Advertisment

ମୋବାଇଲ ଗେମ୍ ପାଇଁ ସାଙ୍ଗକୁ ହତ୍ୟା

ସାମାନ୍ୟ ମୋବାଇଲ ଗେମ୍ ପାଇଁ ସପ୍ତମ ଶ୍ରେଣୀ ଛାତ୍ରକୁ ହତ୍ୟା କରାଯାଇଛି। ସପ୍ତମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରକୁ ହତ୍ୟା କରି ଦୁଇ ସମବୟସ୍କ ସାଙ୍ଗ ତାଙ୍କୁ ଫୋପାଡି ଦେଇଥିବା ସୂଚନା ଆସିଛି।

author-image
Pramod Behera
ଅଦ୍ୟତନ ହୋଇଛି
Murder for Mobile Game

Murder for Mobile Game

ସାମାନ୍ୟ ମୋବାଇଲ ଗେମ୍ ପାଇଁ ଜଣେ ସାଙ୍ଗକୁ ହତ୍ୟା କରାଯାଇଛି। ସପ୍ତମ ଶ୍ରେଣୀରେ ପଢୁଥିବା ଏହି ସାଙ୍ଗକୁ ହତ୍ୟା କରି ଅନ୍ୟ ଦୁଇ ସମବୟସ୍କ ସାଙ୍ଗ ତାଙ୍କୁ ଫୋପାଡି ଦେଇଥିବା ସୂଚନା ଆସିଛି। କୋରାପୁଟ ଟାଉନ ଥାନା ଅଞ୍ଚଳରେ ଏହି ଦୁଇ ନାବାଳକଙ୍କ ଜଘନ୍ୟ କାଣ୍ଡ ଦେଖିବାକୁ ମିଳିଛି।

Advertisment

ସୂଚନା ମୁତାବକ ଗୁରୁବାର ଗାଁ ସ୍କୁଲ୍‌ ନିକଟରେ ୩ ଜଣ ସାଙ୍ଗ ମିଶି ମୋବାଇଲ ଗେମ୍ ଖେଳୁଥିଲେ। ଖେଳିବା ବେଳେ ଜଣେ ସାଙ୍ଗ ସେଠାରେ ଥିବା ଅନ୍ୟ ଦୁଇଜଣଙ୍କୁ ମୋବାଇଲ ଦେଇ ନଥିଲା। ଏହାକୁ ନେଇ ଅନ୍ୟ ଦୁଇ ସାଙ୍ଗ ରାଗି ଯାଇ ସଂପୃକ୍ତ ଛାତ୍ରକୁ ମାଡ଼ ମାରିଥିଲେ। ଖାଲି ମାଡ ନୁହେଁ, ମାଡ଼ ମାରିବା ସହ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ। ଏହା ପରେ ମୃତଦେହକୁ କୋଲାବ ନଦୀ ହୁଡ଼ାରେ ଫିଙ୍ଗି ଦେଇଥିଲେ।

ଆଜି ସକାଳେ ମୃତ ଛାତ୍ରଙ୍କ ବାପା ମୃତଦେହ ଚିହ୍ନଟ କରିଥିଲେ। ଖବର ପାଇ ପୋଲିସ ପହଞ୍ଚିବା ସହ ୨ ନାବାଳକଙ୍କୁ ଅଟକ ରଖିଛି। ପ୍ରାଥମିକ ତଦନ୍ତରୁ ମୋବାଇଲ ପାଇଁ ହତ୍ୟା ହୋଇଥିବା ପୋଲିସ କହିଛି।

Advertisment
Odisha News
Advertisment
Advertisment