Advertisment

ଆଜିଠୁ ନାଟ ମଣ୍ଡପ ମରାମତି: ମାର୍ଚ୍ଚ ୨୦ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ

ମାର୍ଚ୍ଚ ୧୯ ତାରିଖ ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଏଏସଆଇ ଅଧୀକ୍ଷକ ଦିବିଷଦ ବ୍ରଜସୁନ୍ଦର ଗଡ଼ନାୟକ ସୂଚନା ଦେଇଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Puri Srimandirs Nata Mandap Repairing Work to begin from today

Nata Mandap Repair

ଆଜିଠୁ ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ବା ଏଏସ୍‌ଆଇ ପକ୍ଷରୁ ମଧ୍ୟାହ୍ନ ୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମରାମତି ଚାଲିବ। ମାର୍ଚ୍ଚ ୨୦ ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। କାମ ଚାଲିବା ବେଳେ କୌଣସି ବଡ଼ ନୀତି ନାହିଁ। ତେବେ ଆଜି ଭୋର୍ ୩ଟା ୧୪ରେ ମହାପ୍ରଭୁଙ୍କ ଦ୍ୱାର ଫିଟା ନୀତି କରାଯାଇଛି।

Advertisment

ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଯେଭଳି ବାଧାପ୍ରାପ୍ତ ହେବନାହିଁ ତାହା ଉପରେ ଦୃଷ୍ଟି ଦିଆଯାଇଛି। ନାଟମଣ୍ଡପ ମରାମତି କାର୍ଯ୍ୟ ଏପ୍ରିଲ ସୁଦ୍ଧା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ। ଏଣୁ ନୀତିକାନ୍ତିରେ ପରିବର୍ତ୍ତନ କରାଯାଇ ଏଏସ‌୍ଆଇ ପକ୍ଷରୁ ନାଟମଣ୍ଡପ ବିମ୍‌ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ମଙ୍ଗଳବାର ଛତିଶା ନିଯୋଗ ବୈଠକରେ ଏ ନେଇ ଆଲୋଚନା ହୋଇ ତାରିଖ ଧାର୍ଯ୍ୟ କରାଯାଇଥିଲା।

ଆଇଆଇଟି ଚେନ୍ନାଇ ପକ୍ଷରୁ ବିମ୍‌ ମରାମତି ପାଇଁ ଡିଜାଇନ୍‌ ଅନୁମୋଦନ ପାଇଛି। ସେହି ଅନୁଯାୟୀ କାମ ଆରମ୍ଭ ହେବ। ନାଟମଣ୍ଡପ ମୁଖ୍ୟ ବିମ୍‌ରେ ଫାଟ ଥିବାରୁ ଗରୁଡ଼ ସ୍ତମ୍ଭ ସମ୍ମୁଖ ଭାଗ ବିମ୍‌କୁ ଧରି ରଖିବା ଲାଗି ଷ୍ଟେନ୍‌ଲେସ ଷ୍ଟିଲ୍‌ର ସପୋର୍ଟ ଦିଆଯିବ। ମାର୍ଚ୍ଚ ୧୯ ତାରିଖ ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଏଏସଆଇ ଅଧୀକ୍ଷକ ଦିବିଷଦ ବ୍ରଜସୁନ୍ଦର ଗଡ଼ନାୟକ ସୂଚନା ଦେଇଛନ୍ତି।

Advertisment
Srimandir Lord Jagannath
Advertisment
Advertisment