Advertisment

ପୁରୀରେ ଉଦଘାଟିତ ହେଲା 'ବ୍ରିଙ୍ଗ୍ ୟୋର୍ ଓନ୍ ଫିଲ୍ମ ଫେଷ୍ଟିଭାଲ୍'; ସ୍କ୍ରିନିଂ ହେବ ୬୦ଟି ଫିଲ୍ମ

ସନ୍, ସ୍ୟାଣ୍ଡ୍ ଆଣ୍ଡ୍ ସ୍କ୍ରିନ ଥିମରେ ଆୟୋଜିତ ଏହି ମହୋତ୍ସବକୁ ଉଦଘାଟନ କରିଛନ୍ତି ଇରାନୀ ପର୍ଯ୍ୟଟକ ନାଜାନିନ୍ । ଚଳଚ୍ଚିତ୍ର ନିର୍ମାତା, ପ୍ରଯୋଜକ ଏବଂ ଫିଲ୍ମ ଷ୍ଟୁଡେଣ୍ଟ ମାନଙ୍କୁ ଏକାଠି ହେବାର ଓ ଗୁଣାତ୍ମକ ଫିଲ୍ମ ଦେଖିବା ସହ ଭାବ ବିନିମୟର ସୁଯୋଗ ଦେଉଛି ଏହି ଖୋଲା ମଞ୍ଚ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Bring Your Own Film Festival begins at Puri Beach

Bring Your Own Film Festival begins at Puri Beach

ପୁରୀ ଚକ୍ରତୀର୍ଥ ରୋଡ୍ ସ୍ଥିତ ସ୍ୱର୍ଣ୍ଣାଭ ବେଳାଭୂମିରେ ଆରମ୍ଭ ହୋଇଛି ୨୧ ତମ ବ୍ରିଙ୍ଗ୍ ୟୋର୍ ଓନ୍ ଫିଲ୍ମ ଫେଷ୍ଟିଭାଲ୍ ବାୟୋଫ୍ । ଓଟିଟି ପ୍ଲାଟଫର୍ମ ତରଙ୍ଗ ପ୍ଲସର ମିଳିତ ଆନୁକୂଲ୍ୟରେ ଏହି ୫ ଦିନିଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ ହୋଇଛି ।

Advertisment

ସନ୍, ସ୍ୟାଣ୍ଡ୍ ଆଣ୍ଡ୍ ସ୍କ୍ରିନ ଥିମରେ ଆୟୋଜିତ ଏହି ମହୋତ୍ସବକୁ ଉଦଘାଟନ କରିଛନ୍ତି ଇରାନୀ ପର୍ଯ୍ୟଟକ ନାଜାନିନ୍ । ଚଳଚ୍ଚିତ୍ର ନିର୍ମାତା, ପ୍ରଯୋଜକ ଏବଂ ଫିଲ୍ମ ଷ୍ଟୁଡେଣ୍ଟ ମାନଙ୍କୁ ଏକାଠି ହେବାର ଓ ଗୁଣାତ୍ମକ ଫିଲ୍ମ ଦେଖିବା ସହ ଭାବ ବିନିମୟର ସୁଯୋଗ ଦେଉଛି ଏହି ଖୋଲା ମଞ୍ଚ । ଚଳିତ ବର୍ଷ ଦେଶ ବିଦେଶର ୬୦ଟି ଫିଲ୍ମ ଏଠାରେ ସ୍କ୍ରିନିଂ ହେବ ଏବଂ ଏଥିରେ ଯୋଗଦେବେ ଚଳଚ୍ଚିତ୍ର ସହ ଜଡ଼ିତ ୩୦୦ରୁ ଅଧିକ ବିଶିଷ୍ଟ ଅତିଥି ।

କଳା, ସଂସ୍କୃତି, ପରମ୍ପରା, ଭାଷା ଓ ଚାଲି ଚଳଣି ସହ ବିଭିନ୍ନ ପ୍ରସଙ୍ଗ ଓ ଘଟଣାବଳିକୁ ନେଇ ପ୍ରସ୍ତୁତ କ୍ଷୁଦ୍ର, ପ୍ରାମାଣିକ ତଥା ବୃତ୍ତଚିତ୍ର ପ୍ରଦର୍ଶିତ ହେବ । ଏହି ଫିଲ୍ମ ଫେଷ୍ଟିଭାଲରେ କୌଣସି ମନୋନୟନ, ଜୁରୀ କିମ୍ବା ପୁରସ୍କାରର ବ୍ୟବସ୍ଥା ନାହିଁ । ଉଦଘାଟନୀ ସନ୍ଧ୍ୟାରେ ପୁରୀର ଯୁବ ଫିଲ୍ମ ନିର୍ମାତା ଆଶୁତୋଷ ପଟ୍ଟନାୟକଙ୍କ ପୁରୀର ଯାଗା ଆଖେଡ଼ା ସଂସ୍କୃତିକୁ ନେଇ ୨୭ ମିନିଟର ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରଥମେ ସ୍କ୍ରିନିଂ ହୋଇଥିଲା ।

Advertisment

ଉଦଘାଟନୀ ଉତ୍ସବରେ ମଞ୍ଚରେ ଉପସ୍ଥିତ ଥିଲେ ବ୍ରିଙ୍ଗ ୟୋର୍ ଓନ ଫିଲ୍ମ ଫେଷ୍ଟିଭାଲ ମୁଖ୍ୟ ସୁଶାନ୍ତ ମିଶ୍ର, ଇରାନରୁ ଆସିଥିବା ନାଜାନିନ, ଆୟୋଜକ କପିଳାସ ଭୂୟାଁ ଏବଂ ଓଟିଭି ନେଟୱର୍କର ଡିଜିଟାଲ୍ ବିଜନେସ୍ ହେଡ୍ ଲିତିଶା ମଙ୍ଗତ ପଣ୍ଡା ପ୍ରମୁଖ ।

Puri Beach Film Festival
Advertisment
Advertisment