏମାର ମଠକୁ ନେଇ ଅଡୁଆରେ ସରକାର; ଯେତେ ଲୁଚାଇଲେ ବି ଦୋଷ ଲୁଚୁନି ?

୨୦୧୧ ମସିହାରେ ଜବତ ହୋଇଥିଲା ୫୨୨ ଖଣ୍ଡ ରୁପା ଇଟା। ୨୦୨୨ରେ ଖନନ ବେଳେ ବାହାରିଥିଲା କାରୁକାର୍ଯ୍ୟ ପୂର୍ଣ୍ଣ ସିଂହ ମୂର୍ତ୍ତି। ଆଉ ଏବେ ଦୃଶ୍ୟମାନ ହୋଇଛି ୧୫ ଫୁଟ୍ ମାଟି ତଳେ ପୁରୁଣା ହାଣ୍ଡି।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Puri Emar Matha

ଶ୍ରୀମନ୍ଦିରର ଦୁର୍ବଳ ରତ୍ନଭଣ୍ଡାରର ଲେଜର ସ୍କାନିଂ ହେଉ କି ପୁରାତନ ଏମାର ମଠର ଜିପିଆର ସର୍ଭେ ରିପୋର୍ଟ। ଅବା ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଜଷ୍ଟିସ୍ ରଘୁବୀର ଦାସ କମିଶନଙ୍କ ତଦନ୍ତ ରିପୋର୍ଟ, କେଉଁ ଗୋଟିଏ ବି ସାର୍ବଜନୀନ ନହେବାକୁ ନେଇ ଉଠିଛି ପ୍ରଶ୍ନ। ସରକାର ଜାଣିଶୁଣି ଏହାକୁ ଚାପି ରଖିଥିବା ସେବାୟତ, ଆରଟିଆଇ କର୍ମୀ ଓ ଆଇନଜୀବୀ ସିଧାସଳଖ ଅଭିଯୋଗ ଆଣିଛନ୍ତି। ସେପଟ ASI କହିଛି- ଆସନ୍ତା ମ୍ୟାନେଜିଂ କମିଟିରେ ଉପସ୍ଥାପନ କରିବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ।

Advertisment

ଅଧିକ ପଢ଼ନ୍ତୁ: କାଳିଆ ଦର୍ଶନ ପାଇଁ ଛଟପଟ ଦିବ୍ୟାଙ୍ଗ ଭକ୍ତ; ମହାପ୍ରଭୁଙ୍କୁ ନଦେଖି ମନ ଦୁଃଖରେ ଫେରୁଛନ୍ତି ଶ୍ରଦ୍ଧାଳୁ

୨୦୧୧ ମସିହାରେ ଜବତ ହୋଇଥିଲା ୫୨୨ ଖଣ୍ଡ ରୁପା ଇଟା। ୨୦୨୨ରେ ଖନନ ବେଳେ ବାହାରିଥିଲା କାରୁକାର୍ଯ୍ୟ ପୂର୍ଣ୍ଣ ସିଂହ ମୂର୍ତ୍ତି। ଆଉ ଏବେ ଦୃଶ୍ୟମାନ ହୋଇଛି ୧୫ ଫୁଟ୍ ମାଟି ତଳେ ପୁରୁଣା ହାଣ୍ଡି। ରଘୁନନ୍ଦନ ଲାଇବ୍ରେରୀ ନିର୍ମାଣ ଲାଗି ଶ୍ରୀମନ୍ଦିର ମେଘନାଦ ପାଚେରି ସଲଗ୍ନ ପୁରାତନ ଏମାର ମଠରୁ ଖନନବେଳେ ଏଭଳି ଚକିତ କଲାଭଳି ସାମଗ୍ରୀ ବାହାରୁଥିଲେ ବି ତାର ସୁରକ୍ଷା କି ସାଇତା ନେଇ ଉଦ୍ୟମ ହେଉନଥିବାରୁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ଏବଂ ASI ଉପରକୁ ଉଠିଛି ଅଙ୍ଗୁଳି ଉଠିଛି।

Advertisment

୨ବର୍ଷ ତଳେ ପରିକ୍ରମା ପ୍ରକଳ୍ପ ପାଇଁ ଏମଆର ମଠ ଭଙ୍ଗାଯିବାବେଳେ ବହୁ ବାଦାନୁବାଦ ପରେ ମଠ ତଳେ କଣ ରହିଛି ? ତାହା ଜାଣିବାକୁ ଗାନ୍ଧୀନଗର RTI ପକ୍ଷରୁ ରାତି ଅଧିଆ ଜିପିଆରଏସ୍ ସର୍ଭେ ହୋଇଥିଲା। କିନ୍ତୁ ତାହା ଆଜି ଯାଏଁ ସାର୍ବଜନୀନ ହୋଇପାରିନି। ଯାହାକୁ ନେଇ ଅନ୍ଧାରରେ ରହିଛନ୍ତି ଅଗଣିତ ଜଗନ୍ନାଥ ପ୍ରେମୀ। ଖାଲି ସେତିକି ନୁହେଁ ରତ୍ନଭଣ୍ଡାରର ଚାବି ହଜିବା ଘଟଣାରେ ଜଷ୍ଟୀସ ରଘୁବୀର ଦାସ କମିଶନ ୩୨୪ ପୃଷ୍ଠାର ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବାର ୬ବର୍ଷ ପୂରିବାକୁ ବସିଥିଲେ ବି ତାହା ନା ବିଧାନସଭା ନା ଶ୍ରୀମନ୍ଦିର ପରିଚାଳନା କମିଟି କେଉଁଠି ବି ଉପସ୍ଥାପନ ହୋଇପାରି ନାହିଁ।

ଏସବୁ ଭିତରେ ଅଧିକ ଚିନ୍ତାଜନକ ବିଷୟକ୍ରମେ ଅତି ଦୁର୍ବଳ ଅବସ୍ଥାରେ ଥିବା ମହାପ୍ରଭୁଙ୍କ ରତ୍ନଭଣ୍ଡାର ସ୍ଥିତି ଜାଣିବାକୁ ନିକଟରେ ଲେଜର ସ୍କାନିଂ ସରିଥିଲେ ବି ନା ଶ୍ରୀମନ୍ଦିର ପ୍ରଶାସନ ନା ଗଣମାଧ୍ୟମ କାହା ସାମ୍ନାକୁ ଆସିଲା ନାହିଁ। ଯାହାକୁ ନେଇ ସେବାୟତ, ଆଇନଜୀବୀ ଓ ସୂଚନା ଅଧିକାରକର୍ମୀ ସମସ୍ତଙ୍କ କ୍ଷୋଭ-ସରକାର ଜାଣିଶୁଣି ସବୁ ରିପୋର୍ଟ ଚାପୁଛନ୍ତି।

ଶ୍ରୀମନ୍ଦିର ସେବାପୂଜା ସହ ଗଭୀର ସଂପର୍କ ରଖୁଥିବା ସବୁଠୁ ଧନଶାଳୀ ମଠ ଭାବେ ପରିଚିତ ଏମାର ମଠରୁ ଖାଲି ରୂପା ଇଟା, ସ୍ୱର୍ଣ୍ଣ ଅଳଙ୍କାର ଓ ବ୍ରୋଞ୍ଜ ମୂର୍ତ୍ତି ମିଳିନି ବରଂ ୧୦୦ରୁ ଅଧିକ ଗୁପ୍ତ କୋଠୀ ଘର ମଧ୍ୟ ଠାବ ହୋଇଥିଲା। ଯେହେତୁ ପୂର୍ବକାଳରେ ବ୍ୟାଙ୍କ କି ଲକର ନଥିଲା ତେଣୁ ମାଟି ତଳେ ମାଟି କିମ୍ବା ପିତ୍ତଳ ପାତ୍ରରେ ମୂଲ୍ୟବାନ ଧାତବ ଦ୍ରବ୍ୟ ଲୁଚାଇ ରଖାଯାଉଥିଲା। ତେଣୁ ମଠରୁ ବିଭିନ୍ନ ସାମଗ୍ରୀ ବାହାରୁଛି, ତେବେ ଏହାର ସଂରକ୍ଷଣ କରାନଯାଇ କିର୍ତ୍ତୀରାଜି ଧ୍ୱଂସ କରାଯାଉଥିବାରୁ ବର୍ଷିଛନ୍ତି ଐତିହ୍ୟ ବିଶେଷଜ୍ଞ।

ତେଣେ ଏଏସଆଇ ସୁପରିଟେଣ୍ଡେଣ୍ଟ କହିଛନ୍ତି- ଏମଆର ମଠର ୭.୫ ମିଟର ଖନନ ପାଇଁ ଅନୁମତି ମିଳିଛି। ଆମେ ମିଳୁଥିବା ପୁରାତନ ସାମଗ୍ରୀର ଯାଞ୍ଚ କରିବୁ। ଗାନ୍ଧିନଗର ଆଇଆଇଟି ଦେଇଥିବା ଜିପିଆରଏସ ସର୍ଭେ ରିପୋର୍ଟ ଆମର ହସ୍ତଗତ ହୋଇନାହିଁ। ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ ଆସନ୍ତା ୨୯ ତାରିଖ ପରିଚାଳନା କମିଟି ବୈଠକରେ ପ୍ରଦାନ କରିବୁ।

ASI Puri Srimandir Ratna Bhandar Puri Emar Matha
Advertisment
Advertisment