Advertisment

ପୁରୀରୁ ଅଯୋଧ୍ୟା ଗଡ଼ିବ ସ୍ୱତନ୍ତ୍ର ଟ୍ରେନ

ଜୁଲାଇ କିମ୍ବା ଅଗଷ୍ଟ ମାସରେ ଏହି ଟ୍ରେନ ଶୁଭାରମ୍ଭ ହେବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Puri to Ayodhya Train

Ayodhya Train

ପୁରୀରୁ ଅଯୋଧ୍ୟା ଚାଲିବ ସ୍ୱତନ୍ତ୍ର ଟ୍ରେନ। ପୁରୀରେ ଏନେଇ ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଜୁଲାଇ କିମ୍ବା ଅଗଷ୍ଟ ମାସରେ ଏହି ଟ୍ରେନ ଶୁଭାରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ବର୍ଷ ବର୍ଷ ଧରି ପଡ଼ି ରହିଥିବା ପୁରୀ- କୋଣାର୍କ ରେଳ ଲାଇନ କାମ ଖୁବଶୀଘ୍ର ଆରମ୍ଭ ହେବ ବୋଲି ମଧ୍ୟ କହିଛନ୍ତି ଅଶ୍ୱିନୀ ବୈଷ୍ଣବ।

Advertisment

ଆଜି ପୁରୀର ବହୁ ପ୍ରତୀକ୍ଷିତ ସିଦ୍ଧମହାବୀର ରେଳ ଓଭରବ୍ରିଜ ପାଇଁ ଶିଳାନ୍ୟାସ ଉତ୍ସବ ବେଳେ ଅଶ୍ୱିନୀ ଏହି ଘୋଷଣା କରିଛନ୍ତି। ଶରଧାବାଲି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଭି.ସି ମାଧ୍ୟମରେ ଯୋଗଦେଲେ। ଏହି ଅବସରରେ ସମଗ୍ର ଦେଶରେ ୬୬୦୦ କୋଟି ବ୍ୟୟରେ ୨୮ଟି ଜାତୀୟ ରାଜପଥ ପାଇଁ ଭୂମିପୂଜା ଓ ଲୋକାର୍ପଣ ଉତ୍ସବ ହୋଇଛି।

ସେହିପରି ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକର ସାତପଡ଼ାରୁ ଜନ୍ନି କୁଦାକୁ ସଂଯୋଗୀକରଣ ପାଇଁ ଛଅ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଘୋଷଣା କରିଛନ୍ତି ନୀତିନ ଗଡକରୀ। ଏହି ଅବସରରେ ପୁରୀ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ର, ଜାତୀୟ ରାଜପଥ ଓ ସଡକ ପରିବହନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Advertisment

Ayodhya Ram Mandir Special Train Ashwini Vaishnaw
Advertisment
Advertisment