Advertisment

ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ କିଏ ହେବେ ପ୍ରାର୍ଥୀ...ଜୋର ଧରିଲା ରାଜନୀତି...

ଦଳର ସୁପ୍ରିମୋ କିଛି ଟିକେଟ ଘୋଷଣା କଲେଣି କି ବୋଲି ପ୍ରଶ୍ନ କଲେ ଉମା ସାମନ୍ତରାୟ।

author-image
Sonali Ojha
ଅଦ୍ୟତନ ହୋଇଛି
Satyabadi Assembly Constituency

BJD Satyabadi

ସତ୍ୟବାଦୀ ପଲିଟିକ୍ସ । ଜୋର ଧରିଲା ସଞ୍ଜୟ-ଉମା କଳି । ଅଡ଼ୁଆରେ ବିଜେଡି । ଦୁଇ ଟିକଟ ଆଶାୟୀଙ୍କ ମଧ୍ୟରେ ଆରମ୍ଭ ହେଲା କଥା କଟାକଟି । ଉମା-ସଞ୍ଜୟଙ୍କ ମଧ୍ୟରେ ଘନେଇଲା ବିବାଦ । କେହି କାହାରିକୁ ଛାଡ଼ିବାକୁ ନାରାଜ । ଉଭୟଙ୍କୁ ଶଙ୍ଖ ଭବନ ଡାକି ବୁଝାଇବାକୁ ଚେଷ୍ଟା କଲେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ।

Advertisment

ଆଜି ଭୁବନେଶ୍ୱର ଶଙ୍ଖ ଭବନରେ ପହଞ୍ଚିଛନ୍ତି ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ଓ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା। ଉଭୟ ନେତା ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ବ୍ରହ୍ମଗିରି ସିଟ୍ ଛାଡ଼ି ସତ୍ୟବାଦୀ ବିଧାନସଭା ଆସନରେ ବିଜେଡିରୁ ଲଢ଼ିବେ ବୋଲି ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଏକ ବୈଠକରେ କହିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅଧିକ ପଢ଼ନ୍ତୁ: ଚାଲିଥିଲା ବିଜେପିର ମିଶ୍ରଣ ପର୍ବ, ମଞ୍ଚ ଉପରେ ଗଣ୍ଡଗୋଳ କଲେ ବିଜେଡି କର୍ମୀ !

Advertisment

ତାପରେ ଏହାକୁ ନେଇ ଜୋର ଧରିଥିଲା ଚର୍ଚ୍ଚା। ଏମିତିକି ନିଜେ ସଂଜୟ ଦାଶବର୍ମା, ଧଉଳିଠାରେ ଉଭୟ ସତ୍ୟବାଦୀ ଓ କଣାସ ଅଞ୍ଚଳର କିଛି ଆଗଧାଡ଼ିର ବିଜେଡି କର୍ମୀଙ୍କୁ ନେଇ ବୈଠକ କରିବା ଓ ସେଠି ସତ୍ୟବାଦୀରୁ ପ୍ରାର୍ଥୀ ହେବାକୁ ତାଙ୍କୁ ଗ୍ରୀନ ସିଗନାଲ ମିଳିଥିବା କହୁଥିବା ଏକ ଭିଡିଓ ଭାଇରାଲ୍ ହେବା ପରେ ସାରା ସତ୍ୟବାଦୀ ଅଞ୍ଚଳରେ ବେଶ୍ ଗୁଞ୍ଜରଣ ସୃଷ୍ଟି କରିଛି।

ଖାଲି ସେତିକି ନୁହେଁ ଉମା ସାମନ୍ତରାୟ ବ୍ରହ୍ମଗିରିରୁ ଲଢିବାକୁ ମଧ୍ୟ ଆଲୋଚନା ଚାଲିଥିବା ଦାସବର୍ମା ମିଟିଂରେ କହିବା ପରେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ନିଦ ହଜିଯାଇଛି। ଅନ୍ୟପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖି ଉମା ସାମନ୍ତରାୟ କହିଛନ୍ତି ସତ୍ୟବାଦୀ ତାଙ୍କ ଜନ୍ମସ୍ଥାନ। ସେଠି ସେ ୱାର୍ଡସ୍ତରରୁ ବିଜେଡି ସଂଗଠନ ସୁଦୃଢ଼ କରିଛନ୍ତି। କିଏ କାହା ମନରୁ କିଛି କହିଦେଲେ ସେଥିରେ ସତ୍ୟବାଦୀ ଲୋକେ ଭ୍ରମିତ ହେବେନାହିଁ। ଟିକଟ କାହାକୁ ମିଳିବ, ଦଳ ସୁପ୍ରିମୋଙ୍କ ନିଷ୍ପତ୍ତି ସର୍ବମାନ୍ୟ।

ପରୋକ୍ଷରେ ସଞ୍ଜୟ ଓ ତାଙ୍କ ଗୋଷ୍ଠିଙ୍କୁ ସେ ଷଡ଼ଯନ୍ତ୍ରକାରୀ ତଥା କୁଚକ୍ରୀ ଗୋଷ୍ଠି ବୋଲି କହିଛନ୍ତି । ଉମା ଏକ ସଭା ମଞ୍ଚରେ ସିଧାସଳଖ କହିଛନ୍ତି ଯେ ମୁଁ ସତ୍ୟବାଦୀ ଲୋକଙ୍କ ପାଇଁ ଆଜି ଏସ୍ଥାନରେ ପହଞ୍ଚିଛି । ତେଣୁ ସତ୍ୟବାଦୀ ଛାଡ଼ିକି କୁଆଡ଼େ ଯିବିନି। ଏଇଠି ଜନ୍ମ ନେଇଛି ଏଇଠି ମରିବି । ମୋର ମରିବାକୁ ବି ଭୟ ନାହିଁ । ମୁଁ ହିଁ ସତ୍ୟବାଦୀରେ ବିଜେଡିକୁ ବିଜୟ ସ୍ୱାଦ ଚଖାଇଛି ।

BJD Odisha Politics Uma Samantaray Sanjay Das Burma
Advertisment
Advertisment