Advertisment

ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାର କାନ୍ଥରେ ଫାଟ... ତଦାରଖ ପାଇଁ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ

କମିଟିରେ ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡାଙ୍କୁ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇଛି । ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ CMD ଡକ୍ଟର ବିଧୁଭୂଷଣ ସାମଲ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏ.କେ. ସାବତ କମିଟିର ସଦସ୍ୟ ଅଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Puri Srimandir Ratna Bhandar Row

Ratna Bhandar

ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାର କାନ୍ଥରେ ଫାଟ। ଜଳଜଳ ହୋଇ ଫାଟ ଦେଖାଯାଉଛି । ଫାଟ ଯୋଗୁଁ ଭିତରକୁ ପାଣି ଜକାଉଥିବା ଅନୁମାନ କରାଯାଉଛି । ଏନେଇ ଏଏସ୍ ଆଇ ଲେଜର ସ୍କାନିଂ ରିପୋର୍ଟରୁ ତଥ୍ୟ ମିଳିଛି। ଏହା ଜଣାପଡିବା ପରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ତଦାରଖ ପାଇଁ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍ ପଶାୟତ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି ।

Advertisment

ଏହି କମିଟିରେ ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡାଙ୍କୁ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି । ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ CMD ଡକ୍ଟର ବିଧୁଭୂଷଣ ସାମଲ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏ.କେ. ସାବତ, ଗଜପତି ମହାରାଜାଙ୍କ ପ୍ରତିନିଧି ଓ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧିଙ୍କୁ ଏହି କମିଟିରେ ସଦସ୍ୟ ଭାବେ ସାମିଲ କରାଯାଇଛି । ଏମାନଙ୍କ ବ୍ୟତୀତ ସେବକ ପ୍ରତିନିଧି ଦୁର୍ଗାପ୍ରସାଦ ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ଜଗନ୍ନାଥ କର ପ୍ରମୁଖ ରହିଛନ୍ତି । ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ବି ସଦସ୍ୟ ରହିଛନ୍ତି ।

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର କଟକଣାକୁ ଫୁ’...ପୁଣି ଉଡିଲା ଡ୍ରୋନ୍...ଭାଇରାଲ ହେଉଛି ଭିଡିଓ... 

Advertisment

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏଏସଆଇ ଦେଇଥିବା ରିପୋର୍ଟରୁ ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାର କାନ୍ଥରେ ଫାଟ ହୋଇଥିବା ତଥ୍ୟ ମିଳିଛି । ନଭେମ୍ବର ୨୮ ଓ ୨୯ରେ ବାହାର ରତ୍ନଭଣ୍ଡାର ଲେଜର ସ୍କାନିଂ ହୋଇଥିଲା । ବାହାର ରତ୍ନଭଣ୍ଡାର ଉତ୍ତର ପାର୍ଶ୍ୱର ଲେଜର ସ୍କାନିଂ କରାଯାଇଥିଲା । ସେତେବେଳେ କାନ୍ଥର ବିଭିନ୍ନ ସ୍ଥାନରେ ଫାଟ ହୋଇଥିବା ଦେଖାଯାଇଥିଲା ।

ଯଦି ବାହାରେ ଏତେ ବଡ଼ ଫାଟ ରହିଛି ତେବେ ଭିତରର ଫାଟ ସମସ୍ତେ ଅନୁମାନ କରିପାରୁଥିବେ । ତେବେ ରତ୍ନ ଭଣ୍ଡାର ଭିତର ଫାଟ ନେଇ ଅନେକ ଆଶା ଆଶଙ୍କା ସ୍ପଷ୍ଟ ହୋଇଯାଇଛି । ବାହାରର ଲେଜର ସ୍କାନିଂ କରାଯାଇଛି, ଭିତରର ବି କରିବା ଆବଶ୍ୟକତା ରହିଛି । ସୃଷ୍ଟି ହୋଇଥିବା ଫାଟରେ ପ୍ଲାଷ୍ଟରିଂ କରାଯିବାର ଆବଶ୍ୟକତା ରହିଛି। ଫାଟ ଯୋଗୁଁ ଭିତର ଚାମ୍ବରକୁ ପାଣି ଜକେଇପାରେ ବୋଲି ଆଶଙ୍କା କରାଯାଉଛି।

Puri Srimandir CM Naveen Patnaik Ratna Bhandar
Advertisment
Advertisment