Advertisment

ହତ୍ୟା ନା ଆତ୍ମହତ୍ୟା ? ଗଛରେ ଝୁଲୁଛି କନଷ୍ଟେବଲ୍‌ଙ୍କ ମୃତଦେହ

୧୭ ଦିନ ହେଲା ନିଖୋଜ ଥିବା ଜଣେ କନଷ୍ଟେବଲ୍‌ଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Constable Deadbody Found

Constable Deadbody Found

କୋରାପୁଟ: ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ କନଷ୍ଟେବଲ୍‌ଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୋରାପୁଟ ଜିଲ୍ଲାରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ମୃତକ ହେଲେ OSAPର କନଷ୍ଟେବଲ୍‌ ଦୀପକ କୁମାର ଡୁଙ୍ଗଡୁଙ୍ଗ। କିଛିଦିନ ହେଲା ନିଖୋଜ ଥିବା ଦୀପକଙ୍କ ମୃତଦେହ ଆଜି ଜାତୀୟ ରାଜପଥ ନିକଟ ଜଙ୍ଗଲରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Advertisment

ସୂଚନା ଅନୁସାରେ, ୧୭ ଦିନ ହେଲା ଦୀପକ ନିଖୋଜ ଥିଲେ। ତାଙ୍କୁ ବହୁ ଖୋଜାଖୋଜି କରାଯାଇଥିଲା। ହେଲେ କୌଣସି ପତ୍ତା ମିଳିପାରିନଥିଲା। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାରେ। ତେବେ ଦୀପକଙ୍କ ଗଳିତ ମୃତଦେହ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଗଳିତ ମୃତଦେହକୁ ଦେଖି ଜଣାପଡ଼ୁଛି, କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି। 

ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ି ନାହିଁ। ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ି ନାହିଁ। ଟାଉନ ପୋଲିସ୍‌ ଘଟଣାର ତଦନ୍ତ କରୁଛି। ୨୦୧୧ରେ ଦୀପକ OSAPରେ ଯୋଗ ଦେଇଥିଲେ।

Advertisment
Deadbody Found Constable Deadbody Found
Advertisment
Advertisment